31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଜେଏନୟୁ ହିଂସା କାଣ୍ଡ ଘଟଣା:ହ୍ୱାଟସଆପ ଗ୍ରୁପ ଲିଙ୍କରୁ ୩୭ଜଣଙ୍କୁ ଚିହ୍ନଟ

ଜେଏନୟୁ ହିଂସା କାଣ୍ଡ ଘଟଣା:ହ୍ୱାଟସଆପ ଗ୍ରୁପ ଲିଙ୍କରୁ ୩୭ଜଣଙ୍କୁ ଚିହ୍ନଟ

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ରେ ଘଟିଥିବା ହିଂସା ଘଟଣାରେ ସାମିଲ ଥିବା ୩୭ ଜଣ ଅଭିଯୁକ୍ତଙ୍କୁ ଏକ ହ୍ଵାଟସ୍ଆପ୍ ଗ୍ରୁପ୍ ଲିଙ୍କରୁ ଚିହ୍ନଟ କରାଯାଇଥିବା ଦିଲ୍ଲୀ ପୁଲିସ୍ ଦାବୀ କରିଛି । ଏହି ଚିହ୍ନଟ ପ୍ରକ୍ରିୟା ୬୦ ଜଣିଆ ହ୍ୱାଟସଆପ୍ ଗ୍ରୁପ ‘ୟୁନିଟି ଏଗନେଷ୍ଟ ଲେଫ୍ଟ’ରୁ କରିଛି ପୁଲିସ୍ । ଏହା ପୂର୍ବରୁ ପୁଲିସ ଶୁକ୍ରବାର ପ୍ରେସ କନଫରେନସ କରି ଜେଏନୟୁ ହିଂସା ପଛରେ ୯ ଜଣଙ୍କୁ ଚିହ୍ନଟ କରିଥିଲା । ଯେଉଁଥିରେ ଜେଏନୟୁ ଛାତ୍ର ସଂଘର ସଭାପତି ଐଶୀ ଘୋଷ ରହିଛନ୍ତି । ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୦ ଜଣ ବିଶ୍ୱବିଦ୍ୟାଳୟ ବାହାରର ବୋଲି ଜଣାପଡ଼ିଛି ।
ଏହା ପୂର୍ବରୁ ଏହି ଘଟଣାର ତଦନ୍ତ କରୁଥିବା କ୍ରାଇମ୍ ବ୍ରାଞ୍ଚ୍ କର୍ତ୍ତୃପକ୍ଷ ଜେଏନ୍ୟୁ ହିଂସାରେ ସଂପୃକ୍ତ ଥିବା ୯ ଜଣଙ୍କୁ ଚିହ୍ନଟ କରି ସେମାନଙ୍କ ଫଟୋଚିତ୍ର ଜାରି କରିଥିଲା । ଏହି ୯ ଜଣଙ୍କ ମଧ୍ୟରେ ଜେଏନ୍ୟୁ ଛାତ୍ରସଂସଦ ସଭାପତି ଐଶୀ ଘୋଷଙ୍କର ଫଟୋ ମଧ୍ୟ ରହିଥିଲା । ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ନିଜେ ଐଶୀ ମଧ୍ୟ ଆହତ ହୋଇଥିଲେ । ତେବେ ଦିଲ୍ଲୀ ପୁଲିସ୍ ଆଜି ୯ ଜଣଙ୍କ ନାମ ଘୋଷଣା କରିବା ପରେ ସେ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି । ଦିଲ୍ଲୀ ପୁଲିସ୍ ଯେଉଁ ପ୍ରମାଣ ରଖିଛି ତାହା ସର୍ବସାଧାରଣରେ ପ୍ରକାଶ କରିବା ଉଚିତ ବୋଲି ସେ କହିଛନ୍ତି । ଆମେ ଦିଲ୍ଲୀ ପୁଲିସ୍କୁ ଡରୁନାହୁଁ । ଆମେ ଆଇନ୍ ସହ ଅଛୁ ଏବଂ ଆମ ଆନ୍ଦୋଳନକୁ ଆମେ ଗଣତାନ୍ତ୍ରିକ ଉପାୟରେ ଓ ଶାନ୍ତିପୂର୍ଣ୍ଣ ଭାବେ ଆଗକୁ ନେବୁ ବୋଲି ଆଈଶି କହିଥିଲେ ।
ସୂଚନା ଅନୁସାରେ,ଗତ ଜାନୁଆରି ୫ ତାରଖ ରାତିରେ ଯେଉଁଦିନ ଜେଏନୟୁ ପରିସରରେ ହିଂସାକାଣ୍ଡ ଘଟିଲା, ସେହିଦିନ ବାମପନ୍ଥୀ ଦଳ ବିରୋଧରେ ଏହି ହ୍ଵାଟସଆପ୍ ଗ୍ରୁପକୁ ସୃଷ୍ଟି କରା ଯାଇଥିଲା । ‘ୟୁନିଟି ଏଗେନଷ୍ଟ ଲେଫ୍ଟ’ ନାମରେ ସୃଷ୍ଟି କରାଯାଇଥିବା ଏହି ହ୍ଵାଟସଆପ୍ ଗ୍ରୁପରେ ସର୍ବମୋଟ ୬୦ ଜଣ ସଦସ୍ୟ ରହିଥିଲେ । ଏମାନଙ୍କ ମଧ୍ୟରୁ ୩୭ ଜଣ ସଦସ୍ୟ ଜେଏନୟୁ ପରିସରରେ ସଂଘଟିତ ହିଂସାକାଣ୍ଡରେ ସଂପୃକ୍ତ ରହିଥିବା ଏହି ଘଟଣାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଜାଣିବାକୁ ପାଇଛି । ଏହା ସହ ସେମାନଙ୍କୁ ଚିହ୍ନଟ ମଧ୍ୟ କରିଛି ବୋଲି ଆଜି ଅପରାହ୍ଣରେ ଦିଲ୍ଲୀ ପୁଲିସ୍ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking