ନକଲି ନୋଟ୍ ଜବତ୍

ଯାଜପୁର: ଯାଜପୁର ଜିଲ୍ଲା ଜେନାପୁର ପୋଲିସ୍ ଦୁଇଟି 5ଶହ ଟଙ୍କିଆ ନକଲି ନୋଟ୍ ଜବତ୍ କରିବା ସହ ଜଣେ ଅଭିଯୁକ୍ତ ଯୁବକକୁ ଗିରଫ୍ କରିବାକୁ ସକ୍ଷମ ହୋଇଛି । ଗିରଫ୍ ଯୁବକ ନିକଟରୁ ସେ ବ୍ୟବହାର କରୁଥିବା ଏକ ଚୋରୀ ମଟର ସାଇକେଲ ଓ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି ପୋଲିସ୍ । ଗିରଫ୍ ଯୁବକ ଜଣକ ପଡୋଶୀ ଢେଙ୍କାନାଳ ଜିଲ୍ଲା ନିହାଲପ୍ରସାଦ ଅଞ୍ଚଳର ବିକାଶ ମଲିକ୍ ବୋଲି ଜଣାପଡିଛି । ଅଭିଯୁକ୍ତକୁ ଥାନାରେ ଅଟକ ରଖି ପୋଲିସ୍ ପଚରା ଉଚରା ଜାରି ରଖିଛି । ଗିରଫ୍ ଅଭିଯୁକ୍ତ ଏବଂ ଏହି ନକଲି ନୋଟ୍ ଦୁଇଟିକୁ ଆଧାର କରି ପୋଲିସ୍ ଏଥିରେ ଏକ ବଡ ରାକେଟ୍ କାମ କରୁଥିବା ସନ୍ଦେହ କରିଛି । ଏଥିସହ ପୋଲିସ୍ ଏହାର ପର୍ଦ୍ଦାଫାସ କରିବା ପାଇଁ ଘଟଣାର ଅନୁସନ୍ଧାନ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here