34.1 C
Bhubaneswar
Thursday, April 25, 2024
Homeଓଡିଶାଓଡ଼ିଶା ସୀମାରେ ପ୍ରବେଶ କରି କୁନି ପିଲାଙ୍କୁ ଅଣ୍ଡା ବାଣ୍ଟିଲା ଆନ୍ଧ୍ର

ଓଡ଼ିଶା ସୀମାରେ ପ୍ରବେଶ କରି କୁନି ପିଲାଙ୍କୁ ଅଣ୍ଡା ବାଣ୍ଟିଲା ଆନ୍ଧ୍ର

ଗଜପତି: ପୁଣି ଓଡ଼ିଶା ସୀମାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦାଦାଗିରି । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାଣିକପାଟଣା ଠାରେ ଏକ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରିଥିଲେ ଆନ୍ଧ୍ର ସରକାର । ଯାହାକୁ ୨ ଦିନ ତଳେ ସିଲ୍ କରାଯାଇଥିଲା । ତେବେ ବୁଧବାର ଆନ୍ଧ୍ରର କିଛି ଅଧିକାରୀ ପୁଣିଥରେ ଏହି ଅଙ୍ଗନୱାଡ କେନ୍ଦ୍ର ଖୋଲି ପିଲାଙ୍କୁ ପାଠ ପଢ଼ାଇବା ସହ ଅଣ୍ଡା ବାଣ୍ଟିଛନ୍ତି । ଆଜି ସମ୍ପୃକ୍ତ ଅଞ୍ଚଳରେ ଆନ୍ଧ୍ରର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ମାନେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଆନ୍ଧ୍ର ପ୍ରଶାସନ ପକ୍ଷରୁ ସରିଛି । ସୂଚନା ଅନୁଯାୟୀ, ଓଡିଶା ସୀମାରେ ଆନ୍ଧ୍ରର ଦାଦାଗିରିର ଆଉ ଏକ ନମୂନା ସାମ୍ନାକୁ ଆସିଥିଲା ମଙ୍ଗଳବାର । ଓଡିଶା ସୀମାରେ ପଶି ଆନ୍ଧ୍ର ଏକ ଅସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରିବା ସହ ସେଠାରେ ପିଲାଙ୍କ ନାମ ମଧ୍ୟ ଲେଖାଇଥିବା ଖବର ମିଳିଥିଲା । ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ମାଣିକପାଟଣା ଗାଁରୁ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ଏହା ଜଣାପଡିବା ପରେ ରାୟଗଡ ବିଡିଓ ଏବଂ ତହସିଲଦାର ସେଠାକୁ ଯାଇ ସଂପୃକ୍ତ ଅସ୍ଥାୟୀ ଘରକୁ ସିଲ କରିଥିଲେ । ଆଉ ଏହାପରେ ସେହି ଅଞ୍ଚଳରେ ଏକ ପ୍ରକାର ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଥିଲା । ଘଟଣାସ୍ଥଳରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିବା ବେଳେ ଆନ୍ଧ୍ରର ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଆସିଥିଲେ । ଗତ ପଞ୍ଚାୟତ ର୍ନିବାଚନ ବେଳେ ମଧ୍ୟ ଏହି ଗାଁ ରେ ର୍ନିବାଚନ କରିବାକୁ ଚେଷ୍ଟା କରିଥିଲା ଆନ୍ଧ୍ର ପ୍ରଶାସନ । ହେଲେ ଗଜପତି ପ୍ରଶାସନ ଏହାକୁ ବିଫଳ କରିଥିଲା । ତେବେ ପୁଣି ଥରେ ଆନ୍ଧ୍ରର ଦାଦାଗିରର ଚିତ୍ର ଏବେ ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking