29.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶକିନ୍ନର୍‌ଙ୍କ ପାଇଁ କରୋନା ଭାକ୍ସିନ୍ ଅଭିଯାନ ଆରମ୍ଭ

କିନ୍ନର୍‌ଙ୍କ ପାଇଁ କରୋନା ଭାକ୍ସିନ୍ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ ଏବେ ସାରା ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି । ଏହା ମଧ୍ୟରେ ପ୍ରାୟ ୭୨ କୋଟି ଲୋକଙ୍କର ଟିକାକରଣ ସରିଛି । ତେବେ ଟ୍ରାନ୍ସଜେଣ୍ଡର (କିନ୍ନର) ସମୁଦାୟର ବହୁ କମ୍ ବ୍ୟକ୍ତି କୋଭିଡ୍ ଟିକା ନେଇଛନ୍ତି । ଏପରି ସ୍ଥିତିରେ ଏବେ ସାରାଦେଶରେ ଟ୍ରାନ୍ସଜେଣ୍ଡରଙ୍କ ମାଗଣା ଟିକାକରଣ ପାଇଁ କିନିର, ବିଲ୍ଲୁ ପୁନାୱାଲ୍ ଚାରିଟେବଲ୍ ଫାଉଣ୍ଡେସନ୍ ଓ ଆପୋଲୋ ହସ୍ପିଟାଲ୍ ପକ୍ଷରୁ ଜାତୀୟସ୍ତରୀୟ ଅଭିଯାନ ଆରମ୍ଭ ହୋଇଛି । “କିନିର’ର ଲକ୍ଷ୍ମୀ ନାରାୟଣ ତ୍ରିପାଠୀ କହିଛନ୍ତି, ଟ୍ରାନ୍ସଜେଣ୍ଡର ସମୁଦାୟଙ୍କ ପାଇଁ ସେପ୍ଟେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିବା

ଏହି ଅଭିଯାନ ପାଇଁ ସେରମ ଇନ୍‌ଷ୍ଟିଚ୍ୟୁଟ୍‌ରୁ କୋଭିଶିଲ୍ଡର ଅଢ଼େଇ ଲକ୍ଷ ଡୋଜ୍ ନିଆଯାଇଛି । ସମସ୍ତଙ୍କୁ ଦୁଇ ଡୋଜ୍ ପ୍ରଦାନ ପାଇଁ ଏହି ଟିକାକରଣ କାର୍ଯ୍ୟକ୍ରମ ୬ ମାସ ପର୍ଯ୍ୟନ୍ତ ଚାଲିବ । ଟିକାକରଣ ପାଇଁ ସମୁଦାୟର ଲୋକଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ସେମାନେ ଫୋନ୍‌, ହ୍ୱାଟ୍ସଆପ୍ କିମ୍ବା ଇ-ମେଲ୍ ମାଧ୍ୟମରେ ନିଜର ଟିକାକରଣ ପାଇଁ ଆପଏଣ୍ଟମେଣ୍ଟ୍ ବୁକ୍ କରିପାରିବେ ଏବଂ ନିଜ  ନିକଟସ୍ଥ ସେଣ୍ଟକୁ ଯାଇ ମାଗଣାରେ ଟିକା ନେଇପାରିବେ । ଏଥିପାଇଁ ଦୁଇଟି ନମ୍ବର ଜାରି କରାଯାଇଛି, ଯାହା ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଚାଲୁ ରହିବ ।

ଏହି ନମ୍ବରରେ ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ବୁକିଂ କରାଯାଇ ପାରିବ ଏବଂ ରବିବାର ଏହା ବନ୍ଦ ରହିବ । ଏହି ନମ୍ବର ଦୁଇଟି ହେଉଛି ୯୫୫୧୨୭୭୩୧୧ ଓ ୯୫୫୧୨୭୭୩୦୦ । ଏହି କାର୍ଯ୍ୟକ୍ରମ ପୁଣେରୁ ଆରମ୍ଭ ହୋଇଥିବା ବେଳେ ଏହି ଅବସରରେ କିନ୍ନର୍‌ଙ୍କ ମଧ୍ୟରେ କରୋନା ଟିକା ପ୍ରତି ସଚେତନତା ମଧ୍ୟ ସୃଷ୍ଟି କରାଯାଉଥିବା କିନିର ସେବାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମନୀଷ ଜୈନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking