40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମେହବୁବା ମୁଫତି ଗୃହବନ୍ଦୀ ! ନିଜେ କଲେ ଟ୍ବିଟ

ମେହବୁବା ମୁଫତି ଗୃହବନ୍ଦୀ ! ନିଜେ କଲେ ଟ୍ବିଟ

ଶ୍ରୀନଗର: ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ସ୍ଥାନୀୟ ପୋଲିସ ଓ ପ୍ରଶାସନ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତାଙ୍କୁ ପୋଲିସ ଗୃହବନ୍ଦୀ କରି ରଖିଥିବା ସେ ଅଭିଯୋଗ କରିଛନ୍ତି । ସ୍ଥାନୀୟ ବାରମୁଲ୍ଲା ପୋଲିସ ମୁଫତିଙ୍କ ଅଭିଯୋଗରେ ପ୍ରତିକ୍ରିୟା ରଖି ଏପରି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସ୍ପଷ୍ଟ କରିଥିଲେ ସୁଦ୍ଧା ମୁଫତି କିନ୍ତୁ ପୁଣି ସମାନ ଅଭିଯୋଗକୁ ଦୋହରାଇଛନ୍ତି । ତାଙ୍କୁ ତାଙ୍କ ବାସଭବନରେ ଗୃହବନ୍ଦୀ ରଖାଯାଇଥିବା ସହ ତାଙ୍କ ବାସଭବନ ଗେଟରେ ପୋଲିସ ତାଲା ପକାଇଥିବା ମଧ୍ୟ ମୁଫତି ଅଭିଯୋଗ କରିଛନ୍ତି ।

ମୁଫତି କହିଛନ୍ତି, ଗତକାଲି ରାତିରେ ସେ ସ୍ଥାନୀୟ ବାରମୁଲ୍ଲା ଏସପିଙ୍କ ନିକଟରୁ ଏସମ୍ପର୍କିତ ଏକ ଫୋନ କଲ ପାଇଥିଲେ । ସେଥିରେ ତାଙ୍କୁ ଗୃହବନ୍ଦୀ କରାଯାଉଥିବା ଏସପି କହିବା ସହ ସେ ବାରମୁଲ୍ଲାର ପଟ୍ଟନକୁ ଯାଇପାରିବେ ନାହିଁ ବୋଲି ମଧ୍ୟ ସୂଚନା ଦେଇଥିଲେ । ପୋଲିସ ହିଁ ତାଙ୍କ ବାସଭନର ମୁଖ୍ୟ ଫାଟକରେ ତାଲା ପକାଇଥିବା ମୁଫତି କହିଛନ୍ତି । ସ୍ଥାନୀୟ ପୋଲିସ ମୁଫତିଙ୍କ ଅଭିଯୋଗକୁ ଖଣ୍ଡନ କରିବା ସେପରି କିଛି ହୋଇନଥିବା ଓ ସମସ୍ତେ ସମସ୍ତ କାର୍ଯ୍ୟ କରିବା ପାଇଁ ସ୍ବାଧୀନ ବୋଲି ମଧ୍ୟ ସ୍ପଷ୍ଟୀକରଣ ରଖିଥିଲେ । ତାଙ୍କ ଗେଟରେ ପୋଲିସ ତାଲା ପକାଇନାହିଁ ଓ ଏହା ହୁଏତ ତାଙ୍କ ଦ୍ବାରା କିମ୍ବା ସ୍ଥାନୀୟ ଲୋକଙ୍କ ଦ୍ବାରା କରାଯାଇଥିବା ପୋଲିସ କହିଛି । ଆଜି ମୁଫତି ପୋଲିସ ପ୍ରଶାସନ ଉପରେ ପାଲଟା ଅଭିଯୋଗ ଆଣିବା ସହ ସରକାରୀ ସଂସ୍ଥାଗୁଡିକ ଦିଗହରା ହୋଇ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରୁଥିବା କହିଛନ୍ତି ।

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମେହବୁବା ମୁଫତି ବହୁବାର ଗୃହବନ୍ଦୀ ମଧ୍ୟ ହୋଇ ସାରିଛନ୍ତି । ଘାଟିରୁ ଧାରା 370 ଓ ଅନୁଚ୍ଛେଦ 35 (କ) ଉଚ୍ଛେଦ ବେଳେ ମଧ୍ୟ ମେହବୁବାଙ୍କ ସମେତ ଘାଟିର ବହୁ ନେତାଙ୍କୁ ଗୃହବନ୍ଦୀ କରି ରଖାଯାଇଥିଲା । ଏମାନଙ୍କ ମଧ୍ୟରେ ମୁଫତିଙ୍କ ସହ ଏନସି ମୁଖ୍ୟ ଫାରକ ଅବଦୁଲ୍ଲା ଓ ଅନ୍ୟ କିଛି ବିଚ୍ଛିନ୍ନତାବାଦୀ ନେତା ମଧ୍ୟ ରହିଥିଲେ । ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ହେବା ଆଶଙ୍କା ଥିବାରୁ ଏପରି କରାଯାଇଥିବା ପୋଲିସ କହିଥିଲା । ତେବେ ବର୍ତ୍ତମାନ ସମୟରେ ସେପରି କିଛି ହୋଇନଥିବା ପୋଲିସ ପ୍ରଶାସନ ସ୍ପଷ୍ଟ କରିଥିଲେ ସୁଦ୍ଧା ମୁଫତି ବାରମ୍ବାର ଏପରି ଅଭିଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking