39.1 C
Bhubaneswar
Friday, April 26, 2024
Homeଅପରାଧମ୍ୟୁଜିକ୍ ଆଣ୍ଡ୍ ଡ୍ୟାନ୍ସ ଏକାଡ଼େମୀ ଆଳରେ ଚାଲୁଥିଲା ସେକ୍ସ ରାକେଟ୍‌

ମ୍ୟୁଜିକ୍ ଆଣ୍ଡ୍ ଡ୍ୟାନ୍ସ ଏକାଡ଼େମୀ ଆଳରେ ଚାଲୁଥିଲା ସେକ୍ସ ରାକେଟ୍‌

ପାନୀପତ୍ : ଲକଡାଉନାର ସବୁକିଛି ବନ୍ଦ ରହିଛି । ତେବେ ପାନିପତ୍ ଅଞ୍ଚଳର ନ୍ୟୁ ହାଉସିଂ ବୋର୍ଡ଼ କଲୋନୀଠାରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାଶ କରିଛି ପୋଲିସ । ଆୟନ୍ ଡ୍ୟାନ୍ସ ଏକାଡ଼େମୀ ବାହାନାରେ ସେଠାରେ ସେକ୍ସ ରାକେଟ୍ ଚାଲିଥିବା ଖବର ମିଳିବା ପରେ ପୋଲିସ ସେଠାରେ ଚଢ଼ାଉ କରି ୪ ଯୁବତୀଙ୍କ ସମେତ ୭ଜଣଙ୍କୁ ଗିରଫ କରିଛି । ପ୍ରାୟ ୨ ମାସ ଧରି ଏହି ରାକେଟ ଚାଲିଥିଲା । ଅସୁବିଧାର ସମ୍ମୁଖିନ ହୋଇ ସ୍ଥାନୀୟ ଲୋକମାନେ ସ୍ଥାନୀୟ କାଉନସିଲର ରବିନ୍ଦ୍ର ଭଟିଆଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ଏହାପରେ ଶ୍ରୀ ଭଟିଆ ପୋଲିସକୁ ସୂଚନା ଦେବା ପରେ ଏହି ଘଟଣାର ପର୍ଦ୍ଧାଫାସ ହୋଇଛି । ୪ ଯୁବତୀଙ୍କ ମଧ୍ୟରୁ ୩ଜଣ ଅବିବାହିତ । ଏହି ଯୁବତୀମାନେ ଫରିଦାବାଦ୍‌, ସିକ୍କିମ୍‌, ଅରୁଣାଚଳ ପ୍ରଦେଶ ଏବଂ କୋଲକାତା ଅଞ୍ଚଳର । ୪ ଯୁବତୀଙ୍କ ବୟସ ୨୨ରୁ ୩୦ ବର୍ଷ ମଧ୍ୟରେ । ସେହିପରି ଗିରଫ ହୋଇଥିବା ୩ ଯୁବକଙ୍କ ମଧ୍ୟରୁ ୨ଜଣ ଝାଡ଼ଖଣ୍ଡ ଓ ଜଣେ ଉତ୍ତରାଖଣ୍ଡର । ଏହିଠାରେ ମ୍ୟୁଜିକ୍ ଆଣ୍ଡ୍ ଡ୍ୟାନ୍ସ ଏକାଡ଼େମୀ ଚାଲିବ ବୋଲି କହି ଘର ମାଲିକଙ୍କଠାରୁ ଘରଟି ଭଡ଼ା ଆକାରରେ ନିଆଯାଇଥିଲା । ପ୍ରଥମେ ପ୍ରଥମେ ସେଠାରେ ଡ୍ୟାନ୍ସ ଏକାଡ଼େମୀ ଆରମ୍ଭ ହୋଇଥିଲା । ଘର ବାହାରେ ଡ୍ୟାନ୍ସ ଏକାଡ଼େମୀର ହୋର୍ଡିଂ ମଧ୍ୟ ଲଗା ଯାଇଥିଲା । ପରେ ଏକାଡ଼େମୀ ଆଳରେ ସେଠାରେ ସେକ୍ସ ରାକେଟ ଆରମ୍ଭ ହୋଇ ଯାଇଥିଲା । ତେବେ ଏହି ରାକେଟ ଧରାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଆଶ୍ୱସ୍ଥି ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking