28.9 C
Bhubaneswar
Sunday, May 5, 2024
Homeଦେଶ ବିଦେଶବିବାହିତ ମହିଳା କ’ଣ କରୁଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ....

ବିବାହିତ ମହିଳା କ’ଣ କରୁଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ….

ଦିସପୁର: ଆସାମର ନଗାଁଓରୁ ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ସାମନାକୁ ଆସିଛି । ଏଠାରେ ଜଣେ ବିବାହିତା ମହିଳା ଜଣେ କି ଦୁଇଜଣ ନୁହେଁ ବରଂ ୨୫ ଥର ଅଲଗା ଅଲଗା ପୁରୁଷଙ୍କ ସହିତ ଫେରାର୍ ହୋଇ ସାରିଛନ୍ତି । ଏହି ଖବର ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ସୂଚନା ଅନୁଯାୟୀ, ଗତ ୧୦ ବର୍ଷ ମଧ୍ୟରେ ଏହି ବିବାହିତ ମହିଳା ନିଜର ଶ୍ୱଶୁର ଘରୁ ୨୫ ଥର ଫେରାର୍ ହୋଇଛନ୍ତି । ହେଲେ ଏବେ ସେ ନିଜର ବାପ ଘରକୁ ଫେରିଆସିଛନ୍ତି । କିନ୍ତୁ ଏହା ପରେ ତାଙ୍କ ସ୍ୱାମୀ ତାଙ୍କୁ ନିଜ ପାଖରେ ରଖିବାକୁ ରାଜି ହୋଇଛନ୍ତି । ଏହି ବିବାହିତ ମହିଳା ଆସାମର ଢ଼ିଙ୍ଗ ଗାଁରେ ରୁହନ୍ତି । ତାଙ୍କର ତିନିଟି ସନ୍ତାନ ରହିଛନ୍ତି । ତାଙ୍କ ସବୁଠାରୁ ଛୋଟ ସନ୍ତାନ ମାତ୍ର ତିନି ମାସର । ସେ ନିକଟରେ ନିଜ ଘରକୁ ଫେରି ଆସିଛନ୍ତି । କିନ୍ତୁ ଏହି ମହିଳା ଜଣକ କିଛି ଦିନ ପୁର୍ବେ ଗାଁର ଏକ ଯୁବକଙ୍କ ସହିତ ଫେରାର୍ ହୋଇଯାଇଥିଲେ । ତେବେ ଏହି ମହିଳାଙ୍କ ସ୍ୱାମୀ ଜଣେ ଡ୍ରାଇଭର୍ । ଯେବେ ସେ ଗ୍ୟାରେଜ୍ ରୁ ଘରକୁ ଫେରିଲେ ଦେଖିଲେ ଯେ, ତାଙ୍କ ପତ୍ନୀ ଘରେ ନାହିଁ । ଗୋଟିଏ ଛୁଆକୁ ନେଇ କୁଆଡେ ଚାଲି ଯାଇଛି । ଯିବା ପୂର୍ବରୁ ସେ ପଡ଼ୋଶୀଙ୍କୁ କହି ଯାଇଥିଲେ ଯେ, ସେ ଛେଳି ଚରାଇବାକୁ ଯାଉଛନ୍ତି । ସେ ଫେରାର୍ ହେବା ସମୟରେ ଘରେ ଥିବା ୨୨ ହଜାର ଟଙ୍କା ନେଇ ଚାଲି ଯାଇଛନ୍ତି । ତେବେ ଏହିଭଳି ଘଟଣା ଗୋଟିଏ ପରେ ଗୋଟିଏ ଘଟିବା ପରେ ଗାଁର ଲୋକମାନେ ତାଙ୍କ ଉପରେ ଅଭିଯୋଗ ଆଣିଥିଲେ ଯେ, ଏହି ବିବାହିତ ମହିଳାଙ୍କ ଅନେକ ପୁରୁଷଙ୍କ ସହିତ ଅବୈଧ ସମ୍ପର୍କ ରହିଛି । ତାଙ୍କ ପରିଜନମାନେ ତାଙ୍କୁ ଅନେକ ବୁଝାଇବା ପରେ ବି ତାଙ୍କ ଉପରେ କୌଣସି ପ୍ରଭାବ ଫରକ ପଡ଼ିନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking