28.1 C
Bhubaneswar
Saturday, April 27, 2024
Homeଓଡିଶାବହୁଜନ କ୍ରାନ୍ତି ମୋର୍ଚା ତରଫରୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ବହୁଜନ କ୍ରାନ୍ତି ମୋର୍ଚା ତରଫରୁ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଯାଜପୁର: ଉତ୍ତରପ୍ରଦେଶ ର ହାତରସ ଠାରେ ଘଟିଥିବା ଗଣ ଦୁଷ୍କର୍ମ ର ଦୋଷୀ ମାନଙ୍କୁ ଫାଶିଦଣ୍ଡ ଦିଆଯାଉ । ଏହାର ଦାବୀ ନେଇ ଆଜି କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଅଫିସ ଠାରେ ଯାଜପୁର ଜିଲ୍ଲା ବହୁଜନ କ୍ରାନ୍ତି ମୋର୍ଚା ତରଫରୁ ଗଣ ଧାରଣା ଦିଆଯାଇଛି । ଏହି ଗଣ ଧାରଣାକୁ ଯୋଗ ଦେଇଥିଲେ ସୁକିନ୍ଦା କଲେଜର ଛାତ୍ରୀ ଅଞଳି ଆଲ୍ଦା ଯୋଗ ଦେଇଥିଲେ । ବହୁଜନ କ୍ରାନ୍ତି ମୋର୍ଚା ର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଚକ୍ରଧର ହାଇବୃ , ପ୍ରତାପ ଦାସ ନେତୃତ୍ବ ନେଇ ଥିଲା । ଏକ ଦାବି ପତ୍ର ଡିଏମ ସନ୍ତୋଷ ମିଶ୍ରଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିକୁ ପ୍ରଦାନ କରାଯାଇଥିଲା । ଦୋଷୀମାନକୁ ଫାଶି ଦିଆଯିବାର ଦାବି ପତ୍ର ଉଲ୍ଲେଖ ରହିଛି । ଯେପର୍ଯ୍ୟନ୍ତ ଦୋଷୀମାନକୁ ଦଣ୍ଡ ଦିଆଯାଇନାହିଁ, ସେ ପର୍ଯ୍ୟନ୍ତ ଏ ଧାରଣ ବଳବତ୍ତର ରହିବ ବୋଲି କହିଛନ୍ତି ଚକ୍ରଧର ହାଇବରୁ ଅଞଳି ଆଲ୍ଦା। ଆସନ୍ତା ଅକ୍ଟୋବର 30 ପର୍ଯ୍ୟନ୍ତ ସାରା ଦେଶବ୍ୟାପୀ ଏହି ଧାରଣା ଜାରି ରହିବ । ନିର୍ଭୟା ଦୋଷୀ କଂ ଭଳି ଏହି ଦୋଷୀ ମାନଙ୍କୁ ଫାଶି ଦିଆଯାଉ ବୋଲି କହିଛନ୍ତି ନେତ୍ରୀ ମିନା ମଲ୍ଲିକ, ସୁକିନ୍ଦା କଲେଜ ର ନେତ୍ରୀ ଅଞଳି ଆଲ୍ଦା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking