27.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଭାରତ-ଚୀନ୍ ୧୨ତମ କମାଣ୍ଡରସ୍ତରୀୟ ବୈଠକ ଶେଷ

ଭାରତ-ଚୀନ୍ ୧୨ତମ କମାଣ୍ଡରସ୍ତରୀୟ ବୈଠକ ଶେଷ

ନୂଆଦିଲ୍ଲୀ: ପୂର୍ବ ଲଦାଖ୍‌ର କେତେକ ସ୍ଥାନରେ ମୁହଁମୁହିଁ ଅବସ୍ଥାରେ ଥିବା ଉଭୟ ଦେଶର ସୈନ୍ୟବାହିନୀକୁ ପ୍ରତ୍ୟାହାର ଉଦ୍ଦେଶ୍ୟରେ ଭାରତ ଓ ଚୀନ୍ ମଧ୍ୟରେ ଅନୁଷ୍ଠିତ ୧୨ତମ କୋର୍ କମାଣ୍ଡର ସ୍ତରର ଆଲୋଚନା ଶନିବାର ସନ୍ଧ୍ୟ।।ରେ ସମ୍ପନ୍ନ ହୋଇଛି । ଭାରତୀୟ ସେନାବାହିନୀ ସୂତ୍ରରୁ ପ୍ରକାଶ, ୯ ଘଣ୍ଟା ଧରି ଚାଲିଥିବା ବୈଠକରେ ପୂର୍ବ ଲଦାଖ୍ ସେକ୍ଟରେ ଲାଗି ରହିଥିବା ସୈନ୍ୟ ଗତିରୋଧର ଅନ୍ତ ଘଟାଇବା ମୁଖ୍ୟ ପ୍ରସଙ୍ଗ ଥିଲା । ଭାରତୀୟ ପ୍ରତିରକ୍ଷା ବିଭାଗ ସୂତ୍ରରୁ ପ୍ରକାଶ ଯେ ଗତ ୧୪ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହି ଅଞ୍ଚଳରେ ଲାଗି ରହିଥିବା ଉତ୍ତେଜନା ହ୍ରାସ କରିବା ସହ ହଟ୍ ସ୍ପ୍ରିଙ୍ଗ୍ ଓ ଗୋଗରା ପୋଷ୍ଟ ଅଞ୍ଚଳରୁ ସେନା ପ୍ରତ୍ୟାହାର ପ୍ରକ୍ରିୟା ଉପରେ ବୈଠକରେ ଜୋର୍ ଦିଆଯାଇଥିଲା । ତେବେ ଉଭୟ ପକ୍ଷରୁ ଏହା ଉପରେ ସରକାରୀ ଭାବେ ବିବୃତି ଜାରି ହୋଇନାହିଁ ।

ଏଲ୍‌ଏସି ସେପାଖରେ ଥିବା ଚୀନ୍‌ର ଗୋଲ୍ଡୋ ପଏଣ୍ଟରେ ଏହି ବେଅଠକ ପ୍ରାୟ ସାଢ଼େ ତିନିମାସ ପରେ ଅନୁଷ୍ଠିତ ହୋଇଥିଲା । ଶେଷଥର ପାଇଁ ଏପ୍ରିଲ୍ ୯ ତାରିଖରେ ଭାରତୀୟ ସୀମାର ଚୁଶୁଲ୍ ପଏଣ୍ଟରେ ଉଭୟ ଦେଶର କୋର୍ କମାଣ୍ଡର୍‌ଙ୍କ ମଧ୍ୟରେ ୧୧ତମ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ଦୀର୍ଘ ୧୩ ଘଣ୍ଟା ଧରି ଚାଲିଥିଲା । ଶନିବାରର ଆଲୋଚନାରେ ଭାରତୀୟ ପକ୍ଷର ନେତୃତ୍ୱ ଲେହସ୍ଥିତ ୧୪ତମ କୋର୍‌ର ମୁଖ୍ୟ ଲେଫ୍‌ଟ୍‌ନାଣ୍ଟ ପିଜିକେ ମେନନ୍ ଓ ବିଦେଶ ମନ୍ତ୍ରଣାଳୟର ଅତିରିକ୍ତ ସଚବି (ପୂର୍ବ ଏସିଆ) ନବୀନ ଶ୍ରୀବାସ୍ତ କରିଥିଲେ । ଚୀନ୍ ପ୍ରତିନିଧିମଣ୍ଡଳର ନେତୃତ୍ୱ ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍‌ଏ)ର ପଶ୍ଚିମ ଥିଏଟର କମାଣ୍ଡ୍‌ର କମାଣ୍ଡର ଶୁ କିଲିଙ୍ଗ୍ କରିଥିଲେ ।

ଶନିବାର ବୈଠକ ପୂର୍ବରୁ ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ଏକ ସମୟରେ ଏବଂ ସମାନ ସଂଖ୍ୟକ ସୈନ୍ୟ ପ୍ରତ୍ୟାହାର କରାଗଲେ ହିଁ ଉତ୍ତେଜନା ହ୍ରାସ ପାଇଁ ସେ ସହମତ ହେବ । ଉଭୟ ଦେଶ ମଧ୍ୟରେ ବର୍ଷେରୁ ଊର୍ଦ୍ଧ୍ୱ ସମୟ ଧରି ମିଲିଟାରୀ ଗତିରୋଧ ଲାଗି ରହିଛି । ତେବେ ଉଭୟ ମିଲିଟାରୀ ଓ ରାଜନୈତିକ ସ୍ତରରେ ବ୍ୟାପକ ଆଲୋଚନା ପରେ ସବୁଠୁ ବିବାଦାସ୍ପଦ ପାଙ୍ଗୋଙ୍ଗ୍ ହ୍ରଦର ଉତ୍ତର ଓ ଦକ୍ଷିଣ ପାଶ୍ୱର୍ ଅଞ୍ଚଳରୁ ଗତ ଫେବୃଆରୀରେ ଉଭୟ ପକ୍ଷରୁ ସୈନ୍ୟବାହିନୀ ପ୍ରତ୍ୟାହାର କରାଯାଇଥିଲା । ବର୍ତ୍ତମାନ ସୀମାର ସମ୍ବେଦନଶୀଳ ଅଞ୍ଚଳରେ ଉଭୟ ଦେଶର ୫୦ରୁ ୬୦ ହଜାର ସୈନ୍ୟ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking