32.1 C
Bhubaneswar
Friday, April 26, 2024
Homeଓଡିଶାବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ମକ୍ ଡ୍ରିଲ ଓ ସଚେତନତା ସଭା

ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ମକ୍ ଡ୍ରିଲ ଓ ସଚେତନତା ସଭା

ବଲାଙ୍ଗିର,୧୯.୦୬.୨୦୨୦- ଆଜି ପୂର୍ବାହ୍ନରେ ସ୍ଥାନୀୟ ଗାନ୍ଧୀ ଭବନ ପରିସରରେ ଏକ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ଓ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ଉପଲକ୍ଷେ ବିପର୍ଯ୍ୟୟ ପରିଚାଳନା ସଂପର୍କିତ ଏକ ସଚେତନତା ସଭା କରାଯାଇଥିଲା । ବଲାଙ୍ଗିରର ଅତିରିକ୍ତ ଜିଲ୍ଲାପାଳଙ୍କ ଉପ-ସଭାପତିତ୍ୱରେ ଜିଲ୍ଲାରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ବିଭିନ୍ନ ପ୍ରାକ୍ ପ୍ରସ୍ତୁତି ଉପରେ ଆଲୋକପାତ କରାଯିବ ସହ ବିପର୍ଯ୍ୟୟ ପରିଚାଳନାରେ ଗୋଷ୍ଠିର ସହଯୋଗିତା ଓ ସହଭାଗିତା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଜରିଆରେ ଜନସାଧାରଣଙ୍କୁ ବିପର୍ଯ୍ୟୟ ସମୟରେ ବିଭିନ୍ନ କୌଶଳ ସଂପର୍କରେ ସଚେତନ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ । ଏହି ସଭାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋରଂଜନ ପ୍ରଧାନ ଯୋଗଦାନ କରି ସଚେତନତା ହିଁ ସାବଧାନତା ର ମନ୍ତ୍ର ଦେବା ସହ ବିପର୍ଯ୍ୟୟ ସୂଚନା ପାଇବା ମାତ୍ରେ ନିଜକୁ ପ୍ରସ୍ତୁତ କରି ଏହାର ସଫଳ ମୁକାବିଲା କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ସେହିପରି ଜିଲ୍ଲା ଜରୁରୀକାଳିନ ଅଧିକାରୀ ଶଙ୍କର୍ଷଣ ପ୍ରଧାନ ଏହି କାର୍ଯ୍ୟକ୍ରମର ଉପଯୋଗିତା ସମ୍ପର୍କରେ ଏକ ବିବରଣୀ ପାଠ କରିବା ସହ ବିପର୍ଯ୍ୟୟ ସମୟରେ କି କି ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ସେ ଉପରେ ଆଲୋକପାତ କରିଥିଲେ । ଜିଲ୍ଲା ଅଗ୍ନିଶମ ଅଧିକାରୀ ଏସ୍‌.ଏସ୍‌.ସିଂହ ଅଗ୍ନିଶମ ସଂସ୍ଥାର ଭୂମିକା ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଗୀତାଞ୍ଜଳି ସା ବିପର୍ଯ୍ୟ ସଂପର୍କିତ ପ୍ରାକ ପ୍ରସ୍ତୁତି ଓ ପରବର୍ତ୍ତି ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟଦେବ ପାଣିଗ୍ରାହୀ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଆୟୋଜିତ ହୋଇଥିବା ଏହି ମକଡ୍ରିଲର ଉଦେଶ୍ୟ ସଂପର୍କରେ କହିବା ସହ ସଭା କାର୍ଯ୍ୟ ସଂଯୋଜନା କରି ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଗାନ୍ଧୀ ଭବନ ପରିସରରେ ଜିଲ୍ଲା ଅଗ୍ନିସମ ସେବା ସଂସ୍ଥା ତରଫରୁ ଏକ ମକ୍‌ଡ୍ରିଲ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟକର୍ତ୍ତା, ଅଙ୍ଗନୱାଡି ଓ ଆଶା କର୍ମିଙ୍କ ସମେତ ବିଭିନ୍ନ ବିଭାଗର କର୍ମଚାରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking