28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଅରାଜକ ତତ୍ୱ ବିରୋଧରେ ଭୋଟ ଦେବେ ଦିଲ୍ଲୀବାସୀ - ଧର୍ମେନ୍ଦ୍ର ପ୍ରଧାନ

ଅରାଜକ ତତ୍ୱ ବିରୋଧରେ ଭୋଟ ଦେବେ ଦିଲ୍ଲୀବାସୀ – ଧର୍ମେନ୍ଦ୍ର ପ୍ରଧାନ

 ମୋତି ନଗର, ବସନ୍ତ ବିହାର, ଆର.କେ ପୁରମ ସମେତ ଅନ୍ୟ ଅଂଚଳରେ କଲେ ପ୍ରଚାର
 ଆମ୍ ଆଦମୀ ତଥା କଂଗ୍ରେସ ଭଳି ଦଳ ଦିଲ୍ଲୀ ଓ ଦେଶରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି
 ଦିଲ୍ଲୀରେ ଜଗନ୍ନାଥଙ୍କ ଅନୁଯାୟୀ ଓଡିଆମାନଙ୍କର ମୋଦିଙ୍କ ପ୍ରତି ଆସ୍ଥା ବଢିଛି
 ଗତ ୫ ବର୍ଷରେ ଦିଲ୍ଲୀରେ ଯେତେମାତ୍ରାରେ ବିକାଶ ହେବା କଥା ହୋଇନାହିଁ
 ଚଳିତ ନିର୍ବାଚନରେ ଦିଲ୍ଲୀରେ ବିଜେପିର ବିଜୟ ହେବ
 ଆମ୍ ଆଦମି ଦଳ ବିକାଶ ବଦଳରେ କେବଳ ନକରାତ୍ମକ ପ୍ରସଙ୍ଗ ଉଠାଉଛି
ନୂଆଦିଲ୍ଲୀ – ଆମ୍ ଆଦମୀ ତଥା ତଥାକଥିତ କଂଗ୍ରେସ ଭଳି ଦଳ ଦିଲ୍ଲୀରେ ତଥା ଦେଶରେ
ଅସ୍ଥିରତା ସୃଷ୍ଟି କରିବା ପାଇଁ ଚାହୁଁଛନ୍ତି । ଏଠାକାର ଜନତା ଏଥର ସାଇନ୍‌ବାଘ୍ ଭଳି ଅରାଜକ ତତ୍ୱ ବିରୋଧରେ
ଭୋଟ ଦେବା ପାଇଁ ମନ ବନାଉଛି । ଚଳିତଥର ଦିଲ୍ଲୀରେ ବିଜେପିର ସରକାର ହେବ ବୋଲି ନୂଆଦିଲ୍ଲୀର
ବିଭିନ୍ନ ଅଂଚଳରେ ନିର୍ବାଚନ ପ୍ରଚାର ବେଳେ ଗଣମାଧ୍ୟମର ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମ୍ ଆଦମି ଦଳ କେବଳ ନକରାତ୍ମକ ପ୍ରସଙ୍ଗ ଉଠାଉଛି । ଦିଲ୍ଲୀର କୌଣସି ବିକାଶ
ବା ସକରାତ୍ମକ ପ୍ରସଙ୍ଗ ଦଳ ପାଖରେ ନାହିଁ । ଦିଲ୍ଲୀ ଦେଶର ରାଜଧାନୀ ହୋଇଥିଲେ ମଧ୍ୟ ଗତ ୫ ବର୍ଷରେ
ଯେପରି ବିକାଶ ହେବା କଥା ହୋଇନାହିଁ । ଦେଶରେ ବିକାଶଶୀଳ ସରକାର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ
ହେଲା ପରେ ମଧ୍ୟ ଦିଲ୍ଲୀ ପଛୁଆ ରହିଛି । ସିଏଏକୁ ବିରୋଧ କରିବା ଭଳି ଲୋକମାନେ ମଧ୍ୟ ଦିଲ୍ଲୀରେ
ନିର୍ବାଚନ ପ୍ରଚାର କରୁଥିବାର ଦେଖାଯାଇଛି । ଏହି କାରଣରୁ ଦଳ ଉପରେ ଦିଲ୍ଲୀବାସୀ ଅତିଷ୍ଠ ଅଛନ୍ତି ।୦
ସେ କହିଛନ୍ତି ଯେ ଆମ୍ ଆଦମୀ ଦଳ ସାଧାରଣ ଜନତାଙ୍କର ଭରସା ହରାଇ ସାରିଛି । ଦିଲ୍ଲୀରେ ଖରାପ ପାଣି
କାରଣରୁ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେଉଥିବା ଦେଖାଯାଇଛି । ବିଜୁଳି ଦେବାରେ ଅବସ୍ଥା ଦେଖାଯାଇଛି । ମିଛ
କଥାରେ ଲୋକଙ୍କୁ ଅଧିକ ସମୟ ବୋକାଯାଇପାରିବ ନାହିଁ । ଚଳିତ ନିର୍ବାଚନରେ ଅରାଜକତା ବିରୋଧୀରେ
ଦିଲ୍ଲୀବାସୀ ଏହି ନିର୍ବାଚନରେ ଭୋଟ ଦେବେ । ଦିଲ୍ଲୀର ନାଗରିକମାନେ ନରେନ୍ଦ୍ର ମୋଦିଙ୍କ ଉପରେ ଭରସା
କରୁଛନ୍ତି ଏବଂ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ମନ ବଳାଇଛନ୍ତି । ଆଗାମୀ ଦିନରେ ହେବାକୁ ଥିବା
ନିର୍ବାଚନରେ ବିଜେପିର ବିଜୟ ହେବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦିଲ୍ଲୀରେ ବିଜେପି ସରକାର ହେଲେ ଅସ୍ଥାୟୀ ଗରିବ ଲୋକଙ୍କୁ ସ୍ଥାୟୀ ପଟ୍ଟା ଦିଆଯିବା
ନେଇ ମୋଦି ସରକାର ପ୍ରତିଶ୍ରୁତି ଦେଇଛନ୍ତି । ଦିଲ୍ଲୀରେ ଗରିବ ଶ୍ରେଣୀର ଲୋକମାନେ ବିଜେପିକୁ ସମର୍ଥନ
କରିବାର ଉତ୍ସାହ ଦେଖାଯାଇଛି । ଦିଲ୍ଲୀରେ ଜଗନ୍ନାଥଙ୍କ ଅନୁଯାୟୀମାନଙ୍କର ନରେନ୍ଦ୍ର ମୋଦିଙ୍କ ପ୍ରତି ଆସ୍ଥା ବଢିଛି
ଏବଂ ସେମାନେ ମୋଦିଙ୍କ ଅନୁଯାୟୀକୁ ଭୋଟ ଦେଇ ଜିତାଇବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ସୂଚନାଯୋଗ୍ୟ, ଶ୍ରୀ ପ୍ରଧାନ ଦିଲ୍ଲୀରେ ବିଜେପିର ଷ୍ଟାର ପ୍ରଚାରକ ଭାବେ ନିର୍ବାଚନ ପ୍ରଚାର କରୁଛନ୍ତି । ଆଜିର
ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦିଲ୍ଲୀର ମୋତି ନଗର, ଆଦର୍ଶ ବସ୍ତି, ବସନ୍ତ ବିହାର, ଆର.କେ ପୁରମ
ଅଂଚଳ ସମେତ ଅନ୍ୟ ଅଂଚଳରେ ମଧ୍ୟ ନିର୍ବାଚନ ପ୍ରଚାର ସହ ବିଜେପିକୁ ଜିତାଇବା ପାଇଁ ଲୋକମାନଙ୍କୁ
ନିବେଦନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking