31.1 C
Bhubaneswar
Wednesday, May 8, 2024
Homeବ୍ରେକୀଙ୍ଗସକାଳ ୬ରୁ ଅପରାହ୍ଣ ୧ଟାଏ ଯାଏଁ ଘରୋଇ ବସ୍ ଚଳାଚଳ ବନ୍ଦ

ସକାଳ ୬ରୁ ଅପରାହ୍ଣ ୧ଟାଏ ଯାଏଁ ଘରୋଇ ବସ୍ ଚଳାଚଳ ବନ୍ଦ

ଭୁବନେଶ୍ୱର : କଂଗ୍ରେସର ବନ୍ଦ ଡ଼ାକରାକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପି ଆସନ୍ତାକାଲି ସକାଳ ୬ରୁ ଅପରାହ୍ନ ୧ଟାଏ ଯାଏଁ ଘରୋଇ ବସ୍ ଚଳାଚଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଦିନ ୧ଟାଏ ପରେ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ସ୍ୱଭାବିକ୍ ହେବ । ବସ୍ ଓ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବସ୍ ମାଲିକ ସଂଘ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ଘରୋଇ ବସ୍ ମାଲିକ ସଂଘର କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି । ଜନସାଧାରଣଙ୍କ ଦୃଷ୍ଟିରେ ରଖି କଂଗ୍ରେସର ଓଡ଼ିଶା ବନ୍ଦ ସମୟରେ ଘରୋଇ ବସ୍ ଗୁଡ଼ିକ ସକାଳ ୬ରୁ ଅପରାହ୍ନ ୧ଟାଏ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଓଡ଼ିଶା ବନ୍ଦ ଡାକରା ଦେଇଛି। କାଲି ସକାଳ ୭ଟାରୁ ଦିନ ୧ଟା ଯାଏଁ ଏହି ବନ୍ଦ ପାଳନ ହେବ। ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ ଏହି ବନ୍ଦ ପାଳନ କରିବ ବୋଲି ପୂର୍ବରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇସାରିଛନ୍ତି। ତେବେ ଏହି ସମୟରେ ଔଷଧ ଦୋକାନ ଓ ଜରୁରୀକାଳୀନ ସେବାକୁ ବାଦ୍ ଦିଆଯାଇଛି। ବନ୍ଦ ପାଳନ ସମୟରେ ବାହାଘର ଗାଡ଼ି ଓ ଅନ୍ତିମ ସଂସ୍କାର ପାଇଁ ଯାଉଥିବା ଗାଡ଼ିକୁ ମଧ୍ୟ ଅଟକାଯିବନି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking