27.8 C
Bhubaneswar
Friday, April 19, 2024
Homeକରୋନା‘କୋଭିସିଲଡ’ର ୨ୟ ପର୍ଯ୍ୟାୟ ମାନବ ପରୀକ୍ଷଣ

‘କୋଭିସିଲଡ’ର ୨ୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ଟିକା କୋଭିସିଲଡର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ କରାଯାଇଛି । ପୁନେର ଭାରତୀ ବିଦ୍ୟାପୀଠ ମେଡିକାଲ କଲେଜରେ ଏହାର ହ୍ୟୁମାନ ଟ୍ରାଏଲ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଦୁଇ ଜଣ ପୁରୁଷ ଭଲ୍ୟୁଣ୍ଟିୟରଙ୍କ ଶରୀରରେ ଏହି ଟିକା ପରୀକ୍ଷଣ କରାଯାଇଥିବା ସୂଚନା ରହିଛି । ଟିକା ପରୀକ୍ଷଣ ପାଇଁ ମୋଟ ୫ ଜଣ ଭଲ୍ୟୁଣ୍ଟିୟର ପ୍ରସ୍ତୁତ ରହିଥିଲେ । ସେଥିରୁ ୩ ଜଣଙ୍କ ଆଣ୍ଟିବଡି ପଜିଟିଭ ରହିଥିବାରୁ ସେମାନେ ଅଯୋଗ୍ୟ ହୋଇଥିଲେ ଏଥିପାଇଁ । ଆଗାମୀ ୭ ଦିନ ମଧ୍ୟରେ ମୋଟ ୨୫ ଜଣଙ୍କ ଠାରେ ଏହା ପରୀକ୍ଷଣ କରାଯିବ ବୋଲି ବି.ବି ମେଡିକାଲ କଲେଜ ନିର୍ଦ୍ଦେଶିକା ଡା. ସଂଜୟ ଲାଲଓାନି ସୂଚନା ପ୍ରଦାନ କରିଛନ୍ତି । ଦେଶରେ ଏବେ କରୋନା ସଂକ୍ରାମିତଙ୍କ ସଂଖ୍ୟା ବଢୁଛି ।  ପ୍ରତିଦିନ ଏହି ସଂଖ୍ୟା ବଢୁଛି  ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking