29.1 C
Bhubaneswar
Saturday, April 27, 2024
Homeଓଡିଶାପୁଣି ଭାରରେ ବୁହା ହେଲେ ପ୍ରସୂତି

ପୁଣି ଭାରରେ ବୁହା ହେଲେ ପ୍ରସୂତି

ମାଲକାନଗିରି : ପୁଣି ଭାରରେ ବୁହା ହେଲେ ପ୍ରସୂତି। ଏପରି ଅଭାବନୀୟ ଦୃଶ୍ୟ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନିଳାକାମ୍ବେରୁ ପଞ୍ଚାୟତର ଦୁର୍ଗମ ଅଂଚଳରେ ଥିବା ପାଡାଲପୁଟ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମର ଦେବକୀ ମୁଦୁଲି(୨୭)ଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ସଂଗେସଂଗେ ଭାର ଯୋଗେ ତାର ସ୍ୱାମୀ ଧନ ମୁଦୁଲି ଏବଂ ପରିବାର ବର୍ଗଙ୍କ ସହ କିଛି ଗ୍ରାମବାସୀ ବୋହି ଆଣୁଥିଲେ। ଦୀର୍ଘ ୬ କିଲୋମିଟର ପାହାଡ଼ ଉପରୁ ବୋହି ଆଣୁଥିବା ବେଳେ ବାଟରେ ହିଁ ଦେବକୀଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା। ପରେ ଖବର ପାଇ ପାହାଡ଼ ତଳେ ଆସି ୧୦୮ ଆମ୍ବୁଲାନ୍ସ ଏବଂ ଆଶା ଦିଦି ଆସି ଅପେକ୍ଷା କରିଥିଲେ ଏବଂ ସେଠାରୁ ତାଙ୍କୁ ବାଲିମେଳା ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ତେବେ ଗ୍ରାମକୁ ରାସ୍ତା ନଥିବାରୁ ଏପରି ସମସ୍ୟା ବାରମ୍ବାର ଉପୁଜିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ତୁରନ୍ତ ରାସ୍ତା କାମ ସାରିବାକୁ ଦାବି କରୁଛନ୍ତି ଗ୍ରାମବାସୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking