40.1 C
Bhubaneswar
Saturday, April 27, 2024
Homeଓଡିଶାଶଙ୍ଖ ଧରିଲେ ମନ୍ମଥ ରାଉତରାୟ

ଶଙ୍ଖ ଧରିଲେ ମନ୍ମଥ ରାଉତରାୟ

ଭୁବନେଶ୍ୱର: ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ଦଳର ମିଶ୍ରଣ ପର୍ବ ଜାରି ରହିଛି । ଟିକେଟ୍‌ ପାଇବା ଆଶାରେ ହେଉ ଅବା ନମିଳିବା ଆଶାରେ ଦଳ ଡିଆଁ କରୁଛନ୍ତି ନେତା ଓ କର୍ମୀ । ସେପଟେ କଂଗ୍ରେସ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଶଙ୍ଖ ଧରିଲେ । ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ଆଜିବିଜୁ ଜନତା ଦଳରେ ମିଶିଛନ୍ତି । । ଆଜି ସେ ଭୁବନେଶ୍ବର ମାଉସୀମା ମନ୍ଦିରରୁ ନିଜର ସମର୍ଥକଙ୍କ ସହ ଏକ ବିଶାଳ ଶୋଭାଯାତ୍ରାରେ ଶଙ୍ଖ ଭବନ ଯାଇ ବିଜେଡିରେ ସାମିଲ ହୋଇଛନ୍ତି । । ତେବେ ମନ୍ମଥ ବିଜେଡି ଟିକେଟରେ ଜଟଣୀ ଆସନରୁ ଲଢିବା ନେଇ ଚର୍ଚ୍ଚା ହେଉଛି ।

ମନ୍ମଥ କେଉଁ ଦଳକୁ ଯିବେ, ତାକୁ ନେଇ ଦୀର୍ଘ ଦିନ ହେଲାଣି ଚର୍ଚ୍ଚା ଲାଗି ରହିଥିଲା । ଶେଷରେ ସେ ବିଜେଡିରେ ସାମିଲ ହୋଇଛନ୍ତି । । ମନ୍ମଥ ଦୀର୍ଘ ଦିନ ଧରି ଏୟାର ଇଣ୍ଡିଆ କ୍ୟାପଟେନ ରହିଥିଲେ । କିଛି ଦିନ ତଳେ ସେ କ୍ୟାପଟେନ ଚାକିରିରୁ ଅବସର ନେଇ ରାଜନୀତିରେ ଏଣ୍ଟ୍ରି କରିଥିଲେ । ଏହାପୂର୍ବରୁ ସୁର ରାଉତରାୟ ଏଥର ନିର୍ବାଚନ ଲଢିବେନି ବୋଲି ସ୍ପଷ୍ଟ କରିଥିଲେ । ସେତେବେଳେ ମନ୍ମଥ କଂଗ୍ରେସ ଟିକେଟରେ ବାପାଙ୍କ ସ୍ଥାନରେ ଜଟଣୀରୁ ନିର୍ବାଚନ ଲଢିବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ କଂଗ୍ରେସରୁ ନିର୍ବାଚନ ଲଢିବେନି ବୋଲି ସଫା ସଫା କହି ଦେଇଥିଲେ ମନ୍ମଥ । ପରେ ଦଳୀୟ ଶୃଙ୍ଖଳ ଭଙ୍ଗ ଅଭିଯୋଗରେ ତାଙ୍କୁ କଂଗ୍ରେସରୁ ନିଲମ୍ବନ ମଧ୍ୟ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking