37.1 C
Bhubaneswar
Thursday, March 28, 2024
Homeଅପରାଧଜଙ୍ଗଲରୁ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜଙ୍ଗଲରୁ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଧର୍ମଗଡ ଓ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଘଟିଛି ଅଘଟଣ । ଟର୍ଲିଗୁଡା ଗାଁ ପାଖରେ ପାହାଡ ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି । ଧର୍ମଗଡ ବ୍ଳକ ଲଛିପୁର ଗାଁର ତପ ସୁନାନୀ(୫୮) ଶୁକ୍ରବାର ଦିନ ୯ଟା ସମୟରେ ଘରୁ ଖାଇ ବାହାରକୁ ଯାଇଥିଲେ । ହେଲେ ଘରକୁ ଫେରିବାରେ ବିଳମ୍ବ କରିଥିଲେ । ଦିନ ୧୨ଟା ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଦେହ ପାହାଡ଼ ଉପରେ ପଡ଼ିରହିଥିଲା ବୋଲି ଖବର ଶୁଣି ତାଙ୍କ ପୁଅ ଜୟରାମ ସୁନାନୀ ପାହାଡ ଇପରକୁ ଯାଇଥିଲେ । ପରେ ସେ ମୃତ ଦେହ ଦେଖି ତାଙ୍କ ବାପା ବୋଲି ପୋଲିସକୁ ପରିଚୟ ଦେଇଥିଲେ । ଛତିଶଗଡ଼ ପୋଲିସ ଶବ ଜଵତ କରି ବ୍ୟବଚ୍ଛେଦ କରି ଦେବେଗ ଥାନାକୁ ନେଇ ଥିଲେ । ମୃତ ବ୍ୟକ୍ତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି । କେହି ଦୁର୍ବୃତ୍ତ ମାନେ ଅତି ନିମ୍ନମାନର ହତ୍ୟାକାଣ୍ଡ କରିଥିବା ଘଟଣା ସଂପର୍କରେ ଛତିଶଗଡ଼ ଦେବେଗ ଥାନା ଅଧିକାରୀ ସତିନ୍ଦ୍ର ସିଂହ ତଦନ୍ତ ଚାଲିଥିବା କହିଛନ୍ତି ।
https://onakhabar.com/2020/01/11/smell-from-aclosed-house/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking