29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଏହି ଦେଶରେ ଜଣେ ବ୍ୟକ୍ତି ଦୁଇଟି ବିବାହ କରିବା ବାଧ୍ୟତାମୂଳକ, ନହେଲେ ହୋଇପାରେ ଜେଲ ଦଣ୍ଡ

ଏହି ଦେଶରେ ଜଣେ ବ୍ୟକ୍ତି ଦୁଇଟି ବିବାହ କରିବା ବାଧ୍ୟତାମୂଳକ, ନହେଲେ ହୋଇପାରେ ଜେଲ ଦଣ୍ଡ

ନୂଆଦିଲ୍ଲୀ: ଭାରତରେ ପ୍ରଥମ ସ୍ତ୍ରୀ କୁ ବିନା ଛାଡପତ୍ରରେ କିଏ ବି ଦ୍ୱିତୀୟ ବିବାହ କରିପାରନ୍ତି ନାହିଁ । ଦୁନିଆରେ ପ୍ରତି ଦେଶରେ ବିବାହ ପାଇଁ ଭିନ୍ନ ଭିନ୍ନ ଆଇନ ରହିଛି । ହେଲେ ଦୁନିଆରେ ଏମିତି ଏକ ଦେଶ ରହିଛି, ଯେଉଁଠି ପ୍ରତି ପୁରୁଷକୁ ଦୁଇଟି ବିବାହ କରିବା ଅନିବାର୍ଯ୍ୟ । ଯଦି କୌଣସି ବ୍ୟକ୍ତି ଦୁଇଟି ବିବାହ କରିବାକୁ ମନା କରିଦିଏ, ତେବେ ତାଙ୍କୁ କଦର୍ଯ୍ୟ ଜୀବନ କାଟିବାକୁ ପଡିଥାଏ ।
ଆଫ୍ରିକାରେ ବିବାହକୁ ନେଇ ଭିନ୍ନ ଆଇନ କାନୁନ ରହିଛି । ହେଲେ ଏମିତି ଆଇନ ଦୁନିଆର ଆଉ କୌଣସି ଦେଶରେ ନାହିଁ । ବିବାହକୁ ନେଇ ସେଠାରେ ଅଜବ ନିୟମ ରହିଛି । ସେଠାରେ ପ୍ରତି ବ୍ୟକ୍ତି ଦୁଇଟି ବିବାହ କରିବାକୁ ବାଧ୍ୟ । ଆଉ ଯଦି କିଏ ଏମିତି କରିବାକୁ ମନା କରେ, ତେବେ ତାକୁ କଠିନରୁ କଠିନ ଦଣ୍ଡ ଭୋଗିବାକୁ ପଡିଥାଏ । ଏମିତି ନିୟମ ଶୁଣିବା ପରେ ଆପଣଙ୍କୁ ଅଜବ ଲାଗୁଥିବ ନିଶ୍ଟୟ । ଆପଣ ବି ଭାବୁଥିବେ ଏମିତି ନିୟମ ସତରେ କଣ କେଉଣ ଦେଶରେ ରହିଛି । ଆଫ୍ରିକାର ଇରିଟ୍ରିଆରେ ଏମିତି ନିୟମ ରହିଛି ବିବାହକୁ ନେଇ । ସେଠାରେ ହିଁ ପୁରୁଷଙ୍କୁ ଦୁଇଟି ବିବାହ କରିବାକୁ ପଡିଥାଏ । ତେଣିକି ସେ ଖୁସିରେ ହେଉ କିମ୍ବା ଦୁଃଖରେ । ଇରିଟ୍ରିଆରେ ଦୁଇଟି ବିବାହ କରିବା ବାଧ୍ୟତାମୂଳକ । ଯଦି ଜମେ ବ୍ୟକ୍ତି ଦୁଇଟି ସ୍ତ୍ରୀ ରଖିବାକୁ ମନା କରିଦିଏ, ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ଦଣ୍ଡ ସ୍ୱରୂପ ତାକୁ ଆଜୀବନ ଜେଲ ଦଣ୍ଡ ଭୋଗିବାକୁ ପଡିଥାଏ । ତେବେ କହିବାକୁ ଗଲେ ମହିଳାଙ୍କ କାରଣ ପାଇଁ ହିଁ ଏମିତି ନିୟମ କରାଯାଇଛି । କାରଣ ଇରିଟ୍ରିଆରେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ସଂଖ୍ୟା ଅଧିକ ।ଇରିଟ୍ରିଆର ଇଥିୟୋପିଆରୁ ଗୃହ ଯୁଦ୍ଧ ଚାଲୁଛି । ଯେଉଁଥିପାଇଁ ମହିଳାଙ୍କ ସଂଖ୍ୟା ସେଠାରେ ଅଧିକ । ଆଶ୍ଚର୍ଯ୍ୟକର କଥା ହେଲା ଯେ, ସେହି ଦେଶରେ ମହିଳାମାନଙ୍କ ପାଇଁ ବି ଏକ ଶକ୍ତ ଆଇନ ଅଛି । ସେଠିକାର ମହିଳା ପୁରୁଷଙ୍କୁ ଦୁଇଟି ବିବାହ କରିବାକୁ ମନା କରିପାରିବେ ନାହିଁ । ଯଦି ସେ ବିବାହରେ କୌଣସି ସମସ୍ୟା ସୃଷ୍ଟି କରନ୍ତି, ତେବେ ତାଙ୍କୁ ମଧ୍ୟ ଜେଲ ଦଣ୍ଡ ଭୋଗିବାକୁ ପଡେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking