36.1 C
Bhubaneswar
Saturday, May 18, 2024
Homeଖେଳୟୁଏସ୍ ଓପନ୍ : ଓପନ୍ ଏରାରେ ଅଷ୍ଟମ ଟିନ୍ ସ୍ଲାମ୍ ଫାଇନାଲ୍‌

ୟୁଏସ୍ ଓପନ୍ : ଓପନ୍ ଏରାରେ ଅଷ୍ଟମ ଟିନ୍ ସ୍ଲାମ୍ ଫାଇନାଲ୍‌

ନ୍ୟୁୟର୍କ: ଚଳିତ ୟୁଏସ୍ ଓପନ୍‌ରେ ମହିଳା ସିଙ୍ଗଲ୍ସରେ ଟିନଏଜର୍‌ଙ୍କ ଦବ୍‌ଦବା ଦେଖିବାକୁ ମିଳିଛି । ଓପନ୍ ଏରାରେ ଅଷ୍ଟମ ଥର ପାଇଁ ଦୁଇ ଜଣ ଟିନଏଜରଙ୍କ ମଧ୍ୟରେ ଗ୍ରାଣ୍ଡସ୍ଲାମ୍ ଫାଇନାଲ୍ ମ୍ୟାଚ୍ ଖେଳାଯିବ । ଏଥିସହ ୨୨ ବର୍ଷ ପରେ ଶନିବାର ପ୍ରଥମ ଥର ପାଇଁ ଏପରି ଘଟଣା ଦେଖିବାକୁ ମିଳିବ । କାରଣ ୧୮ ବର୍ଷୀୟା ବ୍ରିଟିଶ୍ କ୍ୱାଲିଫାୟର୍ ଏମ୍ମା ରାଡୁକାନୁ ୧୯ ବର୍ଷୀୟା କାନାଡାର ଲିଲାହ ଫର୍ଣ୍ଣାଣ୍ଡେଜ୍‌ଙ୍କୁ ଭେଟିବେ । ଏଥିସହ ସପ୍ତଦଶ ସିଡ୍ ଗ୍ରୀସ୍‌ର ମାରିଆ ସାକ୍କାରିଙ୍କୁ ୬-୧,୬-୪ରେ ପରାସ୍ତ କରି ରାଡୁକାନୁ ପ୍ରଥମ କ୍ୱାଲିଫାୟର୍ ଭାବେ କୌଣସି ଗ୍ରାଣ୍ଡସ୍ଲାମ୍ ଫାଇନାଲ୍‌ରେ ପହଞ୍ଚିବାର ଗୌରବ ଲାଭ କରିଛନ୍ତି ।

ତା’ଛଡ଼ା ୧୭ ବର୍ଷ ପରେ ଗ୍ରାଣ୍ଡସ୍ଲାମ୍‌ରେ ଏପରି ଘଟଣା ଦେଖିବାକୁ ମିଳିଛି । ବିଜୟ ପରେ ଫାଇନାଲ୍‌ରେ ପହଞ୍ଚିଥିଲେ ହେଁ ଏହା ତାଙ୍କ ପାଇଁ ଅବିଶ୍ୱସନୀୟ ବୋଲି ପ୍ରତିକ୍ରିୟାରେ ରାଡୁକାନୁ କହିଛନ୍ତି । ଅନ୍ୟପକ୍ଷରେ ୭୩ତମ ର‌୍ୟାଙ୍କ୍‌ରେ ଥିôବା ଫର୍ଣ୍ଣାଣ୍ଡେଜ୍ ଦ୍ୱିତୀୟ ସିଡ୍ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ୭-୬(୭/୩),୪-୬,୬-୪ରେ ହରାଇ ତୃତୀୟ ଥର ପାଇଁ କୌଣସି ଟପ୍ ୫ ଖେଳାଳିଙ୍କୁ ପରାସ୍ତ କରିପାରିଛନ୍ତି । ଗତ ୨୦୧୨ ପରେ ମଧ୍ୟ ଗ୍ରାଣ୍ଡସ୍ଲାମ୍‌ରେ ଏହା ପ୍ରଥମ ଉଦାହରଣ । ୨୦୧୨ ୱିମ୍ବଲଡନ୍ ଓପନ୍‌ରେ ସେରେନା ଏହି ସଫଳତା ପାଇଥିଲେ । ସେହିପରି ଗତ ୧୯୯୯ ୟୁଏସ୍ ଓପନ୍‌ରେ ୧୭ ବର୍ଷୀୟା ୱିଲିୟମ୍ସ ଓ ମାର୍ଟିନା ହିଙ୍ଗିସ୍‌ଙ୍କ ମଧ୍ୟରେ ଫାଇନାଲ୍ ଖେଳାଯାଇଥିଲା, ଯାହାକି ଗ୍ରାଣ୍ଡସ୍ଲାମ୍ ପ୍ରତିଯୋଗିତାରେ ଓପନ୍ ଏରାରେ ସପ୍ତମ ଥର ଦେଖିବାକୁ ମିଳିଥିଲା ।

ଏହାଛଡ଼ା ୨୦୦୪ ପରେ ରାଡୁକାନୁ ସର୍ବକନିଷ୍ଠା ଗ୍ରାଣ୍ଡସ୍ଲାମ୍ ଫାଇନାଲିଷ୍ଟ । ୨୦୦୪ରେ ମାରିଆ ସାରାପୋଭା ୧୭ ବର୍ଷ ବୟସରେ ୱିମ୍ବଲଡନ୍ ଫାଇନାଲ୍ ଖେଳିଥିଲେ । ଶନିବାର ଫାଇନାଲ୍‌ରେ ବିଜୟୀ ହୋଇ ରାଡୁକାନୁ ୧୯୭୭ ପରେ ପ୍ରଥମ ବ୍ରିଟିଶ୍ ମହିଳା ଭାବେ ଗ୍ରାଣ୍ଡସ୍ଲାମ୍ ଓ ୧୯୬୮ ପରେ ୟୁଏସ୍ ଓପନ୍ ଚାମ୍ପିଅନ୍ ହେବାକୁ ଲକ୍ଷ୍ୟ ରଖିଛନ୍ତି । ୧୯୭୭ରେ ବ୍ରିଟେନ୍‌ର ଭର୍ଜିନିଆ ୱେଡ୍ ୱିମ୍ବଲଡନ୍ ଓପନ୍ ଜିତିଥିବା ବେଳେ ୧୯୬୮ରେ ୟୁଏସ୍ ଓପନ୍‌ରେ ଚାମ୍ପିଅନ୍ ହୋଇଥିଲେ । ଅନ୍ୟପକ୍ଷରେ ଆସନ୍ତା ସୋମବାର ୧୯ ବର୍ଷରେ ପଦାର୍ପଣ କରିବାକୁ ଥିôବା ରାଡୁକାନୁ ଚଳିତ ୟୁଏସ୍ ଓପନ୍‌ରେ ଅଦ୍ୟାବଧି ଡିଫେଣ୍ଡିଂ ଚାମ୍ପିଅନ୍ ନାଓମୀ ଓସାକା, ପଞ୍ଚମ ସିଡ୍ ଏଲିନା ସ୍ୱିତୋଲିନାଙ୍କୁ ହରାଇଥିଲେ । ଗୁରୁବାର ଖେଳାଯାଇଥିବା ସେମିଫାଇନାଲ୍‌ରେ ୨୩ ବର୍ଷୀୟା ସାବାଲେଙ୍କା ତାଙ୍କର ତୃତୀୟ ଟପ୍ ୫ ଶିକାର ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking