28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗପତ୍ନୀଙ୍କୁ ସନ୍ଦେହ କରି ହାତ ଓ ପାଦ କାଟିଲା ସ୍ୱାମୀ

ପତ୍ନୀଙ୍କୁ ସନ୍ଦେହ କରି ହାତ ଓ ପାଦ କାଟିଲା ସ୍ୱାମୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀର ହାତ ଓ ପାଦ କାଟି ଦେଇଥିବା ଜଣାପଡିଛି । ସେ ଏଥିପାଇଁ ଏମିତି କଲା କାରଣ ସେ ତା ସ୍ତ୍ରୀକୁ ସନ୍ଦେହ କରୁଥିଲା । ଆଉ କାହା ସହିତ ସଂପର୍କ ଥିବା ଭାବି ଏମିତି କରିଛି । ପୁଲିସ କହିବାନୁସାରେ, ଅଭିଯୁକ୍ତ ନିଜ ପୁଅ ସହ ଭୋପାଳର ପାରସ କଲୋନୀରେ ରହୁଥିଲା । ତାଙ୍କ ପତ୍ନୀ ଇନ୍ଦୋର ସ୍ଥିତ ଗୋଟିଏ ଫ୍ୟାକ୍ଟ୍ରିରେ ସୁପରଭାଇଜର ଭାବରେ କାମ କରନ୍ତି । ସେ ଇନ୍ଦୋରରେ ହିଁ ରୁହନ୍ତି ଏବଂ ସାପ୍ତାହିକ ଛୁଟିରେ ଘରକୁ ଆସନ୍ତି । ଘଟଣାଦିନ ସେ ଭୋପାଳ ଆସିଥିଲେ । ରାତି ପ୍ରାୟ ସାଢେ ୧୧ଟାରେ ଅଭିଯୁକ୍ତ ନିଶାସକ୍ତ ଅବସ୍ଥାରେ ଘରେ ପହଂଚିଥିଲା । ସେ ଏକ ମାରଣାସ୍ତ୍ର ଉଠାଇ ମହିଳାଙ୍କ ଡାହାଣ ହାତ ଓ ପାଦ ଉପରେ ଆକ୍ରମଣ କରିଥିଲା । ସେ ସେତେବେଳେ ଶୋଇଥିଲେ । ପରେ ତାଙ୍କ ଚିତ୍କାର ଶବ୍ଦ ଶୁଣି ପଡିଶା ଲୋକେ ପହଂଚିଥିଲେ । ଅଭିଯୁକ୍ତ କବଳରୁ ତାଙ୍କୁ ଉଦ୍ଧାର କରାଯାଇଥିଲା । ଅଭିଯୁକ୍ତ ଜଣକ ତାଙ୍କ ବେକ କାଟିବା ପାଇଁ ମଧ୍ୟ ପ୍ରୟାସ କରିଥିଲା । ଲୋକେ ଏହି ସୂଚନା ପୋଲିସକୁ ଦେବା ପରେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଂଚିଥିଲା । ପରେ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ପୋଲିସ ଅଭିଯୁକ୍ତ ବିରୋଧରେ ଏକ ହତ୍ୟା ମାମଲା ରୁଜୁ କରି ଗିରଫ କରିଛି । ଏହାସହିତ ତାଙ୍କ ଛୋଟ ପିଲାର କଷ୍ଟଡୀ ନିକଟ ସଂପର୍କୀୟଙ୍କୁ ହସ୍ତାନ୍ତର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking