30.1 C
Bhubaneswar
Wednesday, April 24, 2024
HomeUncategorizedବାବା କେଦାରନାଥ ଭକ୍ତଙ୍କ ପାଇଁ ଖୁସି ଖବର

ବାବା କେଦାରନାଥ ଭକ୍ତଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ହିମାଳୟ କ୍ଷେତ୍ରରେ ଥିବା ବିଶ୍ୱପ୍ରସିଦ୍ଧ ବାବା କେଦାରନାଥଙ୍କ ଦ୍ୱାର ଚଳିତ ବର୍ଷ ଶ୍ରଦ୍ଧାଳୁଙ୍କ ପାଇଁ ୧୭ ମେ ରୁ ସକାଳ ୫ଟାରୁ ଖୋଲିବ । ପବିତ୍ର ମହାଶିବରାତ୍ରି ଅବସରରେ କେଦାର ନାଥ ମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଗତବର୍ଷ ୧୬ ନଭେମ୍ବର କୋରନାଥ ମନ୍ଦିର ବନ୍ଦ ହୋଇଥିଲା । ଏହାପୂର୍ବରୁ ବସନ୍ତ ପଂଚମୀରେ ଅନ୍ୟ ଧାମ ବଦ୍ରୀନାଥ ଙ୍କ ଦ୍ୱାର ୧୮ ମେ ସକାଳ ୪ଟାରୁ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ବଦ୍ରିନାଥ ମନ୍ଦିର ୧୯ ନଭେମ୍ବରରେ ବନ୍ଦ ହୋଇଥିଲା । ୧୪ ମେ ରେ ଅକ୍ଷୟ ତୃତୀୟା ଅବସରରେ ଗଙ୍ଗୋତ୍ରୀ ଓ ୟମୁନେତ୍ରୀ ଧାମ ଖୋଲିବା ସହିତ ଚଳିତ ବର୍ଷକ ଚାରିଧାମ ଯାତ୍ରା ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking