28.1 C
Bhubaneswar
Saturday, April 27, 2024
Homeଅପରାଧ୮ ବର୍ଷର ନାବାଳିକା ସହ ଦୁଷ୍କର୍ମ

୮ ବର୍ଷର ନାବାଳିକା ସହ ଦୁଷ୍କର୍ମ

ନୂଆଦିଲ୍ଲୀ : ସୀମା ଟପିଲା ଯୌନ ପିପାସୁର ଲୋଲୁପ ଦୃଷ୍ଟି । ୮ ବର୍ଷର ନାବାଳିକା ସହ ଦୁଷ୍କର୍ମ କଲା ଅଭିଯୁକ୍ତ । ଖାଲି ସେତିକି ନୁହେଁ ଶରୀରକୁ ଦାନ୍ତରେ କାମୁଡ଼ି କାମୁଡ଼ି କ୍ଷତାକ୍ତ ମଧ୍ୟ କରିଦେଇଥିଲା ଅଭିଯୁକ୍ତ । ଡାକ୍ତରୀ ପରୀକ୍ଷା ପରେ ଅଭିଯୁକ୍ତ ଏଚଆଇଭି ପଜିଟିଭ ଥିବାନେଇ ମଧ୍ୟ ଜଣାପଡ଼ିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଜଧାନୀ ଦିଲ୍ଲୀର ବରଦପୁର ଅଞ୍ଚଳରେ ଏକ ୮ ବର୍ଷର ନାବାଳିକା ସହ ଦୁଷ୍କର୍ମ ଅଭିଯୋଗରେ ଗିରଫ ଅଭିଯୁକ୍ତ ଏଚଆଇଭି ପିଜିଟିଭ ଚିହ୍ନଟ ହୋଇଛି । ଏକଥା ଜଣା ପଡ଼ିବା ପରେ ନାବାଳିକାର ଡାକ୍ତରୀ ପରୀକ୍ଷା କରାଯାଇଛି । ସୌଭାଗ୍ୟବସତଃ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଛି । ଅବଶ୍ୟ ପୁଣି ଥରେ ଶିଶୁର ଯାଞ୍ଚ କରାଯିବ । ପୋଲିସର କହିବା ଅନୂଯାୟୀ ଅଭିଯୁକ୍ତ ଅନେକ ମହିଳାଙ୍କ ସହ ସଂପର୍କ ରଖିସାରିଛି । ସେ ୧୫ ଜୁନ୍ ରେ ନାବାଳିକାକୁ ଦୁଷ୍କର୍ମ କରିଥିଲା ।

ଅଭିଯୁକ୍ତ ପରିବାରରେ ଦୁଇ ପତ୍ନୀ ଏବଂ ପାଞ୍ଚ ଶିଶୁ ଅଛନ୍ତି । ପୋଲିସ ସେମାନଙ୍କର ମଧ୍ୟ ଯାଞ୍ଚ କରାଇଛି । ପୋଲିସ ଅଭିଯୁକ୍ତକୁ ପଲବଲ ଠାରୁ ତାଙ୍କ ପିଉସୀ ଘରୁ ଗିରଫ କରିଛି । ଅଭିଯୁକ୍ତ ବିରୋଧରେ ପକ୍ସୋ ଆକ୍ଟ ଧାରାରେ ଏଫଆଇଆର ରୁଜୁ କରିଛି । ଅଭିଯୁକ୍ତ ନାବାଳିକାର ପୂରା ଶରୀରକୁ ଦାନ୍ତରେ କାମୁଡ଼ି ପକାଇଥିଲା । ଶିଶୁର ଶରୀରରେ ୨୦ ରୁ ଅଧିକ କ୍ଷତ ଦେଖିବାକୁ ମିଳିଥିଲା । ଦୁଷ୍କର୍ମର ଶିକାର ହୋଇଥିବା ଶିଶୁକୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ଏବଂ ଗୁରୁବାର ଅବସ୍ଥାରେ ସୁଧାର ଆସିବା ପରେ ଘରକୁ ପଠାଯାଇଥିଲା ।ଏହି ଘଟଣା ପୀଡ଼ିତଙ୍କ ପରିବାରକୁ ସ୍ତବ୍ଧ କରିଦେଇଛି । ପିଲାଟି ମଧ୍ୟ ବେଶ୍ ଡରିଯାଇଛି ଏମିତିକି ରାତିରେ ଶୋଇ ପାରୁନଥିବା କହିଛନ୍ତି ତାଙ୍କ ମା’ । ପୀଡ଼ିତ ନାବାଳିକାଙ୍କ ମା’ କହିଛନ୍ତି ସ୍ୱାମୀଙ୍କ ଠାରୁ ଅଲଗା ହେବା ପରେ ଉଭୟ ଦିଲ୍ଲୀ ଚାଲିଆସିଥିଲେ ଏବଂ କାମ କରି ଝିଅକୁ ପଢ଼ାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଏହି ଘଟଣା ସବୁକିଛି ବଦଳାଇ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking