30.1 C
Bhubaneswar
Wednesday, May 1, 2024
Homeଓଡିଶାପୁଣି ବିଜେଡିର ଫେରାଦ, ସିଇଓଙ୍କୁ କଲା ଏହି ଅଭିଯୋଗ

ପୁଣି ବିଜେଡିର ଫେରାଦ, ସିଇଓଙ୍କୁ କଲା ଏହି ଅଭିଯୋଗ

ଭୁବନେଶ୍ୱର : ମୁଖ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି । ବିଜେପି ନେତାଙ୍କ ବିରୋଧରେ ଫେରାଦ ହୋଇଛି ବିଜେଡି । ବିଜେପିର ପ୍ରାର୍ଥୀମାନେ ନିର୍ବାଚନ ଆଚରଣ ବିଧିଙ୍କୁ ଉଲଙ୍ଘନ କରୁଥ‌ିବା ଅଭିଯୋଗ କରିଛନ୍ତି । ବିଜେପି ଛୋଟ ପିଲାଙ୍କୁ ପ୍ରଚାରରେ ବ୍ୟବହାର କରୁଥିବା କହିଛି ବିଜେଡି । ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର ସମୟରେ ଛୋଟ ପିଲାଙ୍କୁ ବ୍ୟବହାର କରିଥିବାର ଉଦାହରଣ ଦେଇଛି ବିଜେଡି । ବିଜେପି ନେତାମାନେ ନିର୍ବାଚନ ଆଚରଣ ବିଧୂ ଉଲଙ୍ଘନ କରୁଥିବାବେଳେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି ବିଜେଡି । କିଛି ଦିନ ତଳେ ଭୁବନେଶ୍ବର ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ରାଲିରେ ପିଲାମାନଙ୍କୁ ବ୍ୟବହାର କରିଥିଲେ। ସେହିପରି ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଘଣ୍ଟା ବଣ୍ଟନ କରୁଛନ୍ତି। ବ୍ରହ୍ମପୁର ବିଜ ପ୍ରଶାନ୍ତ ଜଗଦେବ ପୋଲିସ ଓ ଆଶା କର୍ମୀଙ୍କୁ ଧମକାଉଛନ୍ତି। ଏବେ ବିଜେପି କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଗରଦପୁର ବ୍ଲକ ଟିକାନପୁର ପଂଚାୟତରେ ଗତ ଏପ୍ରିଲ ୧୪ ତାରିଖରେ ପିଲାମାନଙ୍କୁ ନେଇ ରାଲି କରିଥିଲେବୋଲି ବିଜେଡି ଅଭିଯୋଗ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking