29.1 C
Bhubaneswar
Sunday, April 28, 2024
Homeଓଡିଶାଦାଦନ ଶ୍ରମିକ ନିଖୋଜ, ସ୍ତ୍ରୀ ଥାନାର ଦ୍ୱାରସ୍ଥ

ଦାଦନ ଶ୍ରମିକ ନିଖୋଜ, ସ୍ତ୍ରୀ ଥାନାର ଦ୍ୱାରସ୍ଥ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ଗୋର୍ଲା ଗ୍ରାମର ଜଣେ ଦାଦନ ଶ୍ରମିକ ଆଜିକୁ ୩ମାସ ହେଲା ନିଖୋଜ ଥିବା ଜଣାପଡିଛି । ଦାଦନ ଶ୍ରମିକ ଗୋର୍ଲା ଗ୍ରାମର ବିଡିଓ ମାଝି (୫୧) ବର୍ଷ ବୋଲି ଜଣାପଡି ଥିବାବେଳେ ତାଙ୍କ ସ୍ତ୍ରୀ ନମତୀ ମାଝି ସିନାପାଲି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ନମିତାଙ୍କ ସ୍ୱାମୀ ବିଡିଓ ମାଝି ଆଜିକୁ ୬ମାସ ତଳେ ବିଜେବେଡାକୁ କାମ କରିବାକୁ ଯାଇଥିଲେ । ହେଲେ ଗତ ୩ମାସ ହେଲା ଘରକୁ ଯୋଗାଯୋଗ କରୁନାହାନ୍ତି । ଗଲା ଦିନଠାରୁ ୩ମାସ ପର୍ଯ୍ୟନ୍ତ ଫୋନ୍‌ରେ ଯୋଗାଯୋଗ କରି ପରିବାର ସହ କଥାବାର୍ତ୍ତା ହେଉଥିଲେ । ହେଲେ ହଠାତ୍ ଆଜିକୁ ୩ମାସ ହେଲା କୌଣସି ପ୍ରକାରର ଯୋଗାଯୋଗ କରୁନାହାନ୍ତି । ଏନେଇ ନମିତା ନୂଆପଡ଼ା ଜିଲ୍ଲା ଗୋଣ୍ଡ ସମାଜ ସଭାପତି ପ୍ରଶନ୍ନ ମାଝି, ଗୋର୍ଲା ସରପଞ୍ଚ ଦିଲିପ କୁମାର ମାଝିଙ୍କ ସହାୟତାରେ ସିନାପାଲି ଥାନାରେ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଖବର ଶୁଣି ଜିଲ୍ଲା ଦଲିତ ଅଧିକାର ମଞ୍ଚ ସଭାପତି କମଲ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଦଳିତ ଅଧିକାର ଟିମ୍ ଦାଦନ ଶ୍ରମିକଙ୍କ ଘରେ ପହଞ୍ଚି ନମିତାଙ୍କ ସହ ଆଲୋଚନା କରିଛନ୍ତି । ଏନେଇ ସିନାପାଲି ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇ ଥିବା ସୂଚନା ମିଲିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking