28.1 C
Bhubaneswar
Saturday, April 27, 2024
Homeଓଡିଶାମୋବାଇଲ ଦୋକାନୀ ବେପାର ମାନ୍ଦାବସ୍ଥା ଜଣାଇଲେ କଂପାନୀକୁ

ମୋବାଇଲ ଦୋକାନୀ ବେପାର ମାନ୍ଦାବସ୍ଥା ଜଣାଇଲେ କଂପାନୀକୁ

ଯାଜପୁର (ଅଭିମନ୍ୟୁ ମିଶ୍ର): ବ୍ୟାସନଗର ସହରରେ ଥିବା ୩୦ଟି ମୋବାଇଲ ଦୋକାନୀ କରୋନା ଭାଇରସ୍ ଲାଗି ମାନ୍ଦାବସ୍ଥା ପାଇଁ ଅବଗତ କଲେ କଂପାନୀକୁ । କଂପାନୀର ମାସିକିଆ ଟାର୍ଗେଟ ଦୋକାନରେ ହେଇପାରୁନାହିଁ । ବେପାର ନହେବାରୁ ଦୋକାନୀମାନେ ବ୍ୟାସନଗର ସହରରେ ଏକତ୍ରିତ ହୋଇ ଏହାର ସମାଧାନ ରାସ୍ତା ବାହାର କରିଥିଲେ । ସବୁ କଂପାନୀର ମାଲିକମାନଙ୍କୁ ଓ ଡି଼ଷ୍ଟ୍ରିିିିବୁଟରମାନଙ୍କୁ ବେପାର ମାନ୍ଦାବସ୍ଥା ଜଣାଇଥିଲେ । କଂପାନୀରୁ ଦୋକାନୀକୁ ଆସିଥିବା ମାସିକିଆ ଟାର୍ଗେଟ ହୋଇପାରୁନାହିଁ । କରୋନା ଭୂତାଣୁ ପାଇଁ ଦୋକାନକୁ ଗ୍ରାହାକ ଆସୁନାହାନ୍ତି । ସାରା ବିଶ୍ୱରେ ଏହି ଭାଇରସ୍‌ର ଆତଙ୍କ ଖେଳି ଯାଇଛି । ସହରରେ ୧୪୪ ଧାରା ନିୟମ ଲାଗୁ ହୋଇଛି । ତେଣୁ ଦୋକାନୀମାନଙ୍କର ଏ ମାସର ମାସିକିଆ ଟାର୍ଗେଟକୁ ୭୦ପ୍ରତିଶତ କମାଇବା ପାଇଁ ସବୁ କଂପାନୀର ମାଲିକମାନଙ୍କୁ ଲିଖିତ ଆକାରରେ ମୋବାଇଲ ଦୋକାନୀ ଭାଇମାନେ ତାଙ୍କର ଗୁହାରୀ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସଂଜୟ ରାଉତ ଅଗ୍ରିଣ ଭୁମିକା ଲିଭାଇ ଦୋକାନୀ ମାନଙ୍କୁ ଏକତ୍ରିତ କରିଥିବା ବେଳେ ଗୌରହରି ଦାସ ଦୋକାନୀମାନଙ୍କର ଅସୁବିଧା କିପରି ଦୂରହେବ ସେ ବାବଦରେ ଆଲୋଚନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମନୋଜ କୁମାର ଦାସ, ବିଭାଂଶୁ ଭୁଷଣ ପାଲ, ପୂର୍ଣ୍ଣଚନ୍ଦ୍ର ସାହୁ, ଲକ୍ଷ୍ମୀକାନ୍ତ ମହାୱାର, ମାନସ ମହାପାତ୍ର ଓ ଭରତ ଚନ୍ଦ୍ର ରାଉତ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking