28.1 C
Bhubaneswar
Saturday, April 27, 2024
Homeଓଡିଶାଭଞ୍ଜସେନାର ଧାରଣା ଓ ବିକ୍ଷୋଭ

ଭଞ୍ଜସେନାର ଧାରଣା ଓ ବିକ୍ଷୋଭ

ମୟୁରଭଞ୍ଜ (ଘାସିରାମ ବେହେରା)  ଜିଲ୍ଲାର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରୁଥିବା “ଭଞ୍ଜସେନା”ସଙ୍ଗଠନ ପକ୍ଷରୁ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ। ଏଠାରେ ଅସ୍ଥାୟୀ ଟୁରିଷ୍ଟ ଅଫିସର କାର୍ଯ୍ୟ କରୁଥିବାରୁ ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକର ସମାୟାନୁଯାୟୀ ବିକାଶ ହୋଇ ପାରୁନଥିବା ବେଳେ ସମସ୍ୟାରେ ଘାଣ୍ଟି ହେଉଛି ପର୍ଯ୍ୟଟନ ସ୍ଥଳୀ। ଯୋଉଥିପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ମନଲୋଭା ପର୍ଯ୍ୟଟନ ସ୍ଥଳୀ ଥିବା ସତ୍ତ୍ୱେ ଦିନକୁଦିନ ପର୍ଯ୍ୟଟକଙ୍କ ଆଗମନ କମିବାରେ ଲାଗିଥିବା ଦେଖିବାକୁ ମିଳୁଛି। ସେହିପରି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ପାଇଁ ପାନୀୟଜଳ ସାଙ୍ଗକୁ ଶୌଚାଳୟ ନିର୍ମାଣ କରାଯାଇନଥିବା ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଅନ୍ୟପଟେ ଜାତୀୟ ଉଦ୍ୟାନ ଶିମିଳିପାଳର ଆକର୍ଷଣ ଦିନକୁଦିନ ହ୍ରାସ ପାଇବାରେ ଲାଗିଛି। ଏହା ବ୍ୟତୀତ ଶିମିଳିପାଳରେ ଥିବା ପୋଷାହାତୀ ମହେନ୍ଦ୍ର ଓ ଶୋଭାକୁ ସାତକୋଶିଆ ଅଭୟାରଣ୍ୟ ପଠାଇ ଦିଆଯାଇଥିଲା ବେଳେ ଆଜିପର୍ଯ୍ୟନ୍ତ ଶିମିଳିପାଳ ଫେରାଇ ଆଣିବାକୁ ଉଦ୍ୟମ କରାଯାଉନଥିବା ଅଭିଯୋଗ କରିଛି ଭଞ୍ଜସେନା। ଯାହା ଜିଲ୍ଲାର ସବୁ ମହଲରେ ଅସନ୍ତୋଷର ଏକ ବଡ଼ କାରଣ ପାଲଟିଛି। ତେବେ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟରେ ସ୍ଥାୟୀ ଟୁରିଷ୍ଟ ଅଫିସର ନିଯୁକ୍ତି ଦିଆଯାଇ ସନସ୍ତ ପର୍ଯ୍ୟଟନ ସ୍ଥଳୀ ଗୁଡିକର ସୌନ୍ଦର୍ଯ୍ୟକରଣ
କରାଗଲେ ପର୍ଯ୍ୟଟକଙ୍କ ମଧ୍ୟରେ ଆଦର ବଢ଼ିବା ସଙ୍ଗେସଙ୍ଗେ ଆଗମନ ବଢ଼ିବା ସହିତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ବୋଲି ଦାବି କରିଛି ଭଞ୍ଜସେନା।  ହେଲେ ଏଦିଗରେ ଜିଲ୍ଲାର ନିର୍ବାଚିତ ଲୋକପ୍ରତିନିଧିମାନେ ନିରବ କାହିଁକି ବୋଲି ପ୍ରଶ୍ନ ଉଠାଇ ସ୍ୱର ଉତ୍ତୋଳନ କରିବାକୁ ଆହ୍ୱାନ ଦେଇଛି ସଙ୍ଗଠନ। ସେହିପରି ରାଜ୍ୟ ସରକାର ଏବଂ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଗାମୀ ଦିନରେ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ଗୁଡିକର ବିକାଶ ସହିତ ରହିଥିବା ସମସ୍ୟାର ସମାଧାନ ସାଙ୍ଗକୁ ସ୍ଥାୟୀ ଅଧିକାରୀ ନିଯୁକ୍ତି କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର କରିବ ବୋଲି ଚେତାବନୀ ଦେଇଛି ଭଞ୍ଜସେନା।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking