28.9 C
Bhubaneswar
Sunday, May 5, 2024
Homeଦେଶ ବିଦେଶଗୁଳି କରି ଗର୍ଭବତୀଙ୍କୁ ହତ୍ୟା

ଗୁଳି କରି ଗର୍ଭବତୀଙ୍କୁ ହତ୍ୟା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଯୁବକ ନିଜର ଗର୍ଭବତୀ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିଦେଇଛି । ବଜାର ମଝିରେ ସ୍ୱାମୀ ନିଜ ସ୍ତ୍ରୀକୁ ଗୁଳି ମାରୁଥିବାର ଦେଖି ଜଣେ ଯୁବକ ବଞ୍ଚାଇବାକୁ ଯାଇ ସେ ମଧ୍ୟ ଗୁଳି ଖାଇଛନ୍ତି । ଘଟଣାସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ଘଟିଛି ଓ ଯେଉଁ ଯୁବକ ଜଣକ ବଞ୍ଚାଇବାକୁ ଆସିଥିଲେ ସେ ଗୁରୁତର ଅବସ୍ଥାରେ ଅଛନ୍ତି । ସ୍ୱାମୀ ନିଜ ସ୍ତ୍ରୀକୁ ଗୁଳି ମାରିବା ରେ ସେହି ସ୍ଥାନରେ ଛିଡା ହୋଇ ରହିଥିଲା ଓ ପୋଲିସ ଆସିବା ପରେ ସରେଣ୍ଡର କରିଥିଲା ।
ଏହି ଘଟଣାଟି ମଙ୍ଗଳବାର ଦିନ ସାଢେ୧୦ ଟା ବେଳକୁ ଘଟିଛି । ସ୍ୱାମୀ ନିଜର ୮ ମାସ ଗର୍ଭବତୀ ସ୍ତ୍ରୀକୁ ଗୁଳି କରି ହତ୍ୟା କରିଛି । ୋଲିସର କହିବା ଅନୁସାରେ ଆରୋୀ ମୌସିମ ଘଟଣାସ୍ଥଳରୁ ଫେରାର ହୋଇନଥିଲା ବରଂପୋଲିସ ପହଞ୍ଚିବା ପରେ ନିଜକୁ ସରେଣ୍ଡର କରିଥିଲା । ମୃତ ମହିଳାଙ୍କ ନାମ ସାୟିନା ଥିଲା । ସାୟିନା ୨ ଦିନ ପୁର୍ବରୁ ହିଁ ତିହାର ଜେଲରୁ ବେଲରେ ଆସିଥିଲା । ସେ ଏନଡିିଏସ ମାମଲାରେ ଜେଲରେ ଥିଲା ।

ସୂଚନାଅନୁସାରେ ୧ ବର୍ଷ ପର୍ବେ ସାୟିନାଙ୍କ ବିବାହ ମୌସିମ ସହିତ ହୋଇଥିଲା । ଏହାରେ ସାୟିନା ଏନଡିିଏସ ଆକ୍ଟ ଦ୍ୱାରା ଧରାପଡି ଜେଲ ଯାଇଥିଲା । ଏହରେ ମୌସିମଙ୍କ ସମ୍ପର୍କ ସାୟିନାଙ୍କ ବଡ ଭଉଣୀ ସହ ହୋଇଥିଲା ଓ ସେମାନେ ଦୁଇ ଜଣ ଏକାଠି ରହୁଥିଲେ ।
ବେଲରେ ଆସିବା ରେ ସ୍ୱାମୀ ସାୟିନାକୁ ଦେଖିବାକୁ ଯାଇନଥିଲା । ଓ ସାୟିନାକୁ ନିଜ ସ୍ୱାମୀ ଓ ବଡ ଭଉଣୀ ମଧଧ୍ୟରେ ଥିବର ସମ୍ପର୍କ ଜ ଜଣାପଡିବା ପରେ ସେମାନଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏହି ଝଗଡାକୁ କେନ୍ଦ୍ର କରି ସ୍ୱାମୀ ବଜାର ଉରେ ସାୟିନାକୁ ଗୁଳି କରିଦେଇଥିଲା । ଏହି ସମସ୍ତ ଘଟଣା ବଜାରରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୌସିମ ପାଖରୁ ପିସ୍ତଲ ଜବତ କରି ତାକୁ ଗିରଫ କରିଥିଲା ଓ ସାହାଯ୍ୟ କରି ଗୁରୁତର ହୋଇଥିବା ବ୍ୟକ୍ତିଙ୍କୁ ହସପିଟାଲ ପଠାଇଥିଲା ଓ ମୃତ ସାୟିନାର ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking