37.2 C
Bhubaneswar
Friday, April 19, 2024
Homeଓଡିଶାମାଗଣା ଜଳଖିଆ ବିତରଣ କାର୍ଯ୍ୟକ୍ରମ ଉଦଘାଟନ

ମାଗଣା ଜଳଖିଆ ବିତରଣ କାର୍ଯ୍ୟକ୍ରମ ଉଦଘାଟନ

ନୟାଗଡ : ନୟାଗଡ କ୍ଲବ ତରଫରୁ ସବୁ ସଂକ୍ରାନ୍ତିରେ ମାଗଣା ଜଳଖିଆ ବିତରଣ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି । ନୟାଗଡ ମୁଖ୍ୟ ଦପ୍ତର ହୋଇଥିବା ବେଳେ ବିଭିନ ଅଫିସ ଓ ଡାକ୍ତରଖାନାକୁ ପ୍ରାୟ ବିଭିନ୍ନବର୍ଗର ଜନସାଧାରଣଙ୍କ ଯିବା ଆସିବାକୁ ଲକ୍ଷ୍ୟ କରି ପ୍ରତି ସଂକ୍ରାନ୍ତିରେ ଗରିବମାନଙ୍କ ପାଇଁ ଜଳଖିଆ ବିତରଣ କାର୍ଯ୍ୟକ୍ରମର ବ୍ୟବସ୍ଥା କରିବା ଚିତ୍ର ଦେଖାଯାଇଛି । ନୟାଗଡ କ୍ଳବର ସଦସ୍ୟ ମାନଙ୍କ ଦ୍ୱାରା, ନୟାଗଡ ସହରରେ ଥିବା ଆହାର କେନ୍ଦ୍ର ଠାରେ ପୌରପରିଷଦର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ମହୋଦୟ ଯୋଗଦାନ ଦେଇ ନୟାଗଡ କ୍ଳବ ଦ୍ୱାରା ପରିଚାଳିତ ମାଗଣା ଜଳଖିଆ ଯୋଗାଣ କାର୍ଯ୍ୟକ୍ରମକୁ କରକମଳରେ ଉଦଘାଟନ କରି ଜଳଖିଆ ବିତରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ନୟାଗଡ କ୍ଳବର ସଭାପତି ପ୍ରମୋଦ ପଟ୍ଟନାୟକ, ଉପସଭାପତି, ଅରୁଣ କୁମାର ମହାନ୍ତି, ସମ୍ପାଦକ, ମିହିର ରଞ୍ଜନ ନାୟକ, କୋଷାଧକ୍ଷ, ଶ୍ରୀଧରସାହୁ, ସନ୍ତୋଷ ନାୟକ, ହିମାଂଶୁ ପଟ୍ଟନାୟକ, ଧୀରେନ୍ଦ୍ର ପଟ୍ଟନାୟକ, ପ୍ରସନ ବସ୍ତିଆ, ଓ ଅବିନାଶ ସାହୁ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking