32.1 C
Bhubaneswar
Saturday, May 18, 2024
Homeଓଡିଶାମୃତ ଦୁଷ୍ମନ୍ତ ଦାସଙ୍କ ଆତ୍ମା କହୁଛି...(ସୋସିଆଲ ମିଡ଼ିଆ ରୁ )

ମୃତ ଦୁଷ୍ମନ୍ତ ଦାସଙ୍କ ଆତ୍ମା କହୁଛି…(ସୋସିଆଲ ମିଡ଼ିଆ ରୁ )

ପ୍ରିୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର ନମସ୍କାର । ମୁଁ ଦୁଷ୍ମନ୍ତ ଦାସ କହୁଛି, ସ୍ୱର୍ଗରୁ । ଏବେ ଏବେ ଆସି ପହଞ୍ଚିଲି ଏଠି ।
ଆପଣଙ୍କ ଅଧିକାରୀମାନେ କାଳେ ଆପଣ ବଦନାମ ହେବେ ସେହି ଭୟରେ ମୋ ପରିବାର ସହିତ ମୋର ଶବର ଶେଷ ଭେଟଘାଟ ମଧ୍ୟ କରେଇଦେଲେନି । ମୋ ବୁଢା ବାପା,ସ୍ତ୍ରୀ ଆଉ ଛୋଟ ଛୁଆ ସେପରେ ଅପେକ୍ଷା କରିଥିଲେ ଗାଁରେ କିନ୍ତୁ ଆପଣଙ୍କ ଅଧିକାରୀମାନେ ଆପଣଙ୍କ ସ୍ୱଛ ଭାବମୂର୍ତ୍ତି ରକ୍ଷା କରିବା ପାଇଁ ରାତାରାତି ପୋଷ୍ଟମର୍ଟମ କରି ମୋ ଗାଁକୁ ନେବା ପରିବର୍ତ୍ତେ ଆଣି ସ୍ୱର୍ଗଦ୍ୱାରରେ ପୋଡ଼ିଦେଲେ

ଗୋଡ଼ ଭଲ କରିବା ପାଇଁ କେତେ ନେହୁରା ହେଲି,ଆପଣ ଦେଇଥିବା ସ୍ୱାସ୍ଥ୍ୟ କାର୍ଡ ଧରି ଡାକ୍ତରଖାନାରୁ ଡାକ୍ତରଖାନା ଦୌଡିଲି କିନ୍ତୁ କେହି ଚିକିତ୍ସା କଲେନାହିଁ । ଏପରିକି ବଡ଼ ମେଡିକାଲରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା କରାଗଲା ପରେ ବାହାରକୁ ଚିକିତ୍ସା ପାଇଁ ପଠେଇବା ପରିବର୍ତ୍ତେ ମତେ ଘରକୁ ପଠେଇଦେଲେ । ସମସ୍ତଙ୍କୁ ଭେଟିଛି ଚିକିତ୍ସା ପାଇଁ ଆକୁଳ ନିବେଦନ କରିଛି ଆଜ୍ଞା । ଟ୍ୱିଟରରେ ଗଦା ଗଦା ପୋଷ୍ଟ କରି ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟମନ୍ତ୍ରୀ ସମସ୍ତଙ୍କୁ ଟ୍ୟାଗ୍ କରିଛି ଆଜ୍ଞା । କ’ଣ ହେଲା କେଜାଣି କେହି ଟିକେ ମନ ଧ୍ୟାନ ଦେଲେନି । ଟିକେ ମନଧ୍ୟନ ଦେଇଥିଲେ ବଞତଚିଯାଇଥାଆନ୍ତି ଆଜ୍ଞା । ଅଢ଼େଇ ବର୍ଷର ଝିଅଟା ଘରେ ଅଛି ଅରଜ୍ଞା । କ’ଣ ହେବ କେଜାଣି ତା’ର ଆଜ୍ଞ….

ସବୁଆଡୁ ନିରାଶ ହେବାପରେ ମରିବି ନା ବଞ୍ଚିବି ଦ୍ୱନ୍ଦ ଭିତରେ ଆସି ବିଧାନସଭା ସମ୍ମୁଖରେ ପହଞ୍ଚିଲି । ଶେଷକୁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଷ ପିଇଦେଲି । ତା’ପରେ ପୋଲିସମାନେ ମତେ ଥାନାକୁ ନେଇଗଲେ । ଯଦି ଡାକ୍ତରଖାନା ସଂଗେ ସଂଗେ ନେଇଥାନ୍ତେ ହୁଏତ ବଞ୍ଚିି ଯାଇଥା’ନ୍ତି ।

ବୋଧହୁଏ “ଚିକିତ୍ସା ଦିଅ ନଚେତ ଇଛମୃତ୍ୟୁ ଦିଅ ମୋର ଏହି ଦାବି ଟି ଆପଣଙ୍କ କାନରେ ପଡିଥିଲା ନା’ କ’ଣ । ସେଥିପାଇଁ ବୋଧହୁଏ ଆପଣଙ୍କ ପୋଲିସମାନେ ଡାକ୍ତରଖାନା ନନେଇ ଥାନାକୁ ନେଇଗଲେ ମୋ ଇଛା ମୃତ୍ୟୁ ଦାବିକୁ ପୁରଣ କରିବା ପାଇଁ ।

ମୋତେ ଇଛାମୃତ୍ୟୁ ଦେଇଥିବାରୁ ଧନ୍ୟବାଦ ଆଜ୍ଞା । ଆଉଗୋଟେ ଅନୁରୋଧ ଆଜ୍ଞା, ମୋ ଝିଅକୁ କହିଥିଲି ଫେରିଲେ ଚୁଇଁଗମ୍ ଆଉ ଚକଲେଟ ଦେବୀ ବୋଲି । ସେତକ ଟିକେ ଆପଣ ଦେଇଦେବେ ।
ଆପଣ ଆଉ କେନ୍ଦ୍ର ସରକାରଙ୍କ ମଧ୍ୟରେ ଅହଙ୍କାରର ଲଢେଇ ଏମିତି ଚାଲିଥାଉ । ଆପଣଙ୍କ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଆଉ ସ୍ୱାସ୍ଥ୍ୟକାର୍ଡର ଜୟହେଉ । ମୋ ଭଳି ଗୋଟେ ଗରିବ ଯୁବକ ମରିଗଲେ କ’ଣ କ୍ଷତି ହେଇଯାଉଛି ଯେ । ଏତିକି ଈଶ୍ୱରଙ୍କ ପାଖରେ ପ୍ରାର୍ଥନା ଆପଣଙ୍କ ମୃତ୍ୟୁ ଚିକିତ୍ସା ଅଭାବରୁ ନହେଉ ।

ହଁ, କେବେ ସମୟ ପାଇଲେ ସେହି ନବୀନ ନିବାସ ଭିତରେ ବସି ଟିକେ ଭାବିବେ ଆଜ୍ଞା । ଯଦି ଆପଣଙ୍କର ବିବେକ ଥିବ, ଆପଣ ସମ୍ବେଦନଶୀଳ ବ୍ୟକ୍ତି ହୋଇଥିବେ ଆଉ ଆପଣଙ୍କ ଭିତରେ ମାନବିକତା ବଞ୍ଚିଥିବ ତା’ହେଲେ ନିଜକୁ ନିଜେ ନିଶ୍ଚୟ ଧିକ୍କାର କରିବେ ।

ଏଠି ସ୍ୱର୍ଗରେ ମୋ ପାଇଁ ସିଟ୍ ଟିଏ ଯୋଗାଡି ପାରିନି ଏପର୍ଯ୍ୟନ୍ତ ଆଜ୍ଞା, କାରଣ ଆପଣଙ୍କ ପ୍ରଶାସନିକ ଅବ୍ୟବସ୍ଥା ଯୋଗୁଁ ଯଥେଷ୍ଟ ଆଗରୁ ପଳେଇ ଆସିଲି ତ ତେଣୁ ଟିକେ ସମୟ ଲାଗୁଛି ମୋ ପାଇ ସିଟ ଗୋଟେ ଯୋଗାଡ଼ କରିବା ପାଇଁ । କିନ୍ତୁ ଆପଣ ସେମିତି ନିଦାବିଷ୍ଟ ସାଜି କ୍ଷମତା ସିଟରେ ବସିଥାନ୍ତି ଆଉ ବାପାଙ୍କ ସ୍ୱପ୍ନ ପୁରଣ କରୁଥାନ୍ତୁ ।
ରହିଲି ଆଜ୍ଞା, ନମସ୍କାର
ଆପଣଙ୍କ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବାର ଶୀକାର ହୋଇ ଅଦିନରେ ମୃତ୍ୟୁମୁଖରେ ପଡିଥିବା ଦୁଷ୍ମନ୍ତ ଦାସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking