28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗମାମଲା ପରେ ବଦଳିଲେ ମାଲକାନଗିରି ଜିଲ୍ଲାପାଳ

ମାମଲା ପରେ ବଦଳିଲେ ମାଲକାନଗିରି ଜିଲ୍ଲାପାଳ


ଭୁବନେଶ୍ୱର : ବଦଳିଲେ ମାଲକାନଗିରି ଜିଲ୍ଲାପାଳ । ୱାଇ ବିଜୟ ହେଲେ ମାଲକାନଗିରି ଜିଲ୍ଲାପାଳ । ମାଲକାନଗିରି ଜିଲ୍ଲାପାଳ ଥିବା ମନିଷ ଅଗ୍ରୱାଲଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ ଭାବେ ନିଯୁକ୍ତ କରାଯାଇଛି । ଏହି ପଦବୀରେ ୱାଇ ବିଜୟ ଥିଲେ । ମାଲକାନଗିରି ଜିଲ୍ଲାପାଳ ଥିବା ମନୀଷ ଅଗ୍ରୱାଲଙ୍କ ବିରୋଧରେ ତାଙ୍କ ପିଏଙ୍କ ଆତ୍ମହତ୍ୟା ଘଟଣା ନେଇ ପୁଲିସ ଫୌଜଦାରୀ ମାମଲା ରୁଜୁ କରିଛି । ପୁଲିସ ପକ୍ଷରୁ ମାମଲା ହେଲା ପରେ ସରକାର ତାଙ୍କୁ ବଦଳାଇଛନ୍ତି ।
ଜିଲ୍ଲାପାଳ ମନୀଷ ଅଗ୍ରୱାଲ ନାଁରେ ହତ୍ୟା ମାମଲା ରହିଥିଲା। ଜିଲ୍ଲାପାଳଙ୍କ ସମେତ ୪ ଜଣ ଅନ୍ୟ ସହକର୍ମୀଙ୍କ ବିରୁଦ୍ଧରେ ମଧ୍ୟ ଏହି ମାମଲା ରୁଜୁ ହୋଇଛି । ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ ଦେହ ସତୀଗୁଡ଼ା ଜଳଭଣ୍ଡାରରୁ ମିଳିଥିଲା । ଏନେଇ ହତ୍ୟା ସନ୍ଦେହରେ ପରିବାରବର୍ଗ ଅଦାଲତକୁ ଯାଇଥିଲେ । ତେବେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ପୋଲିସ ମାମଲା ରୁଜୁ କରିଥିଲ । ଜିଲ୍ଲାପାଳଙ୍କ ନାଁରେ ଆଇପିସି ଧାରା ୩୦୨, ୧୨୦ (ବି),୫୦୬ ଅନ୍ତର୍ଗତ ମାମଲାରେ ତଦନ୍ତ ଚାଲୁରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking