32.1 C
Bhubaneswar
Friday, April 26, 2024
Homeଖେଳମାଲେସିଆ ଓପନ୍‌: ପ୍ରଥମ ରାଉଣ୍ଡ୍‌ରୁ ସାଇନା ବିଦା : ଦ୍ୱିତୀୟ ରାଉଣ୍ଡ୍‌ରେ ସିନ୍ଧୁ, କଶ୍ୟପ

ମାଲେସିଆ ଓପନ୍‌: ପ୍ରଥମ ରାଉଣ୍ଡ୍‌ରୁ ସାଇନା ବିଦା : ଦ୍ୱିତୀୟ ରାଉଣ୍ଡ୍‌ରେ ସିନ୍ଧୁ, କଶ୍ୟପ

କ୍ୱାଲାଲାମ୍ପୁର: ଭାରତର ଶୀର୍ଷ ମହିଳା ଶଟ୍‌ଲର୍ ପିଭି ସିନ୍ଧୁ ଏଠାରେ ଚାଲିଥିବା ମାଲେସିଆ ଓପନ୍ ସୁପର୍ ୭୫୦ ବ୍ୟାଡ୍‌ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍‌ର ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିବା ବେଳେ ଅନ୍ୟତମ ମହିଳା ଖେଳାଳି ସାଇନା ନେହ୍ୱାଲ୍ ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଛନ୍ତି । ପୂର୍ବତନ ବିଶ୍ୱ ଚାମ୍ପିଅନ୍ ସିନ୍ଧୁ ବୁଧବାର ମହିଳା ସିଙ୍ଗଲ୍ସର ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ସୁନ୍ଦର ପ୍ରଦର୍ଶନ କରି ବିଶ୍ୱ ନଂ ୧୦ ଥାଇଲାଣ୍ଡର ପର୍ନପାଇ ଚୋଚୁୱଙ୍ଗ୍‌ଙ୍କୁ ୨୧-୧୩, ୨୧-୧୭ରେ ହରାଇଥିଲେ । ମାତ୍ର ଲଣ୍ଡନ ଅଲିମ୍ପିକ୍ ବ୍ରୋଞ୍ଜ୍ ମେଡାଲିଷ୍ଟ ସାଇନା ସଂଘର୍ଷ କରି ଆମେରିକାର ଇରିସ୍ ୱାଙ୍ଗ୍‌ଙ୍କଠାରୁ ୧୧-୨୧, ୧୭-୨୧ରେ ୩୭ ମିନିଟ୍ ମଧ୍ୟରେ ପରାଜିତ ହୋଇଛନ୍ତି ।

ସେହିପରି ଆହତ ସମସ୍ୟାରୁ ମୁକୁଳି ପ୍ରତ୍ୟାବର୍ତ୍ତନ କରିଥିବା ପୂର୍ବତନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିଅନ୍ ପାରୁପଲ୍ଲୀ କଶ୍ୟମ ମଧ୍ୟ ପୁରୁଷ ସିଙ୍ଗଲ୍ସର ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି । ସେ କୋରିଆର ହେଓ କ୍ୱାଙ୍ଗ୍ ହିଙ୍କୁ ୨୧-୧୨, ୨୧-୧୭ ସିଧା ଗେମ୍‌ରେ ହରାଇ ଦେଇଛନ୍ତି । ସପ୍ତମ ସିଡ୍ ସିନ୍ଧୁ ଦ୍ୱିତୀୟ ରାଉଣ୍ଡ୍‌ରେ ଥାଇଲାଣ୍ଡ୍‌ର ୨୧ ବର୍ଷୀୟ ଫିଟ୍ଟାୟାପୋର୍ନ ଚାଇୱାନ୍‌ଙ୍କୁ ଭେଟିବେ । ଚାଇୱାନ୍ ଜୁନିୟର୍ ର‌୍ୟାଙ୍କିଙ୍ଗ୍‌ରେ ବିଶ୍ୱର ଏକ ନମ୍ବର ଖେଳାଳି ହୋଇଥିବା ବେଳେ ବ୍ୟାଙ୍କକ୍‌ରେ ଉବର୍ କପ୍ ବ୍ରୋଞ୍ଜ୍ ମେଡାଲ୍ ବିଜୟୀ ଥାଇଲାଣ୍ଡ୍ ଟିମ୍‌ର ସଦସ୍ୟ ମଧ୍ୟ ଥିଲେ । ବିଶ୍ୱର ନଂ ୩୯ କଶ୍ୟପ ପରବର୍ତ୍ତୀ ମ୍ୟାଚ୍‌ରେ ଥାଇଲାଣ୍ଡ୍‌ର କୁନ୍‌ଲାଭତ୍ ଭିତିଦ୍‌ସର୍ନଙ୍କୁ ଭେଟିବେ । ଭିତିଦ୍‌ସର୍ନ ମାର୍ଚ୍ଚରେ ଜର୍ମାନ୍ ଓପନ୍ ସୁପର୍ ୩୦୦ ଟାଇଟଲ୍ ଜିତିଥିଲେ । ବୁଧବାର ଖେଳାଯାଇଥିବା ମିକ୍ସଡ୍ ଡବଲ୍ସ ଇଭେଣ୍ଟ୍‌ରେ ଭାରତର ବି ସୁମିତ୍ ରେଡ୍ଡୀ ଏବଂ ଅଶ୍ୱିନୀ ପୋନ୍ନାପ୍ପାଙ୍କ ଯୋଡ଼ି ବିଶ୍ୱର ୨୧ ନମ୍ବର ଯୋଡ଼ି ନେଦରଲାଣ୍ଡ୍‌ସର ରବିନ୍ ଟାବେଲିନ୍ ଏବଂ ସେଲେନା ପିଏକ୍‌ଙ୍କ ଯୋଡ଼ିଠାରୁ ପରାଜିତ ହୋଇଛନ୍ତି । ୫୨ ମିନିଟ୍‌ର ମ୍ୟାଚ୍‌ରେ ଭରତୀୟ ଯୋଡ଼ି ୧୫-୨୧, ୨୧-୧୯, ୧୭-୨୧ରେ ପରାଜିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking