30.1 C
Bhubaneswar
Saturday, May 4, 2024
Homeଓଡିଶାଭୌତିକ କାଣ୍ଡ! ଚାହୁଁଚାହୁଁ ଜଳିଯାଉଛି ଆସବାବପତ୍ର

ଭୌତିକ କାଣ୍ଡ! ଚାହୁଁଚାହୁଁ ଜଳିଯାଉଛି ଆସବାବପତ୍ର

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍‌ର ସମସରପୁର ଗ୍ରାମରେ ଭୌତିକ କାଣ୍ଡ ଘଟୁଛି! ଗ୍ରାମରେ ଲୋକଙ୍କ ଘରର ଆସବାବପତ୍ର ଚାହୁଁଚାହୁଁ ଜଳିଯାଉଛି । ଏହି ଘଟଣା ଏବେ ଗ୍ରାମରେ ଆତଙ୍କ ସୃଷ୍ଟି କରିଛି । ସମସରପୁର ପଞ୍ଚାୟତ ସମରପୁର ଗ୍ରାମର ସ୍ୱର୍ଗତ ବେଣୁଧର ମହାନ୍ତିଙ୍କ ପତ୍ନୀ ଶାନ୍ତିଲତା ମହାନ୍ତିଙ୍କ ଘରେ ଗତ ୨୬ ତାରିଖଠାରୁ ଆଜକୁ ୬ ଦିନ ଧରି ଦିନକୁ ଥରେ କିମ୍ବା ଦୁଇ ଥର ଅଚାନକ ଘରର ଆସବାବପତ୍ର ଜଳିଯାଉଛି । ଏପରିକି ଖଟ ଉପରେ ପଡ଼ିଥିବା ବେଡ୍‌ସିଟ୍‌, ଲୁଗାପଟା ଓ ଅନ୍ୟାନ୍ୟ ଜିନିଷପତ୍ରରେ ଦିନ ଓ ରାତି ସମୟରେ ହଠାତ୍ ନିଆଁ ଲାଗି ଯାଉଥିବା ଦେଖିବାକୁ ମିଳିଛି । ଏଭଳି ଭୌତିକ କାଣ୍ଡରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି । ଏପରିକି ପିନ୍ଧିଥିବା ଲୁଗାରେ ନିଆଁ ଲାଗିଯିବା ଫଳରେ ଘର ଲୋକମାନଙ୍କର ଜୀବନ ପ୍ରତି ବିପଦ ଦେଖା ଦେଇଥିବା ଶାନ୍ତିଲତା ମହାନ୍ତି କହିଛନ୍ତି । ତାଙ୍କ ପରିବାରକୁ ଏଭଳି ଭୌତିକ କାଣ୍ଡରୁ ରକ୍ଷା ପାଇବା ପାଇଁ ପ୍ରଶାସନ ନିକଟରେ ସେ ଆକୁଳ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking