28.1 C
Bhubaneswar
Sunday, April 28, 2024
Homeଓଡିଶାମୃତ କରୋନା ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ଲକ୍ଷ

ମୃତ କରୋନା ଯୋଦ୍ଧାଙ୍କ ପରିବାରକୁ ମିଳିଲା ୫୦ଲକ୍ଷ

ମାଲକାନଗିର : ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ୍ ବିଜାପଦରରେ କାର୍ଯ୍ୟରତ ସମୟରେ କରୋନାରେ ମୃତ୍ୟୁବରଣ କରିଥିବା ଫର୍ମାସିଷ୍ଟ ୱାଇ. ରାଜକୁମାରଙ୍କ ପରିବାରବର୍ଗଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ସ୍ୱର୍ଗତଃ ରାଜକୁମାର ଅଗଷ୍ଟ ୨୯ ତାରିଖରେ କୋଭିଡ ରୋଗୀଙ୍କୁ ଚିକିତ୍ସା କରୁଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଥିଲେ । ପରେ ଚିକିତ୍ସାଧିନ ଅବସ୍ଥାରେ ଗତ ସେପ୍ଟେମ୍ବର ମାସ ୨୦ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

ସରକାରଙ୍କ ଘୋଷଣା ମୁତାବକ ମୂଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତାଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର ସହାୟତା ବୀମା ରାଶି ପରିବାର ବର୍ଗଙ୍କ ଉପସ୍ଥିତିରେ ତାଙ୍କ ପତ୍ନୀ ୱାଇ.ପ୍ରେମଲତାଙ୍କୁ  ଜିଲ୍ଲାପାଳ ଡ. ୱାଇ. ବିଜୟ ପ୍ରଦାନ କରିଛନ୍ତି । ସ୍ୱର୍ଗତଃ ରାଜକୁମାରଙ୍କ ପରିବାରରେ ତାଙ୍କ ପତ୍ନୀଙ୍କ ସହ ୨ ଜଣ କନ୍ୟା ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୩ଜଣ କରୋନା ଯୋଦ୍ଧା ମୃତ୍ୟୁବରଣ କରିଛନ୍ତି । ମୃତ ଗୃହରକ୍ଷୀ ରନ ହନ୍ତାଳଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ବୀମା ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ମ୍ୟାଲେରିଆ ସ୍ୱାସ୍ଥ୍ୟକର୍ମୀ ମନୋଜ ପାଣ୍ଡେଙ୍କ ପରିବାରକୁ ଅନୁଦାନ ରାଶି ପ୍ରଦାନ ପାଇଁ ସରକାରଙ୍କୁ ପ୍ରସ୍ତାବ ପଠାଯାଇଥିବା ଏକ ପ୍ରେସ୍ ବିବୃତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ  ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking