26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଏକତା ହିଁ ବଳ : ପ୍ରମାଣିତ ଗୋପାଳ ପ୍ରସାଦ ଗାଁ ଲୋକେ

ଏକତା ହିଁ ବଳ : ପ୍ରମାଣିତ ଗୋପାଳ ପ୍ରସାଦ ଗାଁ ଲୋକେ

ନୟାଗଡ : ମନୋବଳ ଓ ଇଚ୍ଛାଶକ୍ତି ଥିଲେ ସବୁ ସମ୍ଭବ ଓ ଏକତା ହିଁ ବଳ। ଏହାକୁ ପ୍ରମାଣିତ କରି ଦେଖାଇଛନ୍ତୀ ନୟାଗଡ ଜିଲ୍ଲା ଭାପୁର ବ୍କକ ଅନ୍ତର୍ଗତ ବଡସହରା ଗ୍ରାମପଞ୍ଚାୟତ ଗୋପାଳପ୍ରସାଦ ଗ୍ରାମରେ। ଗ୍ରାମରେ ଥିବା ଗୋବର୍ଦ୍ଧନ ପାହାଡକୁ ସମତୁଲ କରି ୧ ବର୍ଷ ମଧ୍ୟରେ ପ୍ରସ୍ତୁତ କରିଛନ୍ତି ଏକ ସୁନ୍ଦର ମନ୍ଦିର ।ପ୍ରାକୃତିକ ସୈ।ନ୍ଦର୍ଯ୍ୟ ଭରା ନୟାଗଡ ଜିଲ୍ଲା। ପ୍ରକୃତି ରାଣୀ ସତେ ଯେମିତି ତାର ଅନୁରୂପ ସୈ।ନ୍ଦର୍ଯ୍ୟ ଛାଡି ଦେଇଛି।ଏହି ଗୋପାଳପ୍ରସାଦ ରାଧାକୃଷ୍ଣ ମନ୍ଦିରକୁ ଦେଖିଲେ ମନ ମୋହିନିଏ। ଦୁଇ ବର୍ଷ ତଳେ ଗ୍ରାମବାସୀମାନେ ଏକଜୁଟ ହୋଇ ରାଧାକୃଷ୍ଣ ମନ୍ଦିର ତୋଳିବା ପାଇଁ ଚିନ୍ତା କରିଥିଲେ।ପୂର୍ବରୁ ଏହି ଗିରି ଗୋବର୍ଦ୍ଧନ ପାହାଡରୁ ପଥର ନେଇ ଘର କାମ କରୁଥିଲେ।ଏହି ପାହଡରେ ପୂର୍ବରୁ ବାଘ ରହୁଥିଲେ ବୋଲି ଗ୍ରାମବାସୀ ମାନେ କହିଛନ୍ତି।କାରୁକାର୍ଯ୍ୟ ସହିତ ମନ୍ଦିରର ସାଜସଜ୍ଜା ଦେଖିଲେ ସେଠାରୁ ଆସିବାକୁ ଇଚ୍ଛା ହୁଏନାହିଁ। ମନ୍ଦିର ତୋଳିବା ରେ ନା ଅଛି ସରକାରୀ ସହାୟତା ନା ଅଛି ରାଜନୈତିକ ପୋଷ୍ୟ ପୋଷକତା।ଗ୍ରାମବାସୀଙ୍କୁ ଏଥିପାଇଁ କୋର୍ଟ ଯିବା ସହିତ ଜେଲ ଯିବାକୁ ପଡିଛି। ରାଧାକୃଷ୍ଣ ମନ୍ଦିର ଦେଖିବା ପାଇଁ ପ୍ରତ୍ୟେକ ଦିନ କାହୁଁ କେତେ ଦୂରରୁ ପର୍ଯ୍ୟଟନ ମାନଙ୍କ ଭିଡ ଜମୁଛି।କୈଣସି ମିଳିନାହିଁ ସରକାରୀ ସହାୟତା, ଯଦି ସରକାରଙ୍କ ଠାରୁ କିଛି ଅନୁଦାନ ମିଳେ ସେ ମନ୍ଦିରର ଉନ୍ନତି ହେବା ସହ ପର୍ଯ୍ୟଟନଙ୍କ ସୁଆ ଛୁଟନ୍ତା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking