31.1 C
Bhubaneswar
Friday, March 29, 2024
Homeଓଡିଶାଆଜିଠୁ ରାଜ୍ୟରେ କମିବ ବର୍ଷା

ଆଜିଠୁ ରାଜ୍ୟରେ କମିବ ବର୍ଷା

ଭୁବନେଶ୍ବର: ଦୁର୍ବଳ ହେଲା ଲଘୁଚାପ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଲଘୁଚାପ ଦୁର୍ବଳ ହୋଇଛି । ଏହାର ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷାର ବିସ୍ତୃତି କମିବ । ପାଣିପାଗ ବିଭାଗ ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି । ବର୍ତ୍ତମାନ ରାଜ୍ୟର ଉପକୂଳ ସମେତ ପାର୍ଶ୍ବବର୍ତ୍ତୀ କିଛି ଅଞ୍ଚଳର ବର୍ଷା ଲାଗି ରହିଛି ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଲଘୁଚାପ ଦୁର୍ବଳ ହେବା ପରେ ଆଜିଠୁ ବର୍ଷା କମିବାର ସମ୍ଭାବନା ରହିଛି । ଏବେ ଘୂର୍ଣ୍ଣିବଳୟ ଆନ୍ଧ୍ର ଉପକୂଳରେ ବାୟୁମଣ୍ଡଳର ୩୧ କିମି ଯାଏଁ ସକ୍ରିୟ ଅଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ସକ୍ରିୟ ମୌସୁମୀ ତଥା ଲଘୁଚାପ ପ୍ରଭାବରେ ବିସ୍ତୃତି ବର୍ଷା ସହ ଦୁଇଟି ସ୍ଥାନରେ ଅତି ପ୍ରବଳ ଓ ୩୪ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ଲଘୁଚାପ ପ୍ରଭାବରେ ଆଜି ସକାଳୁ ରାଜଧାନୀ ଭୁବନେଶ୍ବରରେ ମୂଷଳ ଧାରାରେ ବର୍ଷା ଲାଗି ରହିଛି । ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ହେଉଛି । ମଙ୍ଗଳବାର ଠାରୁ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ଜାରି କରାଯାଇଛି ।

୬ ତାରିଖ(ଆସନ୍ତାକାଲି) ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ହେଲେ ଆଜିଠୁ ବର୍ଷାର ପରିମାଣ କମିବାର ସମ୍ଭାବନା ରହିଛି । ବିଜୟା ଦଶମୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଥିବା ସକାଳୁ ଅବିଶ୍ରାନ୍ତ ବର୍ଷା ହେଉଛି । ୬ ତାରିଖରେ ବର୍ଷାର ଅନୁପାତ କମିବ । ତେବେ ଦକ୍ଷିଣ ଓଡିଶାର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅନୁମାନ କରାଯାଇଛି । ମାଲକାନଗିରି, କୋରାପୁଟ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ 70 ରୁ 200 ମିଲିମିଟର ବର୍ଷା ସମ୍ଭାବନା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଅନ୍ୟପଟେ ଏହି ଲଘୁଚାପ ବର୍ଷା ଦଶହରା ଖୁସିକୁ ଫିକା କରିଛି l ବର୍ଷା ଲାଗି ରହିଥିବାରୁ ପୂଜା ମଣ୍ଡପ ଗୁଡିକରେ କାଁଭାଁ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳୁଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking