ବିଶ୍ୱର ସବୁଠୁ ସୁରକ୍ଷା ଯାନ ‘ଦ ବିଷ୍ଟ’

ଭୁବନେଶ୍ୱର: ଏବେ ଭାରତ ଗସ୍ତରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁଇ ଦିନିଆ ଭାରତ ଗସ୍ତରେ ଥିବା ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ତାଙ୍କର ଭବ୍ୟ ସ୍ୱାଗତ କରାଯାଇଛି । ହେଲେ ସେ ଭାରତ ଆସିବା ପରଠୁ ତାଙ୍କୁ ନେଇ ଯେତିକି ଚର୍ଚ୍ଚା ହୋଇନାହିଁ, ସେତିକି ଚର୍ଚ୍ଚା ତାଙ୍କର ବିଳାସପୂର୍ଣ୍ଣ କାରକୁ ନେଇ ହୋଇଛି । ସେ ଯେଉଁ ରାଷ୍ଟ୍ର ଗସ୍ତ କରିଛନ୍ତି, ସବୁଠି ତାଙ୍କର ସେଇ ଗାଡିକୁ ନେଅ ଚର୍ଚ୍ଚା । ଟ୍ରମ୍ପଙ୍କ ସେଇ ଗାଡିର ନା ହେଉଛି ‘ଦ ବିଷ୍ଟ’ । ଯାହାର ଅର୍ଥ ଆନିମଲ୍ । ନିକ୍ ନେମ୍ ‘ଦ ବିଷ୍ଟ’ ହୋଇଥିବା ବେଳେ ଏହାର କୋଡ୍ ହେଉଛି ‘ଷ୍ଟେଜ କୋଚ’। ଏହି ଗାଡିର ଓଜନ ୯ ଟନ୍ । ଯାହା ଏକ ଟାଙ୍କି ସହ ସମାନ । ଏହି ଗାଡିର ଝରକା ଗୁଡିକ ବୁଲେଟ ପ୍ରୁଫ୍ ହୋଇଥିବା ବେଳେ କେମିକାଲ ନିରୋଧୀ ଏବଂ କେବଳ ଡ୍ରାଇଭର ବସୁଥିବା ସ୍ଥାନର ଝରକା ଅଧା ଖୋଲିଥାଏ । ଟ୍ରମ୍ପଙ୍କ ଏହି କାରକୁ ଆମେରିକାର ଜେନେରାଲ ମୋଟରସ କମ୍ପାନୀ ନିର୍ମାଣ କରିଥିବା ବେଳେ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ସହ ଟ୍ରମ୍ପଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ସରଂଜାମ ରହିଛି । ସେଥିପାଅଁ ଏହାକୁ ଗାଡି ନୁହେଁ ବରଂ ଆର୍ମିୀ ସହ ସମାନ କରାଯାଏ । ଲିମୋସିନ ମଡେଲର ଏହି କାରର ଝରକା ୮ ଇଂଚର ହୋଇଥିବା ବେଳେ ୫ ସ୍ତରୀୟ ମୋଟେଇ ପଲିକାର୍ବୋନେଟରେ ତିଆରି । ଆମେରିକା ସିକ୍ରେଟ ସର୍ଭିସ ହେଉଛନ୍ତି ଏହି ଗାଡିର ପରିଚାଳକ । ଏହି କାରକୁ ଟ୍ରମ୍ପଙ୍କ ସୁରକ୍ଷା ଯାନ କହିବା ସହ ବିଶ୍ୱର ସବୁଠୁ ସୁରକ୍ଷା ଯାନ ମଧ୍ୟ କୁହାଯାଏ । ଖାସ କଥା ହେଉଛି ପ୍ରତିକୂଳ ପରିସ୍ଥିତିରେ ବି ଜଣେ ଡ୍ରାଇଭର ଏହାକୁ ପରିଚାଳନା କରିବା ସହ ୧୮୦ ଡିଗ୍ରୀରେ ବି ଗାଡି ବୁଲାଇପାରିବ । ଏହାସହ ଗାଡି ସାମ୍ନାରେ ନାଇଟ ଭିଜନ କ୍ୟାମେରା ସହ ଅଗ୍ନିନିରୋଧକ ସରଂଜାନ ସହ ଧୂଆଁ ସୃଷ୍ଟିକାରୀ ବ୍ୟବସ୍ଥା ବି ରହିଛି । ଯଦି ଏହି ଗାଡି ଉପରକୁ ଶତ୍ରୁ ଆକ୍ରମଣ କରନ୍ତି ତେବେ ଜେମସ କାର ଭଳି ଏହି କାରରେ ବି ସଟ୍ ଗନସ ଓ ଟିଅର ଗ୍ୟାସ ବ୍ୟବସ୍ଥା ରହିଛି ।

କାରର ବଡି ସଂପୂର୍ଣ୍ଣରୂପେ ଷ୍ଟିଲ, ଟିଟାନିୟମ, ଆଲୁମିନିୟମ ଓ ସେରାମିକ ମିଶ୍ରଣରେ ତିଆରି । ଏହାସହ ଯଦି ଟାୟାର କୌଣସି କାରଣରୁ ପକଂଚର ହୋଇଯାଏ, ତେବେ ଚିନ୍ତାର କାରଣ କିଛି ନାହିଁ । କାରଣ ବିନା ଟାୟାରରେ ବି ରିମରେ ଦୃତ ବେଗରେ ଯାଇପାରିବ ଏହି କାର । କ୍ଷେପଣାସ୍ତ୍ର ଆକ୍ରମଣରୁ ମଧ୍ୟ ରକ୍ଷା କରିବାର ଏହି କାରର କ୍ଷମତା ରହିଛି । ଜରୁରୀକାଳୀନ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଏହି ଗାଡି ମଧ୍ୟରେ ପାନିକ ବଟନ ଓ ଅକ୍ସିଜେନ ମାସ୍କ ରହିଛି । ସାତ ଜଣ ବସିପାରୁଥିବା ଏହି ଗାଡିରେ ଫ୍ରିଜ ରହିଛି । ଯାହା ଭିତରେ ରାଷ୍ଟ୍ରପତିଙ୍କ ବ୍ଲଡଗ୍ରୁପର ରକ୍ତ ରହିଛି । ଇଲେକ୍ଟ୍ରୋନିକ ଉପକରଣ ସହ ମେଡିକାଲ ସୁବିଧା ରହିଛି ।