30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଅଟୋ ଉପରେ ଖସି ପଡ଼ିଲା ବିଦ୍ୟୁତ ତାର : ଜୀବନ୍ତ ଜଳିଗଲେ ୮ଚାଷୀ

ଅଟୋ ଉପରେ ଖସି ପଡ଼ିଲା ବିଦ୍ୟୁତ ତାର : ଜୀବନ୍ତ ଜଳିଗଲେ ୮ଚାଷୀ

ଆନ୍ଧ୍ରପ୍ରଦେଶ : ଅକାଳରେ ଝଡ଼ିଗଲା ୮ ଜୀବନ । ଆନ୍ଧ୍ରପ୍ରଦେଶ ସତ୍ୟସାଇ ଜିଲ୍ଲା ଚିରଲାକଣ୍ଡାୟା ଗାଁରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ଚଳନ୍ତା ଅଟୋ । ଫଳରେ ଚଳନ୍ତା ଅଟୋ ଭିତରେ ଥିବା ୮ ଜଣ ଜୀବନ୍ତ ଜଳି ଯାଇଛନ୍ତି । ସକାଳେ କିଛି ଲୋକ ଚାଷ କାମ କରିବା ଲାଗି ଗୋଟିଏ ଅଟୋରେ ଯାଉଥିଲେ ।

ତାଡ଼ିମାରି ପଞ୍ଚାୟତର ଚିରଲାକଣ୍ଡାୟା ପାଖରେ ଅଟୋ ଉପରେ ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ ତାର ଖସି ପଡ଼ିଥିଲା । ଚଳନ୍ତା ଅବସ୍ଥାରେ ହିଁ ଅଟୋଟି ହଠାତ ଜଳି ଯାଇଥିଲା । ଫଳରେ ଅଟୋରେ ଥିବା ଶ୍ରମିକମାନେ ହଠାତ୍‌ ବାହାରି ନ ପାରି ଜଳି ଯାଇଥିଲେ । ପ୍ରାଣ ହରାଇଥିବା ଶ୍ରମିକମାନେ ଗୁଣ୍ଡମପଲ୍ଲୀ ଗାଁର ଓ ସମସ୍ତେ ଚାଷ କାମ କରନ୍ତି ବୋଲି ଜଣାପଡ଼ିଛି । ଆଖି ସାମନାରେ ଘଟମା ଘଟିଥିଲେ ବି ବିଦ୍ୟୁତ ତାର ଲାଗିଥିବାରୁ କେହି ବଞ୍ଚାଇ ପାରିନଥିଲେ । ସୂଚନା ପାଇ ପୋଲିସ ଓ ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking