30.1 C
Bhubaneswar
Saturday, May 4, 2024
Homeଖେଳପେଲେଙ୍କ ରେକର୍ଡ ଭାଙ୍ଗିଲେ ମେସି

ପେଲେଙ୍କ ରେକର୍ଡ ଭାଙ୍ଗିଲେ ମେସି

ନୂଆଦିଲ୍ଲୀ :  ଆର୍ଜେଣ୍ଟିନା ଷ୍ଟାର୍ ଫୁଟ୍‌ବଲର୍ ଲିଓନେଲ୍ ମେସି ମହାନ୍ ଫୁଟ୍‌ବଲର୍ ପେଲେଙ୍କ ୫୦ ବର୍ଷର ପରୁଣା ରେକର୍ଡ ଭଙ୍ଗ କରିଛନନ୍ତି । ମେସି ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରେ ସର୍ବାଧିକ ଗୋଲ୍ କରିବାରେ ଦକ୍ଷିଣ ଆମେରିକୀୟ ଖେଳାଳି ହୋଇଛନ୍ତି । ୩୪ ବର୍ଷୀୟ ମେସି ଗୁରୁବାର ବୋଲିଭିଆ ବିପକ୍ଷ ବିଶ୍ୱ କପ୍ କ୍ୱାଲିଫାୟର୍ ମ୍ୟାଚ୍‌ରେ ଆର୍ଜେଣ୍ଟିନାର ୩-୦ରେ ବିଜୟ ଅବସରରେ ଏହି ଉପଲବ୍ଧି ହାସଲ କରିଛନ୍ତି । ଏହି ମ୍ୟାଚ୍‌ରେ ମେସି ହ୍ୟାଟ୍ରିକ୍ କରିବା ସହ ତାଙ୍କର ଅନ୍ତର୍ଜାତୀୟ ଗୋଲ୍ ସଂଖ୍ୟା ୭୯ରେ ପହଞ୍ଚିଥିଲା, ଯାହା ପେଲେଙ୍କ ଗୋଲ୍‌ଠାରୁ ଦୁଇଟି ଅଧିକ ।

ମ୍ୟାଚ୍‌ର ୧୪ତମ ମିନିଟ୍‌ରେ ପେଲେ ପ୍ରଥମ ଗୋଲ୍ କରି ପେଲେଙ୍କ ରେକର୍ଡ ସମକକ୍ଷ ହୋଇଥିଲେ । ଏହାପରେ ୬୪ତମ ମିନିଟ୍‌ରେ ଦ୍ୱିତୀୟ ଗୋଲ୍ କରି ଏହି ରେକର୍ଡ ଅତିକ୍ରମ କରିଥିବା ବେଳେ ୩ୟ ଗୋଲ୍‌ଟି ୮୭ତମ ମିନିଟ୍‌ରେ ସ୍କୋର୍ ହ୍ୟାଟ୍ରିକ୍ ଅର୍ଜନ କରିଥିଲେ । ମେସି ଆର୍ଜେଣ୍ଟିନା ପକ୍ଷରୁ ୧୫୩ ମ୍ୟାଚ୍ ଖେଳିଥିବା ବେଳେ ପେଲେ ବ୍ରାଜିଲ୍ ପକ୍ଷରୁ ୯୨ ମ୍ୟାଚ୍‌ରେ ୭୭ ଗୋଲ୍ ସ୍କୋର୍ କରିଥିଲେ । ପେଲେ ନିଜର ଅନ୍ତିମ ମ୍ୟାଚ୍ ୧୯୭୧ ଜୁଲାଇରେ ଖେଳିଥିଲେ । ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରେ ସର୍ବାଧିକ ଗୋଲ୍ ରେକର୍ଡ ପର୍ତ୍ତୁଗାଲ୍‌ର କ୍ରିଷ୍ଟିଆନ୍ ରୋନାଲ୍ଡୋଙ୍କ ନାମରେ ରହିଛି । ସେ ବର୍ତ୍ତମାନ ସୁଦ୍ଧା ୧୮୦ ମ୍ୟାଚ୍‌ରେ ୧୧୧ ଗୋଲ୍ ସ୍କୋର୍ କରିସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking