32.1 C
Bhubaneswar
Friday, April 26, 2024
Homeଅପରାଧଘରେ କେହି ନଥିବା ସମୟରେ ଦୁଇ ନାବାଳିକା ଭଉଣୀଙ୍କ ସହ ଏମିତି କଲେ ସମ୍ପର୍କୀୟ ବନ୍ଧୁ...

ଘରେ କେହି ନଥିବା ସମୟରେ ଦୁଇ ନାବାଳିକା ଭଉଣୀଙ୍କ ସହ ଏମିତି କଲେ ସମ୍ପର୍କୀୟ ବନ୍ଧୁ ..

ଉତ୍ତରପ୍ରଦେଶ : ବଳତ୍କାର ଭଳି ଘଟଣା ଦେଶରେ ବଢି ଚାଲିଥିବା ବେଳେ ସମ୍ପର୍କୀୟଙ୍କୁ ବି ବିଶ୍ୱାସ କରିବା କଷ୍ଟକର ହୋଇପଡିଛି । ଏପରି ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ମାଓ ଜିଲ୍ଲାରେ। ୯ ,୧୦ ବର୍ଷର ଦୁଇ ନାବାଳିକା ଭଉଣୀକୁ ବାରମ୍ବାର ବଳତ୍କାର କରି ୨ଜଣ ଲୋକ ଗିରଫ ହୋଇଛନ୍ତି । ଅଭିଯୁକ୍ତ ମଣ୍ଟୁ ମୂଳ ୨୨ ବର୍ଷର ହୋଇଥିବା ବେଳେ ଅମିତ ସିଂ ୨୫ ବର୍ଷୀୟ ଅଟେ। ପୀଡିତ ପରିବାର ପକ୍ଷରୁ ମଙ୍ଗଳବାର ଦିନ ଅଭିଯୋଗ ହେବାରୁ ପୋଲିସ ୨ଜଣଙ୍କୁ ଗିରଫ କରିଛି । ଏମଙ୍କ ମଧ୍ୟରୁ ଜଣେ ଝିଅଙ୍କର ସମ୍ପର୍କୀୟ ବୋଲି ଜଣାପଡିଛି । ପୋଲିସ ଏସ୍ପି ଅନୁରାଗ ଆରାୟ ୨ ଭଉଣୀଙ୍କୁ ମେଡିକାଲ ଯାଞ୍ଚ ପାଇଁ ପଠାଇଥିବା ସୂଚନା ଦେଇଛନ୍ତି ।
ମଧୁବନ ଗ୍ରାମରୁ ପରିବାର ପକ୍ଷରୁ ଦିଆଯାଇଥିବା ଅଭିଯୋଗ ଅନୁଯାୟୀ ଅଭିଯୁକ୍ତମାନେ ଗତ କିଛି ଦିନ ଧରି ଝିଅ ମାନଙ୍କୁ ବଳାତ୍କାର କରୁଥିଲେ । ଏବଂ ଯଦି ସେମାନେ ଏହା ବିଷୟରେ କାହାକୁ ଜଣାଇବେ ତେବେ ହତ୍ୟା କରାଯିବ ବୋଲି ଧମକ ମଧ୍ୟ ଦେଇଥିଲେ। ଝିଅ ମାନଙ୍କର ବଡ଼ ଭଉଣୀ ବାହାର ସହର ରେ କାମ କରନ୍ତି । ରବିବାର ଦିନ ବଡ ଭଉଣୀ ଘରେ ପହଂଚିବା ପରେ ଦୁହେଁ ତାଙ୍କୁ ଏହି ବିଷୟରେ ଜଣାଇଥିଲେ ଓ ପରେ ସେ ବାକି ପରିବାର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ। ଷ୍ଟେସନ ଅଧିକାରୀ ମଧୁବାନ୍, କହିଛନ୍ତି ଯେ ଉଭୟ ଅଭିଯୁକ୍ତଙ୍କୁ ଗଣ ବଳତ୍କାର ଓ ପୋସ୍କା ଆକ୍ଟର ଉପଯୁକ୍ତ ବିଭାଗ ଅଧୀନରେ ମାମଲା ରୁଜୁ କରି ଜେଲକୁ ପଠାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking