26.1 C
Bhubaneswar
Friday, March 29, 2024
Homeଓଡିଶାକଟକ ସହରରୁ ଆଉ ୧୬ ପଜିଟିଭ କେସ୍ ଚିହ୍ନଟ

କଟକ ସହରରୁ ଆଉ ୧୬ ପଜିଟିଭ କେସ୍ ଚିହ୍ନଟ

କଟକ : ଆଜି କଟକ ସହରରୁ ନୂଆ ୧୬ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୧୪ ଜଣ ହୋମ କ୍ୱାରେଣ୍ଟାଇନ ଓ ୨ ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଏବେ ସୁଦ୍ଧା କଟକ ସହରରେ ମୋଟ ୩୫୦ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୨୦୦ଜଣ ସୁସ୍ଥ ହୋଇଛନ୍ତି । ୭ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୧୪୩ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଦୁଇଟି ସ୍ଥାନୀୟ କେସ୍ ମଧ୍ୟରୁ ଗୋଟିଏ ଏଆଇଆର କଲୋନୀରୁ ୩୦ ବର୍ଷୀୟା ମହିଳା ଓ ମାଲସାହି ମଙ୍ଗଳବାଗରୁ ଜଣେ ୪୩ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି ।

ସେହିପରି ହୋମ କ୍ୱାରେଣ୍ଟାଇନ ୫ଟି କେସ୍ ପୁରୁଣା ରାଉସାପାଟଣା ଅଞ୍ଚଳରୁ , ୩ଜଣ ଆକ୍ରାନ୍ତ ଗଣେଷ ଘାଟ ଅଞ୍ଚଳରୁ , ୨ଟି ଡ଼ଗରପଡ଼ା ଗୋପାଳ ସାହି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ବାଲୁବଜାରରୁ ଜଣେ , ପରିଡ଼ା ସାହି ବାଦାମବାଡ଼ିରୁ ଜଣେ , ପୁରୀଘାଟ ଓ ରାଣୀହାଟ ଅଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking