28.1 C
Bhubaneswar
Saturday, April 27, 2024
Homeଓଡିଶାଚାଷୀଙ୍କ ସାର ଅଭାବ ଆଉ କଳାବଜାରୀ ରୋକିବା ପାଇଁ ସରକାର ଙ୍କୁ ନିବେଦନ

ଚାଷୀଙ୍କ ସାର ଅଭାବ ଆଉ କଳାବଜାରୀ ରୋକିବା ପାଇଁ ସରକାର ଙ୍କୁ ନିବେଦନ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଅଞ୍ଚଳରେ ଚାଷ କାମକୁ ଦାଉ ସାଧିଛି କରୋନା ଆଉ ଲଘୁଚାପ ଜନିତ ଲଗାଣ ବର୍ଷା । ଏସବୁ ପ୍ରତିକୂଳ ପରିସ୍ଥିତି ରେ ବି ଚାଷୀ ନିଜର ଚାଷ କାର୍ଯ୍ୟ କରି ଅଗଷ୍ଟ ମାସରେ ରୁଆ ଓ ବେଉସା ସାରି ଦେଇଛନ୍ତି । ହେଲେ ଏବେ ଚାଷି ଙ୍କୁ ଠିକ ସମୟରେ ମିଳୁନି ସାର ।  ଆଉ ସାର ପାଇଁ ବିଭିନ୍ନ ଲେମ୍ପ ଏବଂ ଦୋକାନ ଆଗରେ ଲାଗୁଛି ଲମ୍ବା ଲାଇନ। ଘଣ୍ଟା ଘଣ୍ଟା ଲାଇନ ରେ ଅପେକ୍ଷା କଲେବି ଚାଷୀ ଙ୍କୁ ଅବ୍ୟଶ୍ୟକ ଅନୁଯାଇ ମିଳୁନି ସାର । ଏନେଇ ବିଜେଡି ପକ୍ଷରୁ ଡ.ଇନ୍ଦ୍ରା ନନ୍ଦ, ବିଷ୍ଟୁ ପ୍ରସାଦ ପାତ୍ର ବରିଷ୍ଠ ନେତା ରମା ରାଉଳ ଙ୍କ ସମେତ ଅଞ୍ଚଳ ରୋ ଚାଷୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଙ୍କୁ ଭେଟି ସାର ର ନିୟଣ୍ଟୋ ହୋଇଥିବା ବେଳେ ବିକ୍ରିର ତଦନ୍ତ ଦାବି କରିବା ସଙ୍ଗେ ସଙ୍ଗେ ଚାଷୀ ଙ୍କୁ ତୁରନ୍ତ ସାର ଯୋଗାଇଦେବା ପାଇଁ ଦାବି ଉପସ୍ଥାପନ କରିଥିଲେ l
କୋରାପୁଟ ଜିଲାରେ ରେ ଚାଷୀ ଙ୍କୁ ଘାରିଛି ସାର ଚିନ୍ତା।ହଜାର ହଜାର ହେକ୍ଟେର ଜମିରେ ହୋଇଛି ଧାନ ଚାଷ।ଅଗଷ୍ଟ ମାସ ପ୍ରଥମ ସପ୍ତାହ ରୁ ରୁଆ ବେଉସା ସାରି ଦେଇଛି ଚାଷୀ । ଏବେ ଚାଷ ଜମି ରେ ସାର ପ୍ରୟୋଗ କରିବାର ଆବଶ୍ୟକ ତା ରହିଛି । ସରକାରୀ ଦର ରେ ୟୁରିଆ ବସ୍ତା 265 ଟଙ୍କାରେ ରେ ଯୋଗାଇଦିଆ ଯାଉଛି। ହେଲେ ସାର ପାଇଁ ଚାଷୀ ଲେମ୍ପସ ଆଉ ଦୋକାନ ରେ ଅନେକ ଚାଷୀ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ ରେ ଜଗୁଛନ୍ତି । ଏସବୁ ସତ୍ତ୍ୱେ ଜଣେ ଚାଷୀଙ୍କୁ କେବଳ କୁନ୍ଦ୍ରା ବ୍ଲକରେ ଆଧାର କାର୍ଡ ପିଛା ଗୋଟିଏ ବସ୍ତା ୟୁରିୟା ଏବଂ ଏକ ବସ୍ତା ପୋଟାସ ସାର ମିଳୁଛି । ଯାହାକି ସମୁଦ୍ର କୁ ସଂକ୍ଷେ ସଦୃଶ୍ୟ । ଫଳରେ ରେ ଅନେକ ଚାଷୀ ବାଧ୍ୟ ହୋଇ ବସ୍ତା ପିଛା 300 ରୁ 350 ଟଙ୍କା ପର୍ଯ୍ୟନ୍ତ ଚଢାଦରରେ କ୍ରୋୟ କୋରୀବାକୁ ବାଧ୍ୟ ହେଉଛନ୍ତି ବୋଲି କୋହିଛନ୍ତି ଚାଷୀ ।
ପ୍ରତି ବର୍ଷ ଏହି ସମୟ ରେ ସାର ର ଅଭାବ ବିକ୍ରି ଦେଖାଦେଉଛି।ଆଉ ଚାଷୀ ଛଡ଼ା ଦରରେ ସାର କିଣି କ୍ଷତି ସହୁଛନ୍ତି । ପ୍ରଶାସନ ଏବଂ ଦଲାଲ ର ମଧୁଚନ୍ଦ୍ରିକା ରେ ସାର ର କଳା ବଜାରୀ ହେଉଛି । ଆଉ ବଳି ପଡୁଛନ୍ତି ଚାଷି । ଏହାର ତଦନ୍ତ କରିବା ସଙ୍ଗେ ସଙ୍ଗେ ଚାଷୀ ଙ୍କୁ ଶୀଘ୍ର ଆବଶ୍ୟକୀୟ ମୁତାବକ ସାର ଯୋଗାଇଦେବା ନେଇ ଦାବି କରିଛନ୍ତି ବିଜେଡି ନେତ୍ରୀ ଇନ୍ଦିରା ନନ୍ଦ । ସେପଟେ ଘଟଣା ସମ୍ପର୍କ ରେ ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନିଆଯିବ ଏବଂ ଜିଲ୍ଲା ରେ ଆବଶ୍ୟକୀୟ ଅନୁଯାଇ ସାର ମହଜୁଦ ରହିଛି । ଆଉ ଚାଷୀ ଙ୍କୁ ଯୋଗାଇଦିଆଜିବ ବୋଲି କହିଛନ୍ତି ମୁଖ୍ୟ ଜିଲା କୃଷିଅଧିକାରୀ ।  ଜିଲ୍ଲା ପ୍ରଶାସନ ତରଫରୁ ସାର ର କଳା ବଜାରୀ ରୋକିବା ପାଇଁ କିପରି ଆଭିମୁଖ୍ୟ ଗ୍ରହଣ କରାଯାଉଛି ଆଉ କେବେ ଚାଷୀଙ୍କ ସାରଚିନ୍ତା ଦୂର ହେଉଛି ତାହା ଦେଖିବାକୁ ବାକିରହିଲା।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking