28.1 C
Bhubaneswar
Saturday, April 27, 2024
Homeଓଡିଶାସ୍ଵାମୀ ବିବେକାନନ୍ଦ ଯୁବକ ସଂଘ ପକ୍ଷରୁ ସଚେତନତା ଶୋଭାଯାତ୍ରା

ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ ପକ୍ଷରୁ ସଚେତନତା ଶୋଭାଯାତ୍ରା

ମାଲକାନଗିରି : ସ୍ଵାମୀ ବିବେକାନନ୍ଦ ଯୁବକ ସଂଘ ପକ୍ଷରୁ ଆଜି ସ୍ଥାନୀୟ ଏମଭି 79 ଅଞ୍ଚଳରେରେ ସଡ଼କ ସୁରକ୍ଷା ଉପରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସଡ଼କସୁରକ୍ଷା ସପ୍ତାହ ମାସ ଜାରି ରହିଥିବା ଅବସରରରେ ସାଧାରଣତଃ ସାପ୍ତାହିକ ହାଟ ଦିନ ଅଧିକ ଦୁର୍ଘଟଣା ହୋଇଥାଏ ତେଣୁ ଆଜି ସାପ୍ତାହିକ ହାଟରେ ଆସିଥିବା ସମସ୍ତ ବାଇକ୍ ଆରୋହୀ ତଥା ଚାରି ଚକିଆ ଗାଡ଼ି ଚାଳକଙ୍କୁ ସଚେତନ କରିବା ସହ ଯେଉଁମାନେ ସଚେତନତାର ସହ ହେଲମେଟ ଓ ସିଡ୍ବେଲ୍ଟ ବାନ୍ଧିଛନ୍ତି ସେମାନଙ୍କୁ ହାତ ମିଳାଇ ଧନ୍ଯବାଦ୍ ଅର୍ପଣ କରିବା ସହ କରତାଳି ଦେଇ ଶୁଭେଚ୍ଛା ଦେଇଥିଲେ।

ଡ଼ାକ ବାଜି ସାହାଯ୍ୟରେ ଅଞ୍ଚଳରେ ସଚେତନତାର ପୋଷ୍ଟର ଧରି ଲୋକମାନଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଥିଲା। ଆଜିର ଏହି ସଚେତନତା ଶୋଭାଯାତ୍ରାରେ ସ୍ଵାମୀ ବିବେକାନନ୍ଦ ଯୁବକ ସଂଘର ଉପଦେଷ୍ଟା ଡ. ପ୍ରଶାନ୍ତ କୁମାର ପାଢ଼ି, ସ୍ଥାନୀୟ କଲେଜ ଅଧ୍ୟାପକ ଦୁଷ୍ମନ୍ତ କୁମାର ଦାସ, ସାଧାରଣ ସମ୍ପାଦକ ପ୍ରହଲ୍ଲାଦ ଦାସ, ସଂଘ ସଭାପତି ଜିତେନ୍ଦ୍ର ଷଡଙ୍ଗୀ, ସଂଘର କୋଷାଧ୍ୟକ୍ଷ ରିକି ବାରିକ, ସଂଘର ନିର୍ବାହୀ ତଥା ସଂଘର କାର୍ଯ୍ୟକାରୀ ସଦସ୍ୟ – ଚିରଞ୍ଜିତ ବାଲା, ଅଜିତ ବର୍ମନ, ସଂଜୀବ ହାଲଦାର, ରାକେଶ ମଣ୍ଡଳ, ସତ୍ୟଜିତ ରାୟ, ସମୀର ସରକାର, ସନ୍ଦୀପ ହାଲଦାର,ଆଦି ପ୍ରମୁଖ ଲୋକ ମାନଙ୍କୁ ସଚେତନ କରିବା ସହ ଆଜିର ଏହି ସଚତେନତା ଶୋଭାଯାତ୍ରାର ଆୟୋଜନ କରିଥିଲେ। ଏଥିରେ ଏମଭି 79 ପୋଲିସ ମଧ୍ୟ ସ୍ଥାନୀୟ ଜନସାଧାରଣ ମଧ୍ୟ ସାହାଯ୍ୟ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking