29.1 C
Bhubaneswar
Saturday, April 27, 2024
HomeUncategorizedମଡେଲରୁ ଟ୍ରମ୍ପଙ୍କ ପତ୍ନୀ

ମଡେଲରୁ ଟ୍ରମ୍ପଙ୍କ ପତ୍ନୀ

ଭୁବନେଶ୍ୱର: ୟୁନାଇଟେଡ ଷ୍ଟେଟର ୪୫ ତମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତୃତୀୟ ପତ୍ନୀ ମେଲାନିଆ ଟ୍ରମ୍ପ । ଏପ୍ରିଲ ୨୬ ତାରିଖ ୧୯୭୦ରେ ଜନ୍ମଗ୍ରହଣ କରିଥିବା ମେଲାନିଆ ଜଣେ ସଫଳ ଫ୍ୟାଶନ ମଡେଲ ଓ ଆମେରିକାର ପ୍ରଥମ ମହିଳା ଭାବେ ବେଶ୍ ପରିଚିତ । ନୋଭୋ ମେଷ୍ଟୋରେ ଜନ୍ମଗ୍ରହଣ କରିଥିବା ମେଲାନିଆ ସେଭନିକାରେ ବଡ ହୋଇଥିଲେ । ମାତ୍ର ୧୬ ବର୍ଷ ବୟସରେ ସେ ପ୍ୟାରିସ ଓ ମିଲନରେ ଫ୍ୟାଶନ ମଡେଲ ଭାବେ କାମ କରିବା ଆରମ୍ଭ କରିଥିଲେ । ପରେ ୧୯୯୬ ମସିହାରେ ସେ ନ୍ୟୁ ୟର୍କ ଆସିଥିଲେ । ତାଙ୍କର ମଡେଲିଂ କ୍ୟାରିୟର ଲିରିନେ ନ୍ୟାକି ମଡେଲ୍ସ ଓ ଟ୍ରମ୍ପ ମଡେଲ ମ୍ୟାନେଜମେଂଟ ସହ ସଂପୃକ୍ତ ଥିଲା । ୧୯୯୮ରେ ଏକ ପାର୍ଟିରେ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦେଖା ହୋଇଥିଲା ମେଲାନିଆଙ୍କର । ପରେ ଦୁହେଁ ଡେଟ୍ କରିବାକୁ ଲାଗିଥିଲେ । ୨୦୦୧ରେ ସେ ୟୁନାଇଟେଡ ଷ୍ଟେଟର ସ୍ଥାୟୀ ନାଗରିକତ୍ୱ ଲାଭ କରି ୨୦୦୫ରେ ଡୋନାଲ୍ଡ ଟ୍ରମ୍ପଙ୍କୁ ବିବାହ କରିଥିଲେ । ୨୦୦୬ ରେ ଟ୍ରମ୍ପଙ୍କର ଏକ ପୁତ୍ର ସନ୍ତାନ ଜାତ ହୋଇଥିଲା । ଯାହାର ନାଁ, ବ୍ୟାରନ ଟ୍ରମ୍ପ ।

ବିବାହ ପୂର୍ବରୁ ସୁପର ମଡେଲ ଥିବା ମେଲାନିଆ ୪୯ ବର୍ଷରେ ବି ଫିଟ୍ ଅଛନ୍ତି । ମେଲାନିଆ କୁହନ୍ତି, ଫିଟ୍ ରହିବା ପାଇଁ ସେ ପୌଷ୍ଟିକ ଆହାର ନେବା ସହ ଓର୍କଆଉଟ କରନ୍ତି । ଇନଷ୍ଟାଗ୍ରାମରେ ମେଲାନିଆଙ୍କର ୨.୬ ମିଲିୟନ ଫଲୋଅର୍ସ ରହିଥିବା ବେଳେ ଟ୍ୱିଟରରେ ୧.୦୬ ମିଲିୟନ ଫଲୋଅର୍ସ ଅଛନ୍ତି । ଆଉ ଫେସବୁକରେ ୧,୯୬୫,୪୩୦ ଜଣ ଫଲୋଅର୍ସ ଅଛନ୍ତି । ଜୁଏଲାରୀ ଡିଜାଇନିଂ ସହ ଟ୍ରାଭେଲିଂରେ ରୁଚି ରଖନ୍ତି ମେଲାନିଆ । ପିଜ୍ଜା ଓ ସାଲାଡ ଖାଇବାକୁ ରୁଚି ରଖୁଥିବା ମେଲେନିଆଙ୍କ ପ୍ରିୟ କଲର ହେଉଛି ପିଙ୍କ୍ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking