38.1 C
Bhubaneswar
Friday, April 26, 2024
Homeଓଡିଶାଗଣବିବାହ ଅନୁଷ୍ଠିତ

ଗଣବିବାହ ଅନୁଷ୍ଠିତ

ବ୍ରହ୍ମପୁର:ଗଞ୍ଜାମ ମୁସଲିମ ସାଂସ୍କୃତିକ ସଂଘ ପକ୍ଷରୁ ପ୍ରତେକ ବର୍ଷ ଖାଜା ସାହିରେ ଗଣବିବାହ ଅନୁଷ୍ଠିତ ହୋଇଆସୁଛି। ଏହିପରି ପଦକ୍ଷେପକୁ ସାରା ମହଲରେ ପ୍ରଶଂସା କରାଯାଇଛି। ସେହିପରି ରବିବାର ଦିନ ଗଞ୍ଜାମ ମୁସଲିମ ଆସୋସିଏସନ ପକ୍ଷରୁ ୧୫ଜଣ ଗରିବ ପରିବାରର ଝିଅ ,ପୁଅ ଯୋଡ଼ିଙ୍କ ବିବାହ କାର‌୍ୟ୍ୟ ସମ୍ପର୍ଣ୍ଣ କରାଯାଇଛି। ଏଥିରେ ୧୧ଯୋଡି ମୁସଲିମ ପରିବାର ଥିବାବେଳେ ୪ଟି ହିନ୍ଦୁ ପରିବାରର ଯୋଡି ଥିଲେ। ଗରିବ ଯୋଗୁଁ ପରିବାର ଲୋକେ ସେମାନଙ୍କ ପୁଅଝିଅଙ୍କ ବିବାହ କଥା ଚିନ୍ତା କରିପାରୁନଥିଲେ। ବିବାହ ପାଇଁ ହେଉଥିବା ସର୍ବନିମ୍ନ ଖର୍ଚ୍ଚ ବହନ କରିବାକୁ ମଧ୍ୟ ସେମାନଙ୍କର ସକ୍ଷମ ନଥିଲା। କିନ୍ତୁ ପୁଅଝିଅଙ୍କ ବିବାହ ବୟସ ହୋଇସାରିଥିଲା ଯାହାକୁ ନେଇ ପରିବାର ଲୋକଙ୍କ ଚିନ୍ତା ବଢୁଥିଲା। ଗଞ୍ଜାମ ମୁସଲିମ ସାଂସ୍କୃତିକ ସଂଘ
ସହାୟତାରେ ୧୫ଯୋଡି କୁଆଁରୀ ଝିଅପୁଅଙ୍କ ମିଳନର ବାଟ ଖୋଲିଯାଇଥିବା ବେଳେ ଜାତି, ଧର୍ମ ବର୍ଣ୍ଣ ନିଵିଶେଷରେ ଭିନ୍ନ ସମ୍ପ୍ରଦାୟର ଗରିବ ପୁଅଝିଅଙ୍କୁ ଗୋଟିଏ ଛାତ ତଳେ ଦେଖିବାକୁ ମିଳିଥିଲା।

ମୋଟ ୧୫ଯୋଡ଼ା ପୁଅଝିଅଙ୍କ ମଧ୍ୟରୁ ୪ଯୋଡ଼ା ହିନ୍ଦୁ ପୁଅଝିଅଙ୍କ ବିବାହ ନିକଟସ୍ଥ ମନ୍ଦିରରେ ରୀତିନୀତି ଅନୁସାରେ କରାଯାଇଥିଲା। ଅବଶିଷ୍ଟ ୧୧ଯୋଡ଼ା ପୁଅଝିଅଙ୍କ ବିବାହ ମଧ୍ୟ ମୁସଲିମ ରୀତିନୀତି ଅନୁସାରେ କରାଯାଇଥିଲା। ପ୍ରତେକ ଦମ୍ପତ୍ତିଙ୍କ ଚଳିବ ପାଇଁ ଆସୋସିଏସନ ପକ୍ଷରୁ ଆବଶ୍ୟକୀୟ ଆସବାବପତ୍ର ଯଥା ଖଟ, ଆଲମିରା, ଫ୍ରିଜ, ବାସନକୁସନ, ଲୁଗାପଟା ଇତ୍ୟାଦି ପ୍ରଦାନ କରାଯାଇଥିଲା। ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ପ୍ରଦାନ କରିବାକୁ ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ବ୍ରହ୍ମପୁର ଉପଜ଼ିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ, ବ୍ରହ୍ମପୁର ଏସପି ପିନାକ ମିଶ୍ର ଖାଜା ସାହିରେ ପହଞ୍ଚିଥିଲେ। ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ନବଦମ୍ପତ୍ତିଙ୍କୁ ଆଶୀର୍ବାଦ ସହ ଗିଫ୍ଟ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମୁସଲିମ କଲଚୁରାଲ ଆସୋସିଏସନର ସଭାପତି ଡ଼. ସୟିଦ ଇସମାଇଲ, ସମ୍ପାଦକ ରହିମ ଖାନ ଉପସ୍ଥିତ ଥିଲେ। ଏସଏ ଖଲିଲ, ଆରମୂରଲି ମୋହନ, ମମତା ବିଷୋୟୀ, ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking