28.1 C
Bhubaneswar
Saturday, April 27, 2024
Homeଓଡିଶାସମନ୍ୟୁତ ଆଦିବାସୀ ଉନ୍ନୟନ ସଂସ୍ଥାରେ ପଡିଲା ତାଲା

ସମନ୍ୟୁତ ଆଦିବାସୀ ଉନ୍ନୟନ ସଂସ୍ଥାରେ ପଡିଲା ତାଲା

 ମୟୁରଭଞ୍ଜ (ଘାସିରାମ ବେହେରା) ରାଇରଙ୍ଗପୁର ପିଏ ଆଇଟିଡିଏ କାର୍ଯ୍ୟାଳୟରେ ତାଲା ପକାଇଲେ ସାଂସଦ ଓ ବିଧାୟକ । ରାଇରଙ୍ଗପୁର ଆଇଟିଡିଏ ଦ୍ବାରା କୋଟି କୋଟି ଟଙ୍କା ବ୍ୟୟରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସମୟରେ କାର୍ଯ୍ୟରେ ଅସନ୍ତୁଷ୍ଟ ପ୍ରକାଶ କରି ଅଫିସରେ ତାଲା ପକାଇଲେ ମୟୂରଭଞ୍ଜ ସାଂସଦ ଓ ରାଇରଙ୍ଗପୁର ବିଧାୟକ। ଏଭଳି ଅଭାବନୀୟ ପରିସ୍ଥିତିକୁ ନେଇ ବେଶ କିଛି ସମୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ସାଂସଦ ଓ ବିଧାୟକଙ୍କ ପଦକ୍ଷେପକୁ ସମର୍ଥନ କରିଥିବା ବେଳେ ସ୍ଥାନୀୟ ଆଦିବାସୀ ସମୂହର ବିକାଶ ପାଇଁ କାର୍ଯ୍ୟ କରିବା ବଦଳରେ ନିର୍ମାଣ ନାମରେ ସରକାରୀ ଅନୁଦାନ ଅର୍ଥକୁ ହରିଲୁଟ କରିବାରେ ମଜଗୁଲ ରହିଥିଲେ ବୋଲି ଆଲୋଚନା ହେଉଥିଲା।

ଯାହାର ନଗ୍ନନମୁନା ବିଭିନ୍ନ ସମୟରେ ଲୋକ ଲୋଚବାକୁ ଆସିଛି। ତେବେ ଏଭଳି ଅପ୍ରତ୍ୟାଶିତ ଘଟଣା ଯୋଗୁଁ ଅଫିସ ଅଚଳ ହୋଇ ପଡିବା ସହିତ ଉତ୍ତେଜନା ପ୍ରକାଶ ପାଇବାରୁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଘଟଣାସ୍ଥଳରେ ଉପଜିଲ୍ଲାପାଳ ଓ ଟାଉନ ଥାନା ଅଧିକାରୀ ଓ ଏସଡ଼ିପିଓ ପହଂଚିବା ସହ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ଦୀର୍ଘ ସମୟ ଧରି ଅଫିସରେ ତାଲା ପଡିବା ପରେ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ତାଲାଭଙ୍ଗା ଯାଇ ଅଫିସରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବାକୁ ଚେଷ୍ଟା କରାଯାଇଛି। ତେବେ ଉକ୍ତ ଘଟଣାକୁ ନେଇ ପିଏ ଆଇଟିଡିଏ ଙ୍କ ପକ୍ଷରୁ ଉଭୟ ବିଧାୟକ ଓ ସାଂସଦଙ୍କ ବିରୋଧରେ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ଜାଣିବାକୁ ମିଳିଛି।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking