ଗୁଣୁପୁର ବିଜେପି ନଗର ସଭାପତି ହେଲେ ଶ୍ରୀନିବାସ ସ୍ୱାଇଁ

ଗୁଣୁପୁର : ଦୀର୍ଘଦିନ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଗୁଣୁପୁର ବିଜେପିର ନଗର ସଭାପତି ଭାବେ ଶ୍ରୀନିବାସ ସ୍ୱାଇଁ ଙ୍କୁ ଦାୟିତ୍ୱ ଦିଆଯାଇଛି । ରାୟଗଡା ଜିଲ୍ଲା ଗୁଣୁପୁର ରେ ବିଜେପିର ନଗର ସଭାପତି ପଦ ବିଭିନ୍ନ କାରଣ ନେଇ ପୂରଣ ହୋଇ ପାରିନଥିଲା । ଏହି ପଦଵୀ ପାଇଁ 3 ଜଣ ଙ୍କ ନାମ ଚର୍ଚ୍ଚା ହେଉଥିବା ବେଳେ, ଶେଷରେ ରାଜ୍ୟ ବିଜେପିର ଅନୁମୋଦନ କ୍ରମେ ଆଜି ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ ଶ୍ରୀନିବାସ ସ୍ୱାଇଁ ଙ୍କ ନାମ ଘୋଷଣା କରିଛନ୍ତି । ନାମ ଘୋଷଣା ହେବାପରେ ବିଜେପି ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଗୁଣୁପୁର ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ଓ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସମସ୍ୟା ଦୂର କରିବା ଓ ସଂଗଠନ କୁ ସୁଦୃଢ କରିବା ପାଇଁ କାମ କରିବାକୁ ସେ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here