31.1 C
Bhubaneswar
Tuesday, April 30, 2024
Homeଓଡିଶାଛତୁରେ ତିଆରି କରନ୍ତୁ ସୁଆଦିଆ ଖାଦ୍ୟ

ଛତୁରେ ତିଆରି କରନ୍ତୁ ସୁଆଦିଆ ଖାଦ୍ୟ

ଭୁବନେଶ୍ୱର : ପ୍ରଥମେ ଛତୁକୁ ଛୋଟ ଛୋଟ କାଟି ତାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ପରେ ତାକୁ ପାଣିରେ ସିଝାଇ ଦିଅନ୍ତୁ। ଏହା ସିଝି ଗଲା ପରେ ତାକୁ  ଥଣ୍ଡା ହେବା ପାଇଁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହା ଥଣ୍ଡା ହୋଇଗଲା ପରେ  ସେଥିରେ ବେସନ, ମସଲା ଗୁଣ୍ଡ, ରସୁଣ କଟା, ପୋସ୍ତ ବଟା, ଜିରା ବଟା, କଟା ପିଆଜ, କଟା ଅଦା, କଞ୍ଚା ଲଙ୍କା, ସ୍ୱାଦ ଅନୁସାରେ ଲୁଣ, ସିଝା ଆଳୁ ଓ ତେଲ ପକାଇ ଭଲ ଭାବେ ଚକଡି ଦିଅନ୍ତୁ।
ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ପେଷ୍ଟରୁ ବରା ଆକାରରେ ଗଢନ୍ତୁ। ପରେ ତାକୁ  ତେଲରେ ଛାଣନ୍ତୁ। ବରାର ଦୁଇ ପାଖ ହୋଇଗଲା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ଗରମ ଗରମ ଛତୁ ପୋସ୍ତ ବରା। ଏଥର ପ୍ଲେଟ କୁ କାଢି ସସ୍ ସହିତ ଖାଇବାର ମଜା ନିୟନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking