28.1 C
Bhubaneswar
Thursday, May 2, 2024
Homeରାଜନୀତିପେଟ୍ରୋଲ ଓ ଡିଜେଲର  ଅହେତୁକ ମୂଲ୍ୟ ବୃଦ୍ଧିକୁ ପ୍ରତ୍ୟାହାର କରିବା ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ ...

ପେଟ୍ରୋଲ ଓ ଡିଜେଲର  ଅହେତୁକ ମୂଲ୍ୟ ବୃଦ୍ଧିକୁ ପ୍ରତ୍ୟାହାର କରିବା ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ  ପ୍ରତିବାଦ ଶୋଭାଯାତ୍ରା

ଭୁବନେଶ୍ୱର – ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ପ୍ରଦେଶ କଂଗ୍ରେସ ସଭାପତି  ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ ନେତୃବୃନ୍ଦ ଏବଂ କର୍ମୀଗଣ ପେଟ୍ରୋଲ ଏବଂ ଡିଜେଲର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ମାଷ୍ଟର କ୍ୟାଂଟିନ ଛକଠାରେ ପ୍ରତିବାଦ କରିଥିଲେ । ୨୦୧୪ ମସିହାରେ ଯେତେବେଳେ ଅଶୋଧିତ ତୈଳର ଦାମ ୧୦୭ ଡଲାରୁ ବଢ଼ି ୧୩୫ ଡଲାର ଥିଲା ବେଳେ ପେଟ୍ରୋଲର ମୂଲ୍ୟ ୪୨ଟଙ୍କା ଥିଲାବେଳେ ଏବଂ ଡିଜେଲର ମୂଲ୍ୟ ୩୫ଟଙ୍କା ପାଖାପାଖି ଥିଲା । କିନ୍ତୁ ଆଜି ବିଶ୍ୱ ବଜାରରେ କଂଚା ତୈଳ୍ୟର ଦାମ ୪୦ ଡଲାରୁ ୩୭ ଡଲାରକୁ ଖସିଥିଲା ବେଳେ ପେଟ୍ରୋଲ ଦାମ ୭୮ଟଙ୍କା ଏବଂ ଡିଜେଲର ଦାମ ୭୫ ଟଙ୍କାରେ ପହଂଚିଛି । ଏହି ବିଗତ ଏକ ସପ୍ତାହ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲର ଦାମ ପାଖାପାଖି ୭ଟଙ୍କାରୁ ୮ଟଙ୍କା ବୃଦ୍ଧି ଘଟିଛି । କରେନା ମହାମାରୀ ସମୟରେ ଲୋକଙ୍କ ପାଖରେ ରୋଜଗାର ନାହିଁ ସାଧାରଣ ଲୋକଙ୍କ ଜୀବନ ଜୀବିକା ଅସର୍ଯ୍ୟ ହୋଇପଡ଼ିଥିଲା ବେଳେ ଏ ଅହେତକୁ ଦରବୃଦ୍ଧି ବୋଝ ଉପରେ ନଳିତାବିଡ଼ା ସଦୃଶ । ଏ ଅହେତୁକ ଦରବୃଦ୍ଧି ଯୋଗୁଁ ଉପଭୋକ୍ତାଙ୍କ ଠାରୁ ଆରମ୍ଭ କରି କୃଷକ ସବୁବର୍ଗର ଲୋକଙ୍କ ବୋଝ ଲଦିଦିଆଗଲା । ଯାତ୍ରୀ ଭଡ଼ା ଚାଲିଛି ଆହୁରି ଆଗକୁ ମଧ୍ୟ ବଢ଼ିବ । କିନ୍ତୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣାଟି ହେଉଛି କେନ୍ଦ୍ର ସରକାର ୩୨ଟଙ୍କା ଲିଟର ପିଛା ଏକସାଇଜ ନେଉଥିଲା ବେଳେ ଅର୍ଥକମିଶନଙ୍କ ସୁପାରିଶ ହିସାବରେ ମାତ୍ର ୪୧% ଏକସାଇଜ ଡ୍ୟୁଟିରୁ ରାଜ୍ୟମାନଙ୍କୁ ଭାଗ ମିଳିବ । ଏହି ୪୧%ରୁ ଓଡ଼ିଶାକୁ ମାତ୍ର ୩.୪୬% ଅର୍ଥ ମିଳିବ । କିନ୍ତୁ ୨୦୧୪ ମସିହାରେ ରାଜ୍ୟମାନଙ୍କୁ ୪୨% ହାରରେ ଭାଗ ମିଳୁଥିଲା । ତେଣୁ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି ଯୋଗୁଁ କେନ୍ଦ୍ର ସରକାର ଅଧିକରୁ ଅଧିକ ରାଜସ୍ୱ ଆୟ କରିଚାଲିଛନ୍ତି । ଏଭଳି ଏକ ଦୁଃସ୍ଥିତି ଜନସାଧାରଙ୍କ ହିତକୁ ଧ୍ୟାନ ନଦେବାକୁ କଂଗ୍ରେସ ଦଳ ଦୃଢ଼ ସ୍ୱରରେ ନିନ୍ଦା କରୁଛି । ବିଶେଷ କରି ଓଡ଼ିଶାର ଜନସାଧାରଣ ଆଜି କିଭଳି ବଂଚିବା ପାଇଁ ସଂଗ୍ରାମ କରୁଥିଲା ବେଳେ ତାଙ୍କ ଉପରକୁ ଅଧିକରୁ ଅଧିକ ଆର୍ଥିକ ବୋଝ ଏହା ଅତ୍ୟନ୍ତ ଦୁଃଖ ଏବଂ ଯନ୍ତ୍ରଣାଦାୟକ । ଏଣୁ ଯଥାଶୀଘ୍ର କେନ୍ଦ୍ର ଏବଂ ରାଜ୍ୟ ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲ ଉପରେ ଯେଉଁ କର ଆଦାୟ କରୁଛନ୍ତି ତାହା ଅତିଶୀଘ୍ର କମ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଏହି ପ୍ରତିବାଦ ସଭାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ସୁରେଶ କୁମାର ରାଉତରାୟ,  ପଂଚାନନ କାନୁନଗୋ, ଶିବାନନ୍ଦ ରାୟ,  ଜ୍ଞାନଦେବ ବେଉରା, ବିପିନ ଦାସ, ଜଜେ୍ଞଶ୍ୱର ବାବୁ, ମନୋରଞ୍ଜନ ଦାଶ, ମାନସ ଆଚାର୍ଯ୍ୟ, ରଜନୀ ମହାନ୍ତି, ଦୀପକ ମହାପାତ୍ର, ଜୟକୃଷ୍ଣ ମଲିଆ, ଲିଙ୍ଗରାଜ ସାହୁ, ବିଶ୍ୱଜିତ୍ ଦାସ, ହଳଧର ସେଠୀ, ନରେଶ ମହାନ୍ତି, ସୂର୍ଯ୍ୟନାରାୟଣ ପଣ୍ଡା, ମୋହନ ଜେନା, ଦେବୀ ପ୍ରସାଦ ବାହାଲିଆ, କହ୍ନେଇ ସେଠୀ, ଜ୍ୟୋତିଷ ସାହୁ, କୈଳାସ ସାହୁ, ଲୁଲୁ ମିଶ୍ର, ସୁବାଷ ପ୍ରଧାନ, ସଂକୁନା କହଁର, ପ୍ରଶାନ୍ତ ଶତପଥି, ଲୁଲୁ ଅହମ୍ମଦ, ଜମ୍ବେଶ୍ୱର ମଲ୍ଲିକ, ପ୍ରକାଶ ସାହୁ, ରାଜୀବ ମହାନ୍ତି, ଆଶୁତୋଷ ଲେଙ୍କା, ଦେବେନ୍ଦ୍ର ପ୍ରସାଦ ଦାସ, ଶୁଭମ ରାଉତ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking