28.1 C
Bhubaneswar
Saturday, April 27, 2024
Homeଓଡିଶାଜିଆରଏସଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଜିଆରଏସଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ମୟୂରଭଞ୍ଜ(ଘାସିରାମ ବେହେରା)- ପୁଣି ସାମ୍ନାକୁ ଆସିଛି ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ ଘଟଣା। ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଏନଵି ପୋଖରିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ସମ୍ବେଦନଶୀଳ ଘଟଣା। ମୃତକ ଏହି ପଞ୍ଚାୟତର କାର୍ଯ୍ୟରତ ଜିଆରଏସ ସଞ୍ଜିତ ଧଳ (୪୨)ବର୍ଷ। କିଛିଦିନ ହେବ ଅସୁସ୍ଥ ରହୁଥିଲେ ସେ। ତେବେ ରାଜ୍ୟ ସରକାର ସଚେତନତା ପାଇଁ ପ୍ରଚାର କରୁଥିବା କରୋନା ଲକ୍ଷଣ ସହ ସମାନ ଲକ୍ଷଣ ଅନୁଭବ କରୁଥିଲେ। ତେଣୁ ସ୍ୱାବ ପରୀକ୍ଷା କରାଇବା ପାଇଁ ପହଞ୍ଚି ଥିଲେ ସ୍ଥାନୀୟ ଡାକ୍ତରଖାନାରେ। ହେଲେ ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟପଟେ ସ୍ୱାବ ସଂଗ୍ରହରେ ବିଳମ୍ବ ତଥା ବ୍ଲକ ପ୍ରଶାସନର ଅବହେଳାକୁ ଦାୟୀ କରି ବ୍ଲକ ସମ୍ମୁଖରେ ମୃତଦେହ ରଖି ଗତକାଲି ରାତିରେ ଦୀର୍ଘ ସମୟ ଜାତୀୟ ରାଜପଥ ଅବରୋଧକରି ରଖି ଥିଲେ ସ୍ଥାନୀୟ ବାସିନ୍ଦା। ସୂଚନା ଅନୁସାରେ ମୃତକ ସଞ୍ଜିତ ଧଳ ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ଏନ ବି ପୋଖରିଆ ପଂଚାୟତର  ଜି ଆର ଏସ ଭାବେ କାର୍ଯ୍ୟକରୁଥିଲେ । ଗତ ୧୧ ତାରିଖରେ ସେ ଅସୁସ୍ଥତା ଅନୁଭବ କରିବାରୁ ନିଜର ସ୍ୱାବ ପରୀକ୍ଷା ପାଇଁ ବିଶୋଇ ଗୋଷ୍ଟି ଉନ୍ନୟନ ଅଧିକାରୀଙ୍କୁ ଏବିଷୟରେ ଜଣେଇବା ପରେ ସେ ମଣଦା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ପରୀକ୍ଷା ପାଇଁ ଯାଇଥିଲେ ବି ସେଠାରେ ତାଙ୍କର ସ୍ୱାବ ସଂଗ୍ରହ କରାଯାଇ ନ ଥିଲା ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ସେଠାରେ  ସଞ୍ଜିତଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲକୁ ପଠେଇ ଦିଆ ଯାଇଥିଲା। ୧୪ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ  ସେ ବାରିପଦାରେ ଚିକିତ୍ସା ହେଉଥିଲା ବେଳେ ମଧ୍ୟ ସ୍ୱାବ ସଂଗ୍ରହ ପାଇଁ ବାରମ୍ବାର ବ୍ଲକ ପ୍ରଶାସନକୁ ଅନୁରୋଧ କରିଥିଲେ ବି କେହି ଶୁଣି ନ ଥିଲେ। ତେବେ ସଞ୍ଜିତଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡ଼ାକ୍ତରଖାନା ରେଫର କରାଯାଇଥିଲା। କିନ୍ତୁ ତାଙ୍କ ପରିବାର ଲୋକ ୧୬ତାରିଖ ଦିନ ତାଙ୍କୁ କଟକ ସ୍ଥିତ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ।ସେଠାରେ ପରୀକ୍ଷା ପାଇଁ ତାଙ୍କର ସ୍ୱାବ ନିଆ ଯାଇଥିଳା।
ହେଲେ ୧୭ତାରିଖ ଦିନ ସଞ୍ଜିତଙ୍କ ମୃତ୍ୟୁ ଘଟିଥିଲା। ତେବେ ସ୍ୱାବ ସଂଗ୍ରହ କରାଯାଇ ଚିକିତ୍ସା ଆରମ୍ଭ କରିଥିଲେ ହୁଏତ ତାଙ୍କର ଜୀବନ ବଞ୍ଚି ଯାଇଥାନ୍ତା ବୋଲି ଅଭିଯୋଗ ହେଉଛି। ସେହିପରି ସ୍ୱାବ ରିପୋର୍ଟ ଆସିବା ପୂର୍ବରୁ ମୃତଦେହକୁ ଘରକୁ ପଠେଇ ଦେଇଥିଲେ । ସଞ୍ଜିତଙ୍କ ମୃତଦେହ ବିଶୋଇରେ ପହଁଚିଲା ପରେ ବ୍ଲକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ଅବହେଳାକୁ ଦାୟିକରି ଲୋକଙ୍କ ମଧ୍ୟରେ ଦେଖା ଦେଇଥିଲା ଉତ୍ତେଜନା। କରୋନାରେ ସଞ୍ଜିତଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରି ମୃତଦେହକୁ ଗାଁ କୁ ପୁରେଇ ଦେଇନଥିଲେ ସ୍ଥାନୀୟ ଲୋକମାନେ। ଏଥିସହିତ ସ୍ୱାବ ସଂଗ୍ରହରେ ବିଳମ୍ବ ପାଇଁ ଅଧିକାରୀଙ୍କୁ ଦାୟୀକରି  ଜାତୀୟ ରାଜପଥକୁ ଦୀର୍ଘସମୟ ଧରି ଅବରୋଧ କରି ରଖିଥିଲେ ଅଞ୍ଚଳବାସୀ। ପୋଲିସ ବୁଝାସୁଝା କରିଥିଲେ ମଧ୍ୟ ଶୁଣି ନ ଥିଲେ ଆନ୍ଦୋଳନକାରୀମାନେ।ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳେରେ ରାଇରଙ୍ଗପୁର ଏସଡିପିଓ, ଉପଜିଲ୍ଲାପାଳ ପହଂଚି ଲୋକଙ୍କୁ ବୁଝାସୁଝା କଲାପରେ ଲୋକମାନେ ଧାରଣାରୁ ପ୍ରତ୍ୟାହାର କରିଥିଲେ। ଫଳରେ ଜାତୀୟ ରାଜପଥରେ ଗାଡି ମଟର ଚଳାଚଳ ସ୍ବାଭାବିକ ହୋଇଥିଲା। ତେବେ ମୃତକ ସଞ୍ଜିତ ଧଳଙ୍କ ରୋଜଗାର ଉପରେ ନିର୍ଭର କରି ଚୁଳୁଥିଲା ତାଙ୍କ ସଂସାର। ତାଙ୍କ ମୃତ୍ୟୁ ପରେ ବିଧବା ପତ୍ନୀ ଏବଂ ଦୁଇ ନାବାଳକା ଏବେ ଅସହାୟ ହୋଇ ଯାଇଛନ୍ତି। ଏଭଳି ସ୍ଥିତିରେ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ସହ ପରିବାରରୁ ଜଣକୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking