26.1 C
Bhubaneswar
Wednesday, May 8, 2024
Homeଓଡିଶାପରିବାର ସହ ଦାଦନ ଯାଇ ଯୁବକ ନିଖୋଜ : ପୁଅକୁ ଉଦ୍ଧାର କରିବା ପାଇଁ ବାପା,...

ପରିବାର ସହ ଦାଦନ ଯାଇ ଯୁବକ ନିଖୋଜ : ପୁଅକୁ ଉଦ୍ଧାର କରିବା ପାଇଁ ବାପା, ମା’ଙ୍କ ଆକୁଳ ନିବେଦନ

ବଙ୍ଗୋମୁଣ୍ଡା : ୧୦ ଦିନ ହେଲା ପୁଅର ମିଲୁନି ସନ୍ଧାନ । ଅସହୟତା ଆଖିରୁ ନିଗିଡି ପଡୁଛି ଲୁହ । ପୁଅର ନିଖୋଜ ହୋଇଯାଇଥିବା ବେଳେ ରୁନ୍ଧି ହେଉଛନ୍ତି ବାର୍ଦ୍ଧକ୍ୟ ବାପା, ମା’ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କପିଲାଭଟା ଗ୍ରାମର ଟିକ ରଣାଙ୍କ ପୁଅ ଲକ୍ଷ୍ମଣ ରଣା ନିଜ ସ୍ତ୍ରୀ ଓ ୨ପୁଅକୁ ଧରି ପେଟ ପଟଣା ପାଇଁ ହାଇଦ୍ରାବାଦକୁ ଦାଦନ ଖଟିବାକୁ ଯାଇଛନ୍ତି । କ’ଣ ହେଲା କେଜାଣି ଆଉ ଲକ୍ଷ୍ମଣଙ୍କ ଖୋଜ ଖବର ନାହିଁ । ରାଜ୍ୟ ବାହାରେ କାମ କରି ଅର୍ଥ ଉପାର୍ଜନ କରିବେ ଏବଂ ସେହି ଅର୍ଥ ଦ୍ୱାରା ଗରିବ ପରିବାର ମୁହଁରେ ହସ ଫୁଟାଇବେ ଲକ୍ଷ୍ୟ ନେଇ ଲକ୍ଷ୍ମଣଙ୍କ ସାଙ୍ଗରେ ପରିବାର ଯାଇଥିଲେ ହାଇଦ୍ରାବାଦକୁ ଦାଦନ ଖଟିବାକୁ । ହେଲେ ୧୦ ଦିନ ହେଲା ଲକ୍ଷ୍ମଣଙ୍କ ପତ୍ତା ମିଲିନାହିଁ ।
ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମର ଟିକ ରଣାଙ୍କ ପୁଅ ଲକ୍ଷ୍ମଣ ରଣା(୩୬) ଗତ କିଛି ମାସ ତଳେ ବାହାର ରାଜ୍ୟ ହାଇଦ୍ରାବାଦକୁ ଯାଇଥିଲେ ଦାଦନ ଖଟିବାକୁ । ସେଠାରୁ ଯାହା ଅର୍ଥ ମିଳିବ ସେଥିରେ ସ୍ତ୍ରୀ ପ୍ରେମଲତା ରଣା, ପୁଅ ଦେବାନନ୍ଦ ରଣା, ଅଜୟ ରଣାଙ୍କୁ ୨ମୁଠା ଭଲରେ ଖାଇବାକୁ ଦେବେ ଓ ଘର ଚଳାଇବେ ବୋଲି ଭାବିଥିଲେ । ହେଲେ ସବୁ ଠିକ୍ ଠାକ୍ ଚାଲିଥିବା ବେଳେ ଗତ ୧୦ ଦିନ ତଳେ ସେ କେଉଁଆଡ଼େ ନିଖୋଜ ହୋଇଯାଇଥିବା ପ୍ରେମଲତା ଶାଶୂ, ଶ୍ୱଶୂରକୁ ଫୋନ ଯୋଗେ ଜଣାଇଥିଲେ । ଏପଟେ ପୁଅର ନିଖୋଜ ହେବା ନେଇ ବାର୍ଦ୍ଧକ୍ୟ ବାପା, ମା’ ଅସହାୟ ହୋଇପଡ଼ିଛନ୍ତି । ନିଜ ଅଞ୍ଚଳରେ କାମ ନପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ ଲକ୍ଷ୍ମଣ ଓ ପରିବାର । ଏହି ପରିବାର ଗରିବ ଶ୍ରେଣୀର ହୋଇଥିବା ବେଳେ ୨ପଇସା ପାଇବା ଆଶାରେ ଯାଇଥିଲେ ଦାଦନ ।
ଲକ୍ଷ୍ମଣଙ୍କ ଝିଅ ଚନ୍ଦ୍ରକାନ୍ତି ରଣାଙ୍କୁ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ତୁକୁଲା ଗ୍ରାମର ଶ୍ୱଶୂର ଘରେ ଛାଡ଼ି ଦେଇଛନ୍ତି । ଅନ୍ୟପଟେ ପୁଅର ନିଖୋଜ ହେବା ଶୁଣି ବାପା, ମା’ ଖାଇ ପିଉନାହାନ୍ତି । କେଉଁ ସର୍ଦ୍ଦାର ଏହି ଦାଦନ ଖଟାଇବା ପାଇଁ ନେଇଥିଲେ ତାହା ଜଣାପଡ଼ି ନାହିଁ । ମା’ କୌଣସି ରୋଗରେ ପୀଡ଼ିତ ହୋଇଥିବା ବେଳେ ବିଛଣାରେ ଶୋଇ ପଡ଼ିଛନ୍ତି । ତୁରନ୍ତ ପ୍ରଶାସନ ପୁଅକୁ ଉଦ୍ଧାର କରିବା ପାଇଁ ବାର୍ଦ୍ଧକ୍ୟ ବାପା, ମା’ ଗଣମାଧ୍ୟମ ଠାରେ ଆକୁଳ ନିବେଦନ କରିଛନ୍ତି । ଅସହାୟ ଏହି ପରିବାର ପାଖରେ ପ୍ରଶାସନର ସହାୟତା ବିନା ଆଉ କିଛି ବାଟ ହିଁ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking