40.1 C
Bhubaneswar
Thursday, April 25, 2024
Homeଅପରାଧନାଁ ସାପ ମରୁଛି, ନାଁ ଲାଠି ଭାଙ୍ଗୁଛି..! ପାଟଣାଗଡ ରୁ ପୁଣି୧୬ ହଜାର ବୋତଲ କଫ୍...

ନାଁ ସାପ ମରୁଛି, ନାଁ ଲାଠି ଭାଙ୍ଗୁଛି..! ପାଟଣାଗଡ ରୁ ପୁଣି୧୬ ହଜାର ବୋତଲ କଫ୍ ସିରପ୍ ଜବତ, ମୁଖ୍ୟ ଅଭିଯୁକ୍ତ୍ ପୁଣି ଫେରାର୍‌

 
ବଲାଙ୍ଗିର, (ଦେବାଶିଷ ମିଶ୍ର )- ଆଜି ପାଟଣାଗଡରୁ ୧୬ ହଜାର ବୋତଲରୁ ଅଧିକ ପରିମାଣର କଫ୍ ସିରଫ ପୋଲିସ ଜବତ କରିଛି । ପାଟଣାଗଡ ଥାନା ଅନ୍ତର୍ଗତ ଲୁହାସିଂହା ଗାଁରେ ଥିବା ଏକ ଗୋଦାମରେ ଏହି ସବୁ କଫ ସିରଫ ଗଚ୍ଛିତ ଥିବା ନେଇ କୋଣସି ଏକ ବିଶ୍ୱସ୍ଥ ସୂତ୍ରୁର ପୁଲିସ ସୁଚନା ପାଇ ପାଟଣଗଡ ଓ ଲରମ୍ଭା ପୁଲିସ୍ ମିଳିତ ଭାବେ ଲୁହାସିଂହାର ସେହି ଗୋଦାମ ଉପରେ ଚଢାଉ କରିଥିଲେ । ସେହି ଗୋଦମ ଭିତରୁ ପୁଲିସ ୧୦୦ କାର୍ଟୁନ କଫ ସିରଫ ଜବତ କରିଥିଲା । ଗୋଟାଏ କାର୍ଟୁନରେ ୧୦୦ ମି.ଲିର ୧୬୦ ଖଣ୍ଡ ସିରଫ ବୋତଲ ରହିଥିଲା । ସମୁଦାୟ ୧୬୦୦୦ କଫ୍ ସିରପ୍ ର ବଜାର ମୁଲ୍ୟ ପ୍ରାୟ ୨୫ଲକ୍ଷ ହେବ । ତେବେ କଫ ସିରଫ ଗଚ୍ଛିତ ରଖିଥିବା ବ୍ୟବସାୟୀ ସତ୍ୟ ନାରାୟଣ ଅଗ୍ରବାଲ ଓରଫ୍ (ଗୁଲୁ) ଫେରାର ହୋଇଯାଇଥିବା ପୋଲିସ ତରଫରୁ ଏକ ସାମ୍ବାଦିକ ସମ୍ମିଳନିରେ କୁହାଯାଇଛି ।

ସେହିପରି ଦୁଇଦିନ ତଳେ ବଲାଙ୍ଗୀର ପୁଲିସ ଦ୍ୱାରା ମଧ୍ୟ ପୁଇଁନ୍ତଲା ନିକଟରେ ଏକ ମାକ୍ସ ପିକଅପ ସହିତ ୧୦ ହଜାର ବୋତଲରୁ ଅଧିକ କଫ ସିରଫ ଜବତ ହୋଇଥିଲ।। ସେଠାରେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ନେଗି ଓରଫ (ସାନ) ଫେରାର ମାରିଥିଲା । ତେବେ ଗୋଟିଏ ପଟେ ପୁଲିସ ବିଭିନ୍ନ୍ ଉପାୟ ଅବଲମ୍ବନ କରି ଲାଗ ଲାଗ ଏତେ ପରିମାଣରେ କଫ୍ ସିରପ ଜବତ କରିବା ବେଳେ, ଅନ୍ୟ ପଟେ ଆଗରୁ ଖବର ପାଇ ମୁଖ୍ୟ ଅଭିଯୁୁକ୍ତ ଫେରାର ହେବା ଦ୍ୱାରା ନାଁ ସାପ ମରୁଛି, ନାଁ ଲାଠି ଭାଙ୍ଗୁଛି ର ଉଦାହରଣ ସୃଷ୍ଟି ହେଉଛି ବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ହେଉଛିା
ତେବେ ମିଳିଥିବା ବିଶ୍ୱସ୍ଥ ସୂଚନାରୁ ପ୍ରକାଶ ଯେ , ବଲାଙ୍ଗୀର ଜିଲ୍ଲାରେ ଏହି ଲୁହାସିଂହା ଗ୍ରାମରୁ ହିଁ ପ୍ରଥମ କରି ବେଆଇନ କଫ ସିରଫ ବେପାର ଆରମ୍ଭ ହୋଇଥିଲା । ଏଠାକାର ଏହି ଅଣ ଓଡିଆ ବ୍ୟବସାୟୀ ରାୟପୁରରୁ ବେଆଇନ ଭାବେ ପ୍ରଚୁର ପରିମାଣରେ କଫ ସିରଫ ଆଣି ବରଗଡ ଓ ବଲାଙ୍ଗୀରକୁ ଯୋଗାଉ ଥିଲେ । କିଛି ମାସ ପୂର୍ବରୁ ଲୁହାସିଂହାର କଫ ସିରଫ ମାଫିଆ ଏହି ଅଣ ଓଡିଆ ବ୍ୟବସାୟୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା । କିନ୍ତୁ ଜେଲ ରୁ ଫେରିବା ପରେ ଏହି ଅଣ ଓଡିଆ ବ୍ୟବସାୟୀ ଜଣଙ୍କ ପୁଣିଥରେ ଅଞ୍ଚଳରେ ନିଶା କାରବାର ଚଳାଇଥିଲେ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking